ଏହି କାରଣରୁ ନିଜ ସହିତ ଫଟୋ ଉଠାଇବାକୁ ଅର୍ଶଦଙ୍କୁ ଡାକିଥିଲେ ନୀରଜ – bajravana
[ad_1]
ନୂଆଦିଲ୍ଲୀ: ଅଲିମ୍ପିକ୍ ଓ ବିଶ୍ବ ଦୌଡ଼କୁଦ ବିଜେତା ନୀରଜ ଚୋପ୍ରା ତାଙ୍କର ପାକିସ୍ତାନୀ ପ୍ରତିଦ୍ବନ୍ଦ୍ବୀ ତଥା ବିଶ୍ବ ଦୌଡ଼କୁଦର ରୌପ୍ୟ ପଦକ ବିଜେତା ଅର୍ଶଦ ନଦୀମଙ୍କୁ ନିଜ ଖାଣ୍ଡ୍ରା ବାସଭବନକୁ ମଧ୍ୟାହ୍ନଭୋଜନ ପାଇଁ ନିମନ୍ତ୍ରଣ ଦେଇଛନ୍ତି। ଏନେଇ ନୀରଜ ବିଶ୍ବ ଚାମ୍ପିଅନ୍ସିପ୍ରେ ସ୍ବର୍ଣ୍ଣ ଏବଂ ଗୁରୁବାର ଜୁରିକ ଡାଏମଣ୍ଡ ଲିଗ୍ରେ ରୌପ୍ୟ ପଦକ ଜିତିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରିବା ସମୟରେ ସେ ଏହି ସୂଚନା ଦେଇଛନ୍ତି।
କିଛିଦିନ ତଳେ ବିଶ୍ବ ଦୌଡ଼କୁଦର ରୌପ୍ୟ ପଦକ ବିଜେତା ତଥା ଜାଭଲିନ ଖେଳାଳି ଅର୍ଶଦ ନଦୀମ ଓ ନୀରଜଙ୍କ ଏକ ଫଟୋ ସାମ୍ନାକୁ ଆସିଥିଲା। ଯେଉଁଥିରେ ନୀରଜ ଦୁଇହାତରେ ଜାତୀୟ ପତାକାକୁ ଧରିଥିବା ଦେଖିବାକୁ ମିଳିଥିଲା। ଆଉ ତାଙ୍କ ପାଖରେ ଅର୍ଶଦ ନଦୀମ ବି ଛିଡ଼ା ହୋଇଥିବା ନଜରକୁ ଆସିଥିଲା।
ଏହି ଘଟଣାକୁ ଦେଇ ନିକଟରେ ନୀରଜ କହିଛନ୍ତି,‘ଆମର ଫଟୋ ଉଠା ଯାଉଥିବା ବେଳେ ଅର୍ଶଦଙ୍କୁ ଦେଖି ମୋତେ ଖରାପ ଲାଗିଥିଲା। କାରଣ ତାଙ୍କ ପାଖରେ ଜାତୀୟ ପତାକା ନଥିଲା। ପତାକା ନଥିବା ହେତୁ ଅର୍ଶଦ ଦୁଃଖୀ ଥିବା ଭଳି ଲାଗୁଥିଲେ। ସେଥିପାଇଁ ମୁଁ ମୋ ଦେଶର ପତାକା ପାଖକୁ ତାଙ୍କୁ ଡାକି ଦେଇଥିଲି। ଅର୍ଶଦ ବି ମୋ କଥା ରକ୍ଷା କରି ଚାଲି ଆସିଥିଲେ। ପରେ ତାଙ୍କୁ ପତାକା ମିଳିଥିଲା। କାରଣ ଖେଳଶେଷ ପରେ ସେ ଡ୍ରେସିଂ ରୁମକୁ ଯାଇଥିଲେ। ସେଠାରୁ ଅର୍ଶଦ ହଡବଡ଼ ହୋଇ ଆସିବା ସମୟରେ ପତାକା ଆଣିବାକୁ ଭୁଲି ଯାଇଥିଲେ। ଏତିକିବେଳେ ଫଟୋ ସେସନ ଆରମ୍ଭ ହୋଇଯାଇଥିଲା।
[ad_2]