ଓଡିଶା

ଗୋଟିଏ ଲୋକସଭା ଓ ସାତ ବିଧାନସଭାରେ ଲଢ଼ିବ ସିପିଆଇ – bajravana

[ad_1]

ଭୁବନେଶ୍ବର: ଓଡ଼ିଶାର ଗୋଟିଏ ଲୋକସଭା ଓ ୭ଟି ବିଧାନସଭା ଆସନରେ ସିପିଆଇ(ଏମ୍‌) ଲଢ଼ିବ। ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଏ ସମ୍ପର୍କରେ ସ୍ଥିର ହୋଇଛି। ତେବେ ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳଙ୍କ ସହ ଆଲୋଚନା କରାଯାଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସିପିଆଇ(ଏମ୍‌) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ କହିଛନ୍ତି। ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ୟେଚୁରୀ କହିଲେ ଆମର ମୁଖ୍ୟ ଶତ୍ରୁ ହେଉଛି ବିଜେପି। ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ପରାସ୍ତ କରିବା ଆମର ଲକ୍ଷ୍ୟ। ଏ ଦିଗରେ ସିପିଆଇ(ଏମ୍‌) କାମ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀ ଦଳଗୁଡ଼ିକୁ ଦୁର୍ନୀତିର ଗନ୍ତାଘର ବୋଲି କହୁଛନ୍ତି। ମାତ୍ର ମୋଦୀ ଦୁର୍ନୀତିର ପାହାଡ଼ ଉପରେ ବସିଛନ୍ତି। ବିଜେପିକୁ ଯେଉଁମାନେ ଚାନ୍ଦା ଦେଉ ନ ଥିଲେ ସେମାନଙ୍କ ଉପରେ ସିବିଆଇ, ଇଡି, ଆଇଟି ଆଦି ଚଢ଼ାଉ କରାଯାଉଥିଲା। ଚାନ୍ଦା ମିଳିବା ପରେ ଚଢ଼ାଉ ବନ୍ଦ କରି ଦିଆଯାଇଛି ବୋଲି ସେ ଅଭିଯୋଗ ଆଣିଛନ୍ତି।

ଦେଶରେ ବିରୋଧୀ ଦଳଗୁଡ଼ିକ ସଙ୍ଗଠିତ ହେଉଥିବାରୁ ମୋଦୀ ଭୟଭୀତ ହୋଇପଡ଼ୁଛନ୍ତି। ଯେଉଁଥିପାଇଁ ବିରୋଧୀ ଦଳଗୁଡ଼ିକ ଉପରେ ବାରମ୍ବାର ଆକ୍ରମଣ ହେଉଛି। ଯେଉଁ ୪୦୦ ପାର୍‌ର ଆହ୍ବାନ ଦେଉଛନ୍ତି ତାହା ଧୂଆଁବାଣ। ଲକ୍ଷ୍ୟ ହାସଲ ପାଇବାକୁ ଯେଉଁଠି ସମ୍ଭବ ହେଉଛି ସେଠାରେ ମେଣ୍ଟ କରୁଛନ୍ତି। ନ ହେଲେ ଦଳ ଭାଙ୍ଗି ଦେଉଛନ୍ତି। ୨୦୧୪ରେ ଯେଉଁ ସବୁ ଆଶ୍ବାସନା ଦେଇଥିଲେ ତାହା କାର୍ଯ୍ୟରେ ପ୍ରତିଫଳିତ ହେଉ ନାହିଁ। ବିଦେଶରୁ ଟଙ୍କା ଆଣିପାରିଲେ ନାହିଁ କି ବେକାରୀଙ୍କୁ ନିଯୁକ୍ତି ଦେଲେ ନାହିଁ। ଓଡ଼ିଶାର ବିଜୁ ଜନତା ଦଳ କେନ୍ଦ୍ରର ବିଜେପି ସରକାରଙ୍କୁ ସମସ୍ତ ପ୍ରକାର ସହଯୋଗ ଦେଉଛି। ଏଥର ଉଭୟ ସଲାସୁତୁରା ଭାବେ ନିର୍ବାଚନ ଲଢ଼େଇ କରୁଛନ୍ତି। ବିଜେଡି ଓଡ଼ିଶାରେ ଭଲ ଶାସନ କରୁଥିବା ନେଇ ପ୍ରଧାନମନ୍ତ୍ରୀ ମୋଦୀ ସାର୍ଟିଫିକେଟ୍‌ ଦେଇଛନ୍ତି। ବିଜେଡି ମଧ୍ୟ ଅନୁରୂପ ଭାବେ ସଂସଦରେ କେନ୍ଦ୍ର ସରକାରଙ୍କ ହଁରେ ହଁ ମାରି ସମର୍ଥନ ଦେଉଛି। ଯେଉଁଥିରୁ ବିଜେପି-ବିଜେଡି ସମ୍ପର୍କ ସ୍ପଷ୍ଟ ଜଣାପଡ଼ୁଛି ବୋଲି ସେ କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button