ଭକ୍ତଙ୍କୁ ପଦ୍ମବେଶରେ ଦର୍ଶନ ଦେବେ ମହାପ୍ରଭୁ, ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି – bajravana
[ad_1]
ପୁରୀ: ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ। ପଦ୍ମଫୁଲରେ ସଜ୍ଜିତ ହେବେ କାଳିଆ ସାଆନ୍ତ। ବଡ଼ଭାଇ ବଳଭଦ୍ର ଓ ଭଉଣୀ ମା’ ସୁଭଦ୍ରା ବି ଏହି ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ଏଥିପାଇଁ ବେଶ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ବଡ଼ଛତା ମଠ ପକ୍ଷରୁ ପ୍ରଦତ୍ତ ସାମଗ୍ରୀରେ ଶ୍ରୀମନ୍ଦିର ଦୟଣାମାଳ ସେବକ ପଦ୍ମବେଶ ପ୍ରସ୍ତୁତ କରିଛନ୍ତି। ଆଜି ସନ୍ଧ୍ୟାଧୂପ ପରେ ଶ୍ରୀମନ୍ଦିରକୁ ପ୍ରସ୍ତୁତ ପଦ୍ମବେଶ ବିଜେ କରିବ। ବଡ଼ସିଂହାର ବେଶରେ ଏହା ଶ୍ରୀଜିଉଙ୍କୁ ଲାଗି ହେବ। ପରଦିନ ଅବକାଶ ପୂର୍ବରୁ ବେଶ ଓଲାଗି ହେବ।
Sambad is now on WhatsApp
Join and get latest news updates delivered to you via WhatsApp
ଫୁଲମାନଙ୍କ ଭିତରେ ‘ପଦ୍ମ’କୁ ଶ୍ରେଷ୍ଠ କୁହାଯାଇଥାଏ। ତେଣୁ ମହାପ୍ରଭୁଙ୍କ ବର୍ଷକୁ ଗୋଟିଏ ଥର ପଦ୍ମବେଶରେ ସଜ୍ଜିତ କରାଯାଇଥାଏ। ପରଂପରା ଅନୁଯାଇ ବଡ଼ସିଂହାର ନୀତିରେ ମହାପ୍ରଭୁଙ୍କୁ ପଦ୍ମବେଶ କରାଯାଇଥାଏ।
ଏ ନେଇ ସ୍ବତନ୍ତ୍ର ନୀତିକାନ୍ତି ଚୂଡ଼ାନ୍ତ ହୋଇଛି। ଯେହେତୁ ବଡ଼ସିଂହାର ବେଶରେ ମହାପ୍ରଭୁଙ୍କୁ ପଦ୍ମବେଶ ଲାଗି ହେବ ଓ ପରେ ପରେ ପହୁଡ଼ ନୀତି ଅନୁଷ୍ଠିତ ହେବ, ସେ ଦୃଷ୍ଟିରୁ ରାତିରେ ଭକ୍ତମାନେ ମହାପ୍ରଭୁଙ୍କ ପଦ୍ମବେଶ ଦର୍ଶନ କରିପାରିବେ ନାହିଁ। ପରଦିନ ମଙ୍ଗଳଆଳତି ପରେ ଶ୍ରଦ୍ଧାଳୁମାନେ ଶ୍ରୀଜିଉଙ୍କ ପଦ୍ମବେଶ ଦର୍ଶନ କରିପାରିବେ। ଏହି ଦୃଷ୍ଟିରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭିଡ଼ ନିୟନ୍ତ୍ରଣ ପାଇଁ ଶ୍ରୀମନ୍ଦିର ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି।
[ad_2]