ମନୋରଞ୍ଜନ

ବିବାହରେ ଗୋବିନ୍ଦା ଯୋଗ ଦେବେ କି? ଜାଣନ୍ତୁ ଉତ୍ତରରେ କ’ଣ କହିଲେ ଆରତୀ – bajravana

[ad_1]

ମୁମ୍ବାଇ: ଖୁବଶୀଘ୍ର ବିବାହ କରିବେ ଗୋବିନ୍ଦାଙ୍କ ଭାଣିଜୀ ତଥା ଟିଭି ଅଭିନେତ୍ରୀ ଆରତୀ ସିଂ। ଚଳିତ ମାସରେ ଜଣେ ବ୍ୟବସାୟୀଙ୍କୁ ସେ ବିବାହ କରିବେ ବୋଲି ଜଣାପଡ଼ିଛି। ଏବେ ବିବାହ ପାଇଁ ଆରତୀ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଥିବା କୁହାଯାଉଛି। ପ୍ରଥମେ ଶୁଣିବାକୁ ମିଳୁଥିଲା ଯେ, ଆରତୀ ପ୍ରେମ ବିବାହ କରୁଛନ୍ତି। ହେଲେ ଏବେ ଆରତୀ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କର ପ୍ରସ୍ତାବିତ ବିବାହ ହେବ। ମୁମ୍ବାଇର ବ୍ୟବସାୟୀ ଦୀପକ ଚୌହାନଙ୍କୁ ସେ ବିବ‌ାହ କରିବେ।

ଏପ୍ରିଲ ୨୫ରେ ମୁମ୍ବାଇରେ ତାଙ୍କର ବିବାହ ହେବ ବୋଲି ଜଣାପଡ଼ିଥିବା ବେଳେ ବିବାହକୁ ବଲିଉଡ ସୁପରଷ୍ଟାର ତଥା ମାମୁଁ ଗୋବିନ୍ଦା ଆସିବେ କି ନାହିଁ ଏହାର ଉତ୍ତର ରଖିଛନ୍ତି ଆରତୀ। ସେ କହିଛନ୍ତି ଯେ, “ହଁ, ମୁଁ ମୋର ବିବାହ ବିଷୟରେ ଚି ଚି ମାମୁଁଙ୍କୁ ଜଣାଇଛି। ସେ ବିବାହ ବିଷୟରେ ଜାଣି ବହୁତ ଖୁସି । ମୁଁ ଆଶା କରୁଛି ଯେ ସେମାନେ ମୋତେ ବିବାହରେ ଆଶୀର୍ବାଦ ଦେବାକୁ ଆସିବେ। ମୁଁ ନିଶ୍ଚିତ ଯେ ସେ ଯୋଗଦେବେ। କାରଣ ସେ ମୋତେ ବହୁତ ଭଲ ପାଆନ୍ତି।”

ଏହା ପୂର୍ବରୁ ଦୀପକଙ୍କ ସହ ନିଜ ସମ୍ପର୍କ ବିଷୟରେ କହିବାରୁ ଯାଇ ଆରତୀ ଜଣାଇଥିଲେ ଯେ, “ଆମେ ଗତ ବର୍ଷ ଜୁଲାଇ ୨୩ରେ ପ୍ରଥମ ଥର କଥା ହୋଇଥିଲୁ ଏବଂ ତାଙ୍କ ଜନ୍ମଦିନ (ଅଗଷ୍ଟ ୫) ପରେ ସାକ୍ଷାତ କରିଥିଲୁ। ମୁଁ ନଭେମ୍ବର ହେବା ବେଳକୁ ତାଙ୍କ ସହ ଜୀବନ ବିତାଇବି ବୋଲି ନିଷ୍ପତ୍ତି ନେଇସାରିଥିଲି। ହେଲେ ଉଭୟ ପରିବାର ଆମର ସର୍ମ୍ପକକୁ ଗ୍ରହଣ ନକରିବା ପର୍ଯ୍ୟନ୍ତ ଆମେ ଆଗକୁ ବଢ଼ିନଥିଲୁ। ଜାନୁଆରି ୧ରେ ଦୀପକ ମୋର ଗୁରୁଜୀଙ୍କ ମନ୍ଦିରରେ ଏକ ମୁଦି ପିନ୍ଧାଇ ମୋତେ ବିବାହ ପ୍ରସ୍ତାବ ଦେଇଥିଲେ ଏବଂ ମୁଁ ହଁ କହିଥିଲି। ମୁଁ ସେହି ଦିନକୁ ମୋର ନିର୍ବନ୍ଧ ଦିନ ବୋଲି ଭାବେ। ”

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button