ଦେଶ ବିଦେଶ

ନାଫେ ସିଂହଙ୍କ ହତ୍ୟା ମାମଲା :୨ ଗିରଫ – bajravana

[ad_1]

ନୂଆଦିଲ୍ଲୀ, ୦୪/୩ : ଇଣ୍ଡିଆନ୍ ନ୍ୟାସନାଲ ଲୋକଦଳ ହରିୟାଣା ପ୍ରଦେଶ ଅଧ୍ୟକ୍ଷ ନାଫେ ସିଂହ ରାଠିଙ୍କ ହତ୍ୟା ମାମଲାରେ ଦୁଇ ସୁଟରଙ୍କୁ ଗିରଫ କରିଛି ପୋଲିସ । ଉଭୟ ରାଜଧାନୀ ଦିଲ୍ଲୀର ନଙ୍ଗଲୋଈ ଅଞ୍ଚଳ ବାସିନ୍ଦା । ଦୁଇ ସୁଟର କପିଲ୍ ସଙ୍ଗାଓ୍ବାନ ବା ନନ୍ଦୁ ଗ୍ୟାଙ୍ଗ ସମ୍ପର୍କରେ ଥିବା ଆଶଙ୍କା କରାଯାଉଛି । ଝଚ୍ଚର ପୋଲିସ ଓ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଏବଂ ଏସଟିଏଫ୍ ଜଏଣ୍ଟ ଅପରେସ କରି ଗୋଆରୁ ଗିରଫ କରିଛି । ତେବେ ପୋଲିସ୍ ଆଉ ଦୁଇ ସୁଟର୍ସଙ୍କୁ ଗରିଫ କରିବାକୁ ତଲାସି ଜାରି ରଖିଛି । ଆଇଏନଏଲଡିର ହରିୟାଣା ପ୍ରଦେଶ ପ୍ରମୁଖ ନାଫେ ସିଂହଙ୍କୁ ଫେବ୍ରୁଆରୀ ୨୫ ତାରିଖରେ ଫର୍ଚ୍ୟୁନର କାରରେ ଏକ ସ୍ଥାନ ଯାଉଥିଲେ । ତାଙ୍କ କାର୍ ବରାହୀ ଫାଟକ ପାର୍ କରୁଥିବା ବେଳେ ଏକ ଆଇ-୧୦ କାର୍‌ରେ ଆତତାୟୀ ମାନେ ଆସି ନାଫେ ସିଂହ ଉପରେ ଗୁଳି ବର୍ଷା କରିଥିଲେ । କୁହାଯାଉଛି, ୪୦-୫୦ ରାଉଣ୍ଡ ଗୁଳି ତାଙ୍କ ଉପରେ ଫାୟାରିଂ ହୋଇଛି । ନାଫେ ସିଂହଙ୍କ ଛଡ଼ା ତାଙ୍କ ସୁରକ୍ଷାକର୍ମୀ ଜୟ କିଶାନଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଅଭିଯୁକ୍ତମାନେ ଆଶିଷ୍, ନକୁଲ ସାଙ୍ଗଓ୍ବାନ ଓରଫ୍ ଦୀପକ ସଙ୍ଗଓ୍ବାନ ଏବଂ ଅତୁଲ ବୋଲି ପୋଲିସ ଚିହ୍ନଟ କରିଥିଲା । ଅଭିଯୁକ୍ତଙ୍କ ବାବଦରେ ଅଧିକ ସୂଚନା ପାଇଁ ଉଦ୍ୟମ କରିଥିଲା ପୋଲିସ । ନାଫେ ସିଂହ ରାଠି ଦୁଇ ପୁଅଙ୍କ କହିବା ଅନୁଯାୟୀ, ଏକ ଅଜ୍ଞାତ ନମ୍ବରରୁ ୧୮ ଥର ଧମକ ଭରା ଫୋନ୍ କଲ୍ ଆସିଥିଲା । ପରେ ଫେବ୍ରୁଆରୀ ୨୫ ତାରିଖରେ ତାଙ୍କୁ ହତ୍ୟା କରାଯାଇଛି । ତେବେ ପୋଲିସର ଜଏଣ୍ଟ ଅପରେସନରେ ଦୁଇ ସୁଟର୍ସ ଗିରଫ ହୋଇଛନ୍ତି । ଅନ୍ୟଜଣେ ସୁଟରକୁ ପୋଲିସ ଖୋଜୁଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button