ଓଡିଶା

ବିଜେଡିରେ ଗୋଷ୍ଠୀ କନ୍ଦଳ: ବୀରମହାରାଜପୁରରେ ଟିକେଟ ଦାବିରେ ନାରାୟଣଙ୍କ ସ୍ୱାଭିମାନ ସମାବେଶ – bajravana

[ad_1]

ଉଲୁଣ୍ଡା ଓ ବିନିକାରେ ନାରା ଶୁଭିଲା- ମା’ ମାଟିର ଛୁଆ ନାରାୟଣ ଲୁହା

ବୀରମହାରାଜପୁର: ସାଧାରଣ ନିର୍ବାଚନ-୨୦୨୪ ପାଇଁ ବିଜେଡି ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୭୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି। ତେଣୁ ବାକି ରହିଥିବା ଅନ୍ୟ ୭୫ ଗୋଟି ଆସନ ପାଇଁ ଆଶାୟୀଙ୍କ ଲମ୍ବାଧାଡ଼ି ଦେଖିବାକୁ ମିଳିଛି। ଦଳୀୟ ଟିକେଟ ହାତେଇବାକୁ ନେଇ ନେତା ବିଭିନ୍ନ ସ୍ଥାନରେ ଶକ୍ତି ପ୍ରଦର୍ଶନ କରୁଛନ୍ତି। ଏସବୁ ଭିତରେ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ଚର୍ଚ୍ଚାର ପରିସରକୁ ଆସିଛି। ଏଠାରୁ ଲଗାତାର ୩ଥର ନିର୍ବାଚିତ ବିଧାୟକ ହୋଇଥିବା ବିଜେଡିର ପଦ୍ମନାଭ ବେହେରାଙ୍କ ପାଇଁ ଏବେ କଂଟା ସାଜିଛନ୍ତି ଯୁବ ବିଜେଡି ନେତା ନାରାୟଣ ଲୁହା। ‘ମା’ ମାଟିର ଛୁଆ ନାରାୟଣ ଲୁହା’ ନାରା ଦେଇ ନାରାୟଣ ବାରମ୍ବାର ଶକ୍ତି ପ୍ରଦର୍ଶନ କରିବା ସହ ଟିକେଟ ଦାବି କରିଆସୁଛନ୍ତିି।

ସେପଟେ ବିଧାୟକ ପଦ୍ମନାଭ ବେହେରା ମଧ୍ୟ ପୁଣିଥରେ ଏହି ଆସନ ପାଇଁ ଟିକେଟ ପାଇବେ ବୋଲି ଆଶା ରଖିଛନ୍ତି। ଯଦି ପଦ୍ମନାଭଙ୍କୁ ଦଳ ଏହି ଆସନ ପାଇଁ ଟିକେଟ ନଦିଏ ତେବେ ସେ ଫୁଲବାଣୀରେ ତାର ପ୍ରଭାବ ଦେଖାଇବେବୋଲି ଧମକ ଦେଇଥିବା ନାରାୟଣ ଅଭିଯୋଗ ଆଣିଛନ୍ତି। ଯଦି ଦଳ ଏଠାରେ ନାରାୟଣଙ୍କ ବଦଳରେ ପୁଣିଥରେ ପଦ୍ମନାଭଙ୍କୁ ପ୍ରାର୍ଥୀ କରେ ତାହେଲେ ଏ ଅଂଚଳର ସ୍ୱାଭିମାନ ଭୋଟର ତାର କଡା ଜବାବ ଦେବେବୋଲି ନାରାୟଣ କହିଛନ୍ତି।

ଏନେଇ ଶନିବାର ଦିନ ନାରାୟଣ ବୀରମହାରାଜପୁରରେ ନିଜ ସମର୍ଥକଙ୍କୁ ନେଇ ବିରାଟ ସ୍ୱାଭିମାନ ସମାବେଶ କରିଛନ୍ତି। ବୀରମହାରାଜପୁର ମେଳଣ ପଡ଼ିଆରୁ ଏକ ବିରାଟ ରାଲିରେ ବୀରମହାରାଜପୁରରୁ, ଉଲୁଣ୍ଡା ଓ ବିନିକା ଅଞ୍ଚଳର ବହୁ ନେତା ଓ କର୍ମୀ ମୁଖ୍ୟ ଛକରେ ଏକ ପଥ ପ୍ରାନ୍ତ ସଭା କରି ମାଁ ମାଟିର ଛୁଆ ନାରାୟଣ ଲୁହାଙ୍କୁ ଦଳୀୟ ଟିକଟ୍ ଦେବାକୁ ଦାବି କରିଥିଲେ।

ଆତ୍ମ।ର ସଭାପତି ବିବଶ୍ବତି ପଣ୍ଡାଙ୍କ ସଂଯୋଜନାରେ ବରିଷ୍ଠ ନେତା ଋଷିନାଥ ମହାକୁଡ଼, ବୀରମହାରାଜପୁର ପଞ୍ଚାୟତ ସମିତିର ଅଧ୍ୟକ୍ଷା ଶାନ୍ତି ଲୁହା, ରାମ ମହାନନ୍ଦ, ଧିରେନ୍ଦ୍ର ନାରାୟଣ ପଣ୍ଡା, ଚମ୍ପାମାଳ ସମିତି ସଭ୍ୟ ଲକ୍ଷ୍ମୀନାରାୟଣ ପୁରୋହିତ, ବିନିକା ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ନିର୍ମଳ ଶାଣ୍ଢ, ସିଙ୍ଘିଯୁବା ସମିତି ସଭ୍ୟ ସଞ୍ଜୀବ ତ୍ରିପାଠୀ, ଯୁବନେତା ଚକ୍ରଧର ମିଶ୍ର, ଆଲୋକ ବେହେରା, ପିଣ୍ଟୁ ହୋତା, ବିନିକା ଆତ୍ମାର ସଭାପତି ମହେଶ୍ୱର ମହାକୁଡ଼ ଓ ଏ ଅଂଚଳର ବିକାଶ ପାଇଁ କେବଳ ଏହି ଅଂଚଳର ଛୁଆ ନାରାୟଣ ଲୁହାଙ୍କୁ ହିଁ ଟିକେଟ ଦିଆଯାଉବୋଲି ଏବେ ଦାବି କରିଥିଲେ। ଏହି ସ୍ବାଭିମାନ ସମାବେଶରେ ଏକ ହଜାରରୁ ଅଧିକ ମହିଳା ଓ ପୁରୁଷ ସାମିଲ ହୋଇଥିଲେ। ସେ ଯାହାବି ହେଉ ବିଜେଡ଼ିର ଗୋଷ୍ଠୀ କନ୍ଦଳ ଦଳ ପାଇଁ ଶୁଭଙ୍କର ନୁହେଁ ବୋଲି ରାଜନୈତିକ ସମୀକ୍ଷକମାନେ କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button