ଓଡିଶା
ପୁଣି ଫେରିଲା ତାତି: ୩୫ ଡିଗ୍ରି ଉପରେ ରାଜ୍ୟର ୯ ସହର, ଭୁବନେଶ୍ବରରେ ତାପମାତ୍ରା ୩୯.୬ ଡିଗ୍ରି ରେକର୍ଡ – bajravana
[ad_1]
ଭୁବନେଶ୍ବର: ପ୍ରାୟ ଏକ ସପ୍ତାହ ପରେ ରାଜ୍ୟରେ ପୁଣି ଥରେ ଗ୍ରୀଷ୍ମ ପ୍ରବାହ ତୀବ୍ର ଦେଖାଯାଇଛି। ଆଜି ରାଜ୍ୟର ବିଭିନ୍ନ ସହରରେ ତାପମାତ୍ରା ବୃଦ୍ଧି ପାଇଛି। ରାଜଧାନୀ ଭୁବନେଶ୍ବର ରାଜ୍ୟର ଉତ୍ତପ୍ତ ସହର ହୋଇଛି। ଭୁବନେଶ୍ବରରେ ଦିନ ୨ଟା ୩୦ର ତାପମାତ୍ରା ୩୯.୬ ଡିଗ୍ରି ରେକର୍ଡ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଚାନ୍ଦବାଲି ୩୯.୨, ଝାରସୁଗୁଡ଼ା ୩୮.୮, ରାଉରକେଲା ୩୭.୮, କେନ୍ଦୁଝର ୩୭.୪, ସମ୍ବଲପୁର ଓ ହୀରାକୁଦରେ ୩୭.୨, ବାଲେଶ୍ୱରରେ ୩୭, ପାରାଦୀପରେ ୩୫.୫, ପୁରୀରେ ୩୪.୬ ଓ ଗୋପାଳପୁରରେ ୩୪.୫ ଡିଗ୍ରି ରେକର୍ଡ କରାଯାଇଛି। ତେବେ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ତାପମାତ୍ରା ଆଗାମୀ ଦିନରେ ଆହୁରି ବଢ଼ିପାରେ।
[ad_2]