ଚର୍ଚ୍ଚରେ ପାଳିତ ହେଲା ଯୀଶୁଙ୍କ ପୁନରୁତ୍ଥାନ ଦିବସ – bajravana
[ad_1]
ଘୁ ଉଦୟଗିରି: ସ୍ଥାନୀୟ ବ୍ଲକ ଅନ୍ତର୍ଗତ ବିଭିନ୍ନ ଚର୍ଚ୍ଚମାନଙ୍କରେ ପାଳିତ ହେଲା ଇଷ୍ଟର ସଣ୍ଡେ (ପୁନରୁଥାନ ଦିବସ) ବା ପୁଣ୍ୟ ରବିବାର ପର୍ବ ପାଳିତ ହୋଇଯାଇଛି। ଏହି ଦିନରେ ପ୍ରତି ଚର୍ଚ୍ଚଗୃହ ଗୁଡ଼ିକରେ ଯୀଶୁ ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ବା ଯୀଶୁ ମୃତ୍ୟୁରୁ ବିଜୟ ପାଇ ପୁଣି ଜୀବିତ ହେଲେ ବୋଲି ଏହି ପର୍ବ ଅତି ଆନନ୍ଦର ସହିତ ସାରା ପୃଥିବୀରେ ପାଳନ କରାଯାଇଥାଏ। ଗୁଡ ଫ୍ରାଇଡେ ଦିନ ଯୀଶୁଙ୍କୁ କୃଷରେ ଟାଙ୍ଗୀ ମୃତ୍ୟୁ ଦଣ୍ଡ ଦିଆଯାଇଥିଲା କିନ୍ତୁ ଯୀଶୁଙ୍କ ବାକ୍ୟ ଅନୁସାରେ ଆଜି ସେ ପୁନର୍ବାର ମୃତ୍ୟୁ ନାହୁଡ ଭାଙ୍ଗି ଜୀବିତ ହେଲେ। ମୃତ୍ୟୁ ପରେ ସମାଧି ଦେବାର ତୃତୀୟ ଦିନ ଯୀଶୁ ପୁଣି ଜୀବିତ ହେଲେ ଈଶ୍ବରଙ୍କ ବାକ୍ୟ ସଫଳ ହେଲା ତାଙ୍କୁ ଅଟକାଇ ପାରିଲା ନାହିଁ ମୃତ୍ୟୁର ଚିରନିଦ୍ରା।
Sambad is now on WhatsApp
Join and get latest news updates delivered to you via WhatsApp
ଈଶ୍ୱରଙ୍କ ପୁତ୍ର ଯୀଶୁ ମୃତ୍ୟୁରୁ ଜୀବିତ ହେଲେ ପୁଣି ସହ ସହ ଲୋକମାନଙ୍କୁ ଦେଖା ଦେଲେ। ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ତାଙ୍କୁ ଦେଖି ସମସ୍ତେ ଖୁସି ର ସହ ଆଜିର ଦିନକୁ ପୁନରୁତ୍ଥାନ ଦିବସ ପର୍ବ ରୂପେ ପ୍ରତ୍ୟେକ ଚର୍ଚ୍ଚ ରେ ଆନନ୍ଦ ଉଲ୍ଲାସର ସହ ପାଳନ କରିଥାନ୍ତି। ବ୍ଲକ ଅଧିନରେ ଥିବା ମୁଖ୍ୟ ଚର୍ଚ୍ଚ ଗୁଡ଼ିକ ତଥା ନୂଆସାହି ବାପଟିଷ୍ଟ ଚର୍ଚ୍ଚ, ମାଲିକାପଡ଼ି ବାପଟିଷ୍ଟ ଚର୍ଚ୍ଚ, ସୁକାନାଣ୍ଡା କ୍ୟାଥଲିକ ଚର୍ଚ୍ଚ, କୁମ୍ଭାରକୁପା କ୍ୟାଥଲିକ ଚର୍ଚ୍ଚ, କନବାଗିରି ସିଏନଆଇ ଚର୍ଚ୍ଚ ସମେତ ଅନ୍ୟ ଛଟ ବଡ ଚର୍ଚ୍ଚ ଗୁଡ଼ିକରେ ପ୍ରାର୍ଥନା ଓ ଉପାସନା କରି ଆନନ୍ଦର ସହ ଇଷ୍ଟର ସଣ୍ଡେ ପାଳନ କରାଯାଇଥିବା ଦେଖିବାକୁ ମିଳିଛି।
ତେବେ ଏହି କ୍ରମରେ ନୂଆସାହି ବାପଟିଷ୍ଟ୍ ଚର୍ଚ୍ଚରେ ମୁଖ୍ୟ ବକ୍ତାଭାବେ ଗୁଣପୁର ନିବାସୀ ଷ୍ଟିଫେନ ଲିମା ଯୋଗ ଦେଇଥିବା ବେଳେ ମଣ୍ଡଳୀର ସଂଯୁକ୍ତା ନାୟକ ପରିଚାଳନା କରିଥିଲେ। ବାଇବଲରେ ଲିଖିତ ପବିତ୍ର ବାକ୍ଯ କୁହେ “ଯୀଶୁ ତାହାଙ୍କୁ କହିଲେ, “ମୁଁ ପୁନରୁତ୍ଥାନ ଓ ଜୀବନ; ଯେ କେହି ମୋ ଠାରେ ବିଶ୍ୱାସ କରେ, ସେ ଯଦ୍ୟପି ମରେ, ତଥାପି ସେ ବଞ୍ଚିବ” ତେବେ ସାରା ଜଗତ ତାହାଙ୍କୁ ବିଶ୍ୱାସ କରିବା ଦ୍ୱାରା ବଞ୍ଚିବ। ଏହିପରି ଅନେକ ବାଇବଲ ଲିଖିତ ବାକ୍ୟ ମଣ୍ଡଳୀର ପାଳକ ଉପସ୍ଥିତ ଖ୍ରୀଷ୍ଟ ପ୍ରେମୀମାନଙ୍କୁ ଶିକ୍ଷା ଦେଇ ଉତ୍ସାହିତ କରିବା ସହ ପ୍ରଭୁ ଯୀଶୁ ଙ୍କ ଉପରେ ବିଶ୍ଵାସରେ ଦୃଢ଼ ରହିବା ନିମନ୍ତେ ପରାମର୍ଶ ଦେଇଥିଲେ କାରଣ ଯେ କେହି ଧର୍ଯ୍ୟ ଧରି ଶେଷ ପର୍ଯ୍ୟନ୍ତ ପରମେଶ୍ବରଙ୍କ ବିଶ୍ଵାସରେ ରୁହେ ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ।
ଯୀଶୁ ଯେ ଜୀବିତ ହେଲେ ମୃତ୍ୟୁ ନାହୁଡ ଭାଙ୍ଗି, ନରକର ବଳ ତାଙ୍କୁ ବା ଶୟତାନର ବଳ ତାଙ୍କୁ ଅଟକାଇ ପାରିଲା ନାହିଁ, ସେ ସମସ୍ତ ବିଷୟକୁ ପରାଜୟ କରି ବିଜୟ ହେଲେ ଏବଂ ସଶରୀରରେ ସ୍ୱର୍ଗକୁ ନିତ ହେଲେ ଓ ଓ ସେଠାରେ ଆମ୍ଭମାନଙ୍କ ପାଇଁ ବାସ ସ୍ଥାନ ପ୍ରସ୍ତୁତ କରୁଛନ୍ତି ।ଯେ କେହି ତାହାଙ୍କୁ ବିଶ୍ୱାସ କରେ ସେ ସେହି ସ୍ୱର୍ଗୀୟ ସ୍ଥାନକୁ ଯିବେ ଓ ଚରା ପାଇବେ। ଆଜି ପୁନ୍ୟ ରବିବାର ବା ଇଷ୍ଟର ସଣ୍ଡେ ପୁନରୁତ୍ଥାନ ଦିବସ ପାଳିତ ହୋଇଯାଇଛି। ସମସ୍ତ ମଣ୍ଡଳୀ ରେ ଖ୍ରୀଷ୍ଟ ବିଶ୍ବାସୀ ମାନଙ୍କ ମଧ୍ୟରେ ଆନନ୍ଦ ଉତ୍ସାହ ମଧ୍ୟରେ ଏହି ଇଷ୍ଟର ସଣ୍ଡେ ପାଳନ ହୋଇଥିବା ଦେଖିବାକୁ ମିଳିଛି।
[ad_2]