ଖେଳ ଖବର

ବିଦେଶ ଖେଳିବାକୁ ଯାଇ ଚୋରି କଲେ ପାକିସ୍ତାନ ଖେଳାଳି – bajravana

[ad_1]

ନୂଆଦିଲ୍ଲୀ: ଦେବାଳିଆ ହେବାପରେ ପାକିସ୍ତାନ କିଛିନା କିଛି ଘଟଣାକୁ ନେଇ ବିଦେଶରେ ଲଜ୍ଜାକର ପରିସ୍ଥିତିର ସାମ୍ନା କରୁଛି। ଏମିତି କି ପାକିସ୍ତାନର ଲୋକ ବି ଦେଶର ଛବିକୁ ଖରାପ କରୁଥିବାର ଅନେକ ଘଟଣା ନଜରକୁ ଆସିଛି। ନିକଟରେ ପାକିସ୍ତାନର ଜଣେ ଖେଳାଳି ବିଦେଶରେ ମହିଳା ଖେଳାଳିଙ୍କ ପର୍ସରୁ ଟଙ୍କା ଚୋରି କରିଥିବାର ଲଜ୍ଜାକର ଘଟଣା ଘଟିଛି।

ସୂଚନାଯୋଗ୍ୟ, ବକ୍ସର ‌‌ଜୋହୈବ ରାସିଦ ୫ଜଣ ସଦସ୍ୟ ଥିବା ପାକିସ୍ତାନ ଟିମ ସହିତ ଇଟାଲିର ଅଲମ୍ପିକ କ୍ବାଲିଫିକେସନ ଇଭେଣ୍ଟରେ ଖେଳିବା ପାଇଁ ଯାଇଥିଲେ। ଏହି ସମୟରେ ଜୋହୈବ ମହିଳା ସାଥୀ ଖେଳାଳି ଲୌରା ଇକରାମଙ୍କ ପର୍ସରୁ ଟଙ୍କା ଚୋରି କରିଥିଲେ। ଏହାପରେ ଟିମକୁ ଛାଡ଼ି ସେ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଜଣାପଡ଼ିଛି। ଏହି ଚୋରି ଘଟଣାକୁ କେନ୍ଦ୍ର କରି ପାକିସ୍ତାନ ବକ୍ସିଂ ଫେଡରେସନର ଜଣେ ଅଧିକାରୀ ଇଟାଲିରେ ପାକିସ୍ତାନ ଦୂତାବାସଙ୍କୁ ସୂଚନା ଦେଇଛନ୍ତି। ପୁଲିସରେ ଏନେଇ ଏକ ମାମଲା ମଧ୍ୟ ରୁଜୁ କରାଯାଇଛି।

ପାକିସ୍ତାନ ବକ୍ସିଂ ଫେଡରେସନର ସେକ୍ରେଟେରି କର୍ନଲ ନାସିର ଅହମଦ କହିଛନ୍ତି, ‘ଜୌହୈବ ରାସିଦ ପାଞ୍ଚଜଣ ସଦସ୍ୟ ଥିବା ପାକିସ୍ତାନ ଟିମ ସହିତ ଅଲମ୍ପିକ କ୍ବାଲିଫାଇଙ୍ଗ ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ଇଟାଲି ଯାଇଥିଲେ। କିନ୍ତୁ ସେ ସେଠାରେ ଯେଉଁଭଳି କାମ କରିଛନ୍ତି ଦେଶରେ ତଥା ବିଦେଶରେ ଆମ ଛବି ଖରାପ ହୋଇଯାଇଛି। ଆମକୁ ଲଜ୍ଜାକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଅଭିଯୁକ୍ତ ଖେଳାଳିଙ୍କ କୌଣସି ସୂଚନା ମିଳି ପାରି ନାହିଁ। ପୁଲିସ ଜୌହୈବ ରାସିଦକୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି।’

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button