ଓଡିଶା

ଚିତ୍ରକୋଣ୍ଡାରେ ପ୍ରାର୍ଥୀ ଘୋଷଣା ବଳିମ୍ବକୁ ନେଇ ମାଲକାନଗିରିରେ ଚର୍ଚ୍ଚା – bajravana

[ad_1]

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀକୁ ନେଇ ସବୁ ସ୍ଥାନରେ ଏବେ ଚର୍ଚ୍ଚା ଲାଗି ରହିଛି। ନାମାଙ୍କନ ପତ୍ର ତାରିଖ ଯେତେ ପାଖେଇ ଆସୁଛି ପ୍ରାର୍ଥୀ ଘୋଷଣାରେ ସେତେ ବିଳମ୍ବକୁ ନେଇ କେବଳ ଦଳରେ ନୁହେଁ ବରଂ ଜନସାଧାରଣ ମଧ୍ୟ ଏହାକୁ ନେଇ ଆଲୋଚନା ଜୋରସୋରରେ କରୁଛନ୍ତି। କେବଳ କଂଗ୍ରେସ ହି ଚିତ୍ରକୋଣ୍ଡା ବିଧାନସଭା ଆସନ ପାଇଁ ନିଜର ପ୍ରାର୍ଥୀ ମଙ୍ଗୁ ଖିଲକୁ ମଇଦାନକୁ ଓହ୍ଲାଇଥିବା ବେଳେ ବିଜେପି ଓ ବିଜେଡି ମଧ୍ୟରେ ଆଜି ବି ପ୍ରାର୍ଥୀ ଚୟନକୁ ନେଇ ଦ୍ବନ୍ଦରେ ପଡିଛନ୍ତି। କାହାକୁ ପ୍ରାର୍ଥୀ କଲେ ବିଜୟୀ ହେବେ ସେନେଇ ଅଙ୍କ କଷା ଚାଲିଛି। ଏହାର ବେଶ ଉଷ୍ମତା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାର ସମସ୍ତ ବ୍ଲକରେ। ଏବେ ଚା‘ଖଟିରେ ମଧ୍ୟ ଚିତ୍ରକୋଣ୍ଡାକୁ ନେଇ ବାଦବିବାଦ ଲାଗି ରହିଛି।କିଛି ଗୋଷ୍ଠୀ ଜଣକୁ ସମର୍ଥନ କରୁଥିବା ବେଳେ ଆଉକିଛି ଗୋଷ୍ଠୀ ଅନ୍ୟକୁ ସମର୍ଥନ କରି ବିଜୟୀ ହେବାର ଆଶଂକାକୁ ସଠିକ ପ୍ରମାଣିତ କରୁଛନ୍ତି।

ତେବେ ଚା’ଖଟିରେ ପ୍ରାର୍ଥୀଙ୍କ ଉପସ୍ଥିତି ଚର୍ଚ୍ଚାକୁ ଆହୁରି ସରଗରମ କରୁଛି। ଆଜି ଚା’ଖଟିରେ ମାନଲକାନଗିରି ବିଧାନସଭା ଆସନର ବିଜେପିର ପ୍ରାର୍ଥୀ ନରସିଂହ ମାଡକାମୀ ପହଞ୍ଚି ନିଜର ପ୍ରଚାର କାର୍ଯ୍ୟକୁ କିପରି କରୁଛନ୍ତି ସେନେଇ ପ୍ରକାଶ କରିଥିଲେ। ଏଥର ସେ ନିଶ୍ଚିତ ଜିତିବେ ବୋଲି ଦୃଢକ୍ତି ପ୍ରକାଶ କରିଥିଲେ। ମାଲକାନଗିରି ସଦର ମହକୁମାର ବିଭିନ୍ନ ଛକ ମାନଙ୍କରେ ଏବେ ଚିତ୍ରକୋଣ୍ଡାକୁ ନେଇ ଚର୍ଚ୍ଚା ଲାଗି ରହିଛି। ବିଜେଡି କାହାକୁ ଦେବ ଏବଂ କାହାର ଟିକଟ କାଟିବ ତାକୁ ନେଇ ଆଲୋଚନା ହେଉଥିବା ବେଳେ ବିଜେପି ନୂଆ ମୂହଁକୁ ନେଇ ମଇଦାନରେ ଓହ୍ଲାଇବ ନା ସଂଘର କୌଣସି ପ୍ରାର୍ଥୀକୁ ମଇଦାନରେ ଓହ୍ଲାଇବ ତାକୁ ନେଇ ଯୁକ୍ତିତର୍କ ମଧ୍ୟ ବେଶ ଜମୁଛି। ଆଉ ଦିନେ କିମ୍ବା ଦୁଇ ଦିନରେ ଚିତ୍ରକୋଣ୍ଡାର ଚିତ୍ର ସ୍ପଷ୍ଟ ହେବାକୁ ଥିବା ବେଳେ ପ୍ରଚାର ମଧ୍ୟ ଜୋରଦାର ହେବ ବୋଲି କୁହାଯାଇଛି।ଗତଥର ବିଜେଡି ନୂଆ ପ୍ରାର୍ଥୀକୁ ଦେଇ ଚିତ୍ରକୋଣ୍ଡାକୁ ହାତେଇଥିବା ବେଳେ ଏଥର ମଧ୍ୟ ନୂଆ ମୁହଁକୁ ହିଁ ଟିକଟ ଦେବ ବୋଲି ଆଶଂକା କରାଯାଉଛି। ତେବେ ଏହି ଚର୍ଚ୍ଚା ଏବେ ଚୁଲିମୁଣ୍ଡକୁ ମଧ୍ୟ ଗଲାଣି। ଚିତ୍ରକୋଣ୍ଡାର ପ୍ରାର୍ଥୀ ଘୋଷଣା ବିଳମ୍ବ ନେଇ ଘରର ମହିଳାମାନେ ମଧ୍ୟ ଆଲୋଚନା କରୁଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଦୁଇ ଦଳର କିଏ ପ୍ରାର୍ଥୀ ହେଉଛନ୍ତି ଦେଖିବାକୁ ବାକି ରହିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button