ମନୋରଞ୍ଜନ

ଭାଇଜାନଙ୍କୁ କୋଳରେ ଉଠାଇ ନାଚିଲେ ଅନନ୍ତ ଅମ୍ବାନୀ, ଭିଡ଼ିଓ ଭାଇରାଲ – bajravana

[ad_1]

ନୂଆଦିଲ୍ଲୀ: ଭାଇଜାନ ସଲମାନ ଖାନଙ୍କ ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସଲମାନ ଅନନ୍ତ ଅମ୍ବାନୀଙ୍କ ପ୍ରି ୱିଡିଂ ସେରିମନିରେ ମଉଜମସ୍ତି କରୁଥିବାର ଏହି ଭିଡ଼ିଓରେ‌ ଦେଖିବାକୁ ମିଳୁଛି।

ଗତ ରାତିରେ ଏହି ଊତ୍ସବରେ ସଲମାନଙ୍କୁ ଏକ ନୂଆ ରୁପରେ ଦେଖିବାକୁ ମିଳୁଛି। ସଲମାନଙ୍କୁ ନିଜ କୋଳରେ ଉଠାଇ ଧରି ଅମ୍ବାନୀ ପରିବାରର ଛୋଟ ପୁଅ ଅନନ୍ତ ଖୁସିରେ ନାଚୁଥିବା ଭିଡ଼ିଓରେ ଦେଖିବାକୁ ମିଳୁଛି।
ବିବାହ କରିବାକୁ ଯାଉଥିବା ଅନନ୍ତ ନିଜ ପାଖରେ ଛିଡ଼ା ହୋଇଥିବା ସଲମାନଙ୍କୁ ଉଠାଇ ନାଚିଥିଲେ। ଏହାପରେ ସଲମାନ ଖୁସିରେ ଅନନ୍ତଙ୍କୁ ଆଲିଙ୍ଗନ କରି ବିବାହ ଅଭିନନ୍ଦନ ଜଣାଉଥିବାର ଦେଖିବାକୁ ମିଳୁଛି।

ଏନେଇ ୟୁଜର ଭିନ୍ନ ଭିନ୍ନ ମନ୍ତବ୍ୟ ଦେବାରେ ଲାଗିଛନ୍ତି। କେତେକ ସଲମାନ ଏବଂ ଅନନ୍ତଙ୍କ ବନ୍ଧୁତାକୁ ତାରିଫ କରିଛନ୍ତି। ଅନ୍ୟ କେତେକ ୟୁଜର କହିଛନ୍ତି ବୋଧେ ସଲମାନଙ୍କ ବିବାହ ହେଉଛି। ଭାଇଜାନ ବର ଭଳି ଲାଗୁଛନ୍ତି। ଜଣେ ୟୁଜର କହିଛନ୍ତି ଏଭଳି କାମ କେବଳ ଅମ୍ବାନୀଙ୍କ ପୁଅ ହିଁ କରିପାରିବେ। ଅନନ୍ତଙ୍କ ହୃଦୟ ନିର୍ମଳ ବୋଲି କିଛି ୟୁଜର ମନ୍ତବ୍ୟ ଦେଇଛନ୍ତି। ତାଙ୍କ ମନରେ ଧନୀ ହେବାର ଗର୍ବ ନାହିଁ।

ସଲମାନଙ୍କ ଜ‌ଣେ ପ୍ରଶଂସକ ଲେଖିଛନ୍ତି ଭାଇଜାନଙ୍କୁ ଜଣେ ତାଙ୍କ ଭଳି ବ୍ୟକ୍ତିତ୍ବ ହିଁ ଉଠାଇ ପାରିବେ। ଏଥିରୁ ଜଣାପଡୁଛି ଅନନ୍ତ ମଧ୍ୟ ତାଙ୍କ ଭଳି ଜଣେ ନିର୍ମଳ ମନ ଥିବା ବ୍ୟକ୍ତିତ୍ବ। ଏବେ ଏହି ଭିଡ଼ିଓ ଭଇରାଲ ହେବା ସହିତ ଏହାକୁ ୟୁଜର ବେଶ୍ ପ୍ରଶଂସା କରୁଛନ୍ତି।

 

 

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button