ଅପରାଧ

୩୬ଘଣ୍ଟାର ନବଜାତକୁ ୬ଲକ୍ଷ ଟଙ୍କାରେ ବିକ୍ରି ପାଇଁ ହୋଇଥିବା ଯୋଜନାକୁ ପଣ୍ଡ କଲା ସିବିଆଇ – bajravana

[ad_1]

ନୂଆଦିଲ୍ଲୀ: ଦିଲ୍ଲୀର କେଶବପୁରମ ଅଞ୍ଚଳରେ ଏକ ଘର ଉପରେ ସିବିଆଇ ଚଢ଼ାଉ କରିଥିଲା। ଏହି ଚଢ଼ାଉ ପରେ ସିବିଆଇ ଗୋଟିଏ ଘରୁ  ୭ରୁ ୮ଜଣ ନବଜାତଙ୍କୁ ଉଦ୍ଧାର କରିଥିଲା। ଘଟଣାସ୍ଥଳରେ କେଶବପୁରମ ପୁଲିସ ବି ଉପସ୍ଥିତ ଥିଲା।

ସିବିଆଇ  ଉଦ୍ଧାର ‌କରିଥିବା ଶିଶୁଙ୍କ ମଧ୍ୟରୁ ଜଣେ ନବଜାତ ୩୬ଘଣ୍ଟା ପୂର୍ବରୁ ଜନ୍ମ ନେଇଥିବା ବେଳେ ଅଉ ଜଣେ ମାତ୍ର ୧୫ଦିନର ରହିଥିଲା।  ଏହି ମାମଲାରେ ସିବିଆଇ ଟିମ୍ ଜଣେ ମହିଳାଙ୍କ ସମେତ ୭ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ତିନିଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଡାକ୍ତରଖାନାର ୱାର୍ଡ ବାଳକ ଏବଂ କିଛି ମହିଳା ଥିବା ଜଣାପଡ଼ିଛି।

ଏଥିସହିତ ନବଜାତ ଶିଶୁ କେଉଁ ହସ୍ପିଟାଲରେ ଜନ୍ମ ନେଇଥିଲେ ସେମାନଙ୍କ ବାପା ଓ ମା’ କିଏ ସେନେଇ ସିବିଆଇ ଏବେ  ତଥ୍ୟା ସଂଗ୍ରହ କରୁଛି।

ସିବିଆଇର ଜଣେ ଅଧିକାରୀ କହିଛନ୍ତି, ‘ ଯାଞ୍ଚରୁ ଜଣାପଡ଼ିଛି ଗିରଫ ହୋଇଥିବା ଅଭିଯୁକ୍ତମାନେ ବିଜ୍ଞାପନ, ଫେସବୁକ ପେଜ ଓ ହ୍ବାଟସଆପ ଗ୍ରୁପ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଆଧାର କରି ନିଃସନ୍ତାନ ଦମ୍ପତ୍ତିଙ୍କ ସହିତ ଯୋଡ଼ି ହୋଇ ରହିଥିଲେ।

ଯେଉଁମାନେ ଅନ୍ୟର ଶିଶୁକୁ ପାଳନ କରିବାକୁ ବା ପୋଷ୍ୟସନ୍ତାନ ଭାବେ ଗ୍ରହଣ କରିବାକୁ ଇଚ୍ଛୁକ ଥି‌ଲେ। ସେମାନଙ୍କୁ ଏହି ରାକେଟ ଜାଲରେ ଫସାଉଥିଲା।  ୩୬ଘଣ୍ଟା ତଳେ ଜନ୍ମ ନେଇଥିବା ଶିଶୁକୁ ଶିଶୁ ଚାଲାଣ ରାକେଟରେ ସାମିଲ ଥିବା ଜଣେ ସଦସ୍ୟ ୬ଲକ୍ଷ ଟଙ୍କାରେ ବିକ୍ରି କରିବାର ଯୋଜନା କରିଥିଲେ। ଉକ୍ତ ବ୍ୟକ୍ତି ଜଣକ ସିବିଆଇ ହାତରେ ଧରାପଡ଼ିବା ପରେ ତାଙ୍କର ସମସ୍ତ ଯୋଜନା ପଣ୍ଡ ହୋଇଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button