ଓଡିଶା

ଧରାପଡ଼ିଯିବେ ବୋଲି ଡର: ୨୪୦୭ ମଣ୍ଡିରେ ନାହିଁ ସିସିଟିଭି – bajravana

[ad_1]

ଭୁବନେଶ୍ବର: ସିସିଟିଭିକୁ ଡର। ବର୍ଷ ପରେ ବର୍ଷ ବିତୁଛି କିନ୍ତୁ ମଣ୍ଡିରେ ମିଲରଙ୍କ କବ୍‌ଜାକୁ ରୋକି ହେଉ ନାହିଁ କି ଧାନ ସଂଗ୍ରହରେ ସ୍ବଚ୍ଛତା ଆସି ପାରୁନାହିଁ। ଏହାର ସାମାନ୍ୟତମ ନିୟନ୍ତ୍ରଣ ପାଇଁ ସବୁ ଧାନ ସଂଗ୍ରହରେ ସିସିଟିଭି ସଂଯୋଗ ପାଇଁ ନିୟମ ରହିଥିଲେ ମଧ୍ୟ ଏହାର ପାଳନ ହେଲା ନାହିଁ। ଆଜି ବି ରାଜ୍ୟର ୨୪୦୭ ଧାନ ସଂଗ୍ରହ ମଣ୍ଡି ଏବଂ କ୍ରୟକେନ୍ଦ୍ରରେ ସିସିଟିଭି ଲଗାଯାଇ ପାରି ନାହିଁ। ୩୬ଟି କ୍ରୟ କେନ୍ଦ୍ରର ସିସିଟିଭି ଅଚଳ ହୋଇ ପଡ଼ିଛି।
ଚାଷୀ ଶୋଷିତ ହେବ ନାହିଁ। ଧାନ ସଂଗ୍ରହରେ ସ୍ବଚ୍ଛତା ଆସିବ। ମଣ୍ଡିକୁ ଚାଷୀ ପହଞ୍ଚିବା ପରେ ଧାନ ଓଜନ ଠାରୁ ପ୍ରାପ୍ୟ ପ୍ରଦାନ ପର୍ଯ୍ୟନ୍ତ ପ୍ରତ୍ୟେକ କାର୍ଯ୍ୟ ସୁରୁଖୁରୁରେ ହେବ। ଚାଷୀଙ୍କୁ ହଇରାଣ କରୁଥିବା ଗୋଷ୍ଠୀକୁ ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ।

ଏହି ଲକ୍ଷ୍ୟ ନେଇ ସମସ୍ତ ମଣ୍ଡିରେ ସିସିଟିଭି ସଂଯୋଗ ପାଇଁ ନିର୍ଦେଶ ରହିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାକୁ ନେଇ ରାଜ୍ୟ ସରକାର ଗମ୍ଭୀର ହୋଇ ପାରୁ ନାହାନ୍ତି। ବରଂ ପ୍ରତି ବର୍ଷ ଖରିଫ, ରବିରେ ଧାନ ସଂଗ୍ରହ ଠିକ୍‌ ପୂର୍ବରୁ ସମବାୟ ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି କାମ ସାରି ଦେଉଛନ୍ତି। କିନ୍ତୁ ଯେଉଁମାନେ ଏହାର ପାଳନ କରୁ ନାହାନ୍ତି ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଏପରିକି ଟଙ୍କା ଖର୍ଚ୍ଚ କରି ସିସିଟିଭି ସଂଯୋଗ ପରେ ମଧ୍ୟ ଏହା ଅଚଳ ହୋଇ ପଡ଼ିଛି।

ଏଥିରେ କେନ୍ଦ୍ରାପଡ଼ାର ସର୍ବାଧିକ ୧୨, କୋରାପୁଟର ୧୦, ପୁରୀର ୫, ଭଦ୍ରକର ୪, ଗଜପତି, କଳାହାଣ୍ଡିରେ ୨ଟି ଲେଖାଏଁ ଏବଂ କଟକର ଗୋଟିଏ ମଣ୍ଡିର ସିସିଟିଭି ଅଚଳ ହୋଇ ପଡ଼ିଛି। ସମବାୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ବର୍ତ୍ତମାନ ୨୬୨୨ଟି ପ୍ୟାକ୍ସ ଏବଂ ଲ୍ୟାମ୍ପ୍ସ ଜରିଆରେ ଧାନ ସଂଗ୍ରହ ହେଉଛି। ୩୪୬୨ଟି କ୍ରୟ କେନ୍ଦ୍ର ନିର୍ମାଣ ପାଇଁ ପ୍ରସ୍ତାବ ରହିଛି। ଏଥିରୁ କେବଳ ୧୦୫୬ଟି ମଣ୍ଡି ଏବଂ କ୍ରୟ କେନ୍ଦ୍ରରେ ହିଁ ସିସିଟିଭି ରହିଛି। ସମବାୟ ବିଭାଗର ରିପୋର୍ଟ ଅନୁଯାୟୀ, ଗଞ୍ଜାମର ସର୍ବାଧିକ ୩୭୨ କ୍ରୟ କେନ୍ଦ୍ର, କଟକର ୨୨୫, ନୟାଗଡ଼ର ୧୬୭, ପୁରୀର ୧୬୭, ସମ୍ବଲପୁରର ୧୨୫, ବରଗଡ଼ର ୧୧୫, ସୁନ୍ଦରଗଡ଼ର ୧୧୧, ଯାଜପୁରର ୧୧୬, ଜଗତସିଂହପୁର ୧୦୫, ଅନୁଗୁଳର ୯୦, କଳାହାଣ୍ଡିର ୧୧୩, ଅନୁଗୁଳର ୯୦, ବାଲେଶ୍ବରର ୬୪, ଢେଙ୍କାନାଳରେ ୭୨, କୋରାପୁଟରେ ୬୭, ମାଲକାନଗିରିରେ ୫୪, ମୟୂରଭଞ୍ଜରେ ୫୬, ଭଦ୍ରକରେ ୨୩, ବୌଦ୍ଧର ୪୩, ଦେବଗଡ଼ର ୧୬, ଗଜପତିର ୪୩, ରାୟଗଡ଼ାର ୧୭, ସୁବର୍ଣ୍ଣପୁରର ୨୮, ଝାରସୁଗୁଡ଼ା ୨୨, ନବରଙ୍ଗପୁରର ୩ଟି କେନ୍ଦ୍ରରେ ସିସିଟିଭି ନାହିଁ। ବଲାଙ୍ଗୀର ଏକମାତ୍ର ଜିଲ୍ଲା ଭାବରେ ଏଠାରେ ସ୍ଥିତ ସବୁ ଧାନ ସଂଗ୍ରହ କେନ୍ଦ୍ରରେ ସିସିଟିଭି ରହିଛି। ସିସିଟିଭି ସଂଯୋଗ ନେଇ ବିଭାଗର ଏତେ କୁଣ୍ଠା କାହିଁକି ତାକୁ ନେଇ ପ୍ରଶ୍ନବାଚୀ ରହିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button