ପଞ୍ଜାବ କିଙ୍ଗ୍ସର ସଂଘର୍ଷମୟ ବିଜୟ – bajravana
[ad_1]
ଚଣ୍ଡିଗଡ଼: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍ ୨୦୨୪) ର ଦ୍ୱିତୀୟ ମ୍ୟାଚ୍ ରେ ଶନିବାର ପଞ୍ଜାବ କିଙ୍ଗ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୪ ୱିକେଟରେ ପରାଜିତ କରିଛି। ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଦିଲ୍ଲୀ କ୍ୟାପିଟାଲ୍ସ ଧାର୍ଯ୍ୟ ୨୦ ଓଭରରେ ୯ ୱିକେଟ୍ ହରାଇ ୧୭୪ ରନ୍ ସଂଗ୍ରହ କରିଥିଲା। ଫଳରେ ପଞ୍ଜାବ ପାଇଁ ୧୭୫ ରନର ବିଜୟ ଲକ୍ଷ୍ୟ ଥିଲା। ଏହାର ଜବାବରେ ପଞ୍ଜାବ କିଙ୍ଗ୍ସ ୧୯.୨ ଓଭରରେ ୬ୱିକେଟ ହରାଇ ୧୭୭ ରନ୍ ସଂଗ୍ରହ କରିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶିଖର ଧାୱନ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ପଡିଆକୁ ଓହ୍ଲାଇଥିବାବେଳେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଋଷଭ ପନ୍ତଙ୍କ ନେତୃତ୍ବରେ ବ୍ୟାଟିଂ ଆରମ୍ଭ କରିଥିଲା।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଆସିବା ପରେ ଦିଲ୍ଲୀର ବ୍ୟାଟ୍ସମ୍ୟାନ୍ ମାନେ ଦ୍ରୁତ ସଂଗ୍ରହ ଆରମ୍ଭ କରି୍ଥିଲେ। ଓପନର ଡେଭିଡ ୱାର୍ନର ଏବଂ ମିଚେଲ ମାର୍ଶ ପ୍ରଥମ ୱିକେଟ୍ ପାଇଁ ୩୯ ରନ୍ ଯୋଡିଥିଲେ। ଚତୁର୍ଥ ଓଭରର ଦ୍ୱିତୀୟ ବଲରେ ଅର୍ଶଦୀପ ସିଂ ମାର୍ଶଙ୍କ ୱିକେଟ୍ ନେଇଥିଲେ। ସେ ୨ ଟି ଚୌକା ଓ ୨ ଛକା ସହାୟତାରେ ୧୨ ବଲରେ ୨୦ ରନ୍ ସ୍କୋର କରିଥିଲେ । ୭୪ ସ୍କୋରରେ ଦିଲ୍ଲୀ ଦ୍ୱିତୀୟ ଝଟକା ପାଇଥିଲା। ହର୍ଷଲ ପଟେଲ ବିପଜ୍ଜନକ ଦେଖାଯାଉଥିବା ଡେଭିଡ ୱାର୍ନରଙ୍କୁ ତାଙ୍କର ଶିକାର କରି ପାଭିଲିୟନ ଫେରାଇ ଦେଇଥିଲେ। ୱାର୍ଣ୍ଣର ୨୧ ବଲରେ ୨୯ ରନର ଇନିଂସ ଖେଳିଥିଲେ। ଶାଇ ହୋପ୍ ୩୩ ରନ୍ କରିଥିବାବେଳେ ଅଭିଷେକ ପୋରେଲ ନଟ୍ ଆଉଟ୍ ରହି ୩୨ ରନ୍ କରିଥିଲେ।
[ad_2]