ଓଡିଶା

ମୋଦୀଙ୍କ ଯୋଜନା ଆଧାରରେ ଲୋକଙ୍କ ଆସ୍ଥାଭାଜନ ହେବୁ: ଧର୍ମେନ୍ଦ୍ର – bajravana

[ad_1]

ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନ ତାରିଖ ଘୋଷିତ ହୋଇଛି। ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ସ୍ବାଗତ କରିଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଚଳିତ ନିର୍ବାଚନରେ ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଲ୍ୟାଣକାରୀ ଯୋଜନା ଓ ଗତ ୧୦ ବର୍ଷର ରେକର୍ଡ ଆଧାରରେ ଜନତାଙ୍କ ଆସ୍ଥାଭାଜନ ହେବା ପାଇଁ ଚେଷ୍ଟା କରିବ। ଇତିମଧ୍ୟରେ ଭାରତ ପୃଥିବୀର ପ୍ରଭାବଶାଳୀ ଗଣତନ୍ତ୍ର ଭାବରେ ନିଜକୁ ପ୍ରତିଷ୍ଠିତ କରିଛି। ଗଣତନ୍ତ୍ରର ସବୁଠୁ ବଡ ପର୍ବ ହେଉଛି ନିର୍ବାଚନ। ଲୋକ ମାନଙ୍କର ଅପେକ୍ଷା ଓ ଆକାଂକ୍ଷା ତଥା ନିର୍ଭୀକ ଭାବେ ନିଜ ମତକୁ ସାବ୍ୟସ୍ତ କରିବାର ଏହା ମହାନ ଅବସର। ବିଗତ ୭୬ ବର୍ଷର ଇତିହାସ ଦେଖିଲେ, ଭାରତର ସଫଳ ନିର୍ବାଚନ ପ୍ରକ୍ରିୟା ତନ୍ମଧ୍ୟରୁ ଏକ ବଡ ଉପଲବ୍ଧି। ନିର୍ବାଚନ କମିସନଙ୍କ ଦ୍ୱାରା ଓଡ଼ିଶା ସମେତ ଦେଶରେ ୨୦୨୪ ନିର୍ବାଚନ ପାଇଁ କରାଯାଇଥିବା ଘୋଷଣାକୁ ଜଣେ ଗଣତନ୍ତ୍ରର ବିଦ୍ୟାର୍ଥୀ ଭାବରେ ସ୍ୱାଗତ କରୁଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଶ୍ରୀ ପ୍ରଧାନ ଏହି ଅବସରରେ ଓଡ଼ିଶା ସମେତ ସମଗ୍ର ଦେଶର ଜନସାଧାରଣ ଓ ସମସ୍ତ ରାଜନୈତିକ ଦଳ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ସମାଜର ସବୁ ବର୍ଗର ଲୋକମାନେ ବିଶେଷ ଭାବରେ ଗରିବ, ବଞ୍ଚିତ, ମହିଳା, ଯୁବ, ଚାଷୀ, ଏସ୍‌ସି, ଏସ୍‌ଟି, ଓବିସି ସମ୍ପ୍ରଦାୟର ଲୋକମାନେ ଏହି ଗଣତନ୍ତ୍ରର ମହାନ ଉତ୍ସବରେ ନିଜକୁ ସାମିଲ କରିବେ। ସମସ୍ତ ରାଜନୈତିକ ଦଳ ନାଗରିକ ମାନଙ୍କ ପାଖକୁ ଯିବେ। ପ୍ରସଙ୍ଗ ଭିତ୍ତିକ ନିର୍ବାଚନ ଲଢ଼ାଯିବ। ଆଲୋଚନା, ସମାଲୋଚନା ସହ ନିର୍ବାଚନ ପ୍ରଚାରରେ ଅଭିନବ ଉପାୟ ଅବଲମ୍ବନ ହେବ। ଉନ୍ମାଦନାର ସହ ନିର୍ବାଚନ ଆଚରଣ ବିଧିର ସୀମା ଭିତରେ ରହି ସମସ୍ତେ ପ୍ରଚାର କରିବା। ଏଥିସହିତ ଶ୍ରୀ ପ୍ରଧାନ “ଫିର୍ ଏକ ବାର୍ ୪୦୦ ପାର୍, ଫିର୍ ଏକ ବାର୍ ମୋଦି ସରକାର”ର ନାରା ଦେଇଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button