ଜଗନ୍ନାଥଙ୍କୁ ଜଗିବେ ଜଗନ୍ନାଥ: ବିଜେଡି ଛାଡ଼ିଲେ, ପଦ୍ମ ଧରିଲେ – bajravana
[ad_1]
୪ ପୂର୍ବତନ ସରପଞ୍ଚ, ସମିତିସଭ୍ୟ ବି ବିଜେପିରେ ସାମିଲ୍ବି, ଷମକଟକ ନିର୍ବାଚନ ମଣ୍ଡଳୀ ରାଜନୀତି ସରଗରମ
ରାୟଗଡ଼ା/ମୁନିଗୁଡ଼ା: ୨୨ବର୍ଷ ଧରି ଦଳ ପାଇଁ କାମ କଲି, କେହି ଚିହ୍ନିଲେନି। ଥରେ ସୁଯୋଗ ଦେବାକୁ ଅନୁରୋଧ କଲି, ପ୍ରତ୍ୟାଖ୍ୟାନ କଲେ। କାମ କରିବେ କର୍ମୀ, ଶ୍ରେୟ ନେବେ ନେତା। ବିଜେଡି ଛାଡ଼ି ବିଜେପିରେ ଯୋଗଦେବା ପରେ କ୍ଷୋଭର ସହ ଏହା କହିଛନ୍ତି ବରିଷ୍ଠ ନେତା ତଥା ରାଜ୍ୟ ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ଜଗନ୍ନାଥ ନୁଣ୍ଡ୍ରୁକା। ବିଜେପିରେ ଜଗନ୍ନାଥଙ୍କ ଯୋଗଦାନ ବିଷମକଟକ ନିର୍ବାଚନ ମଣ୍ଡଳୀ ରାଜନୀତିକୁ ସରଗରମ କରିଛି। ଏହି ନିର୍ବାଚନ ମଣ୍ଡଳୀରୁ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ପ୍ରତିନିଧିତ୍ବ କରୁଥିବା ବେଳେ ନୁଣ୍ଡ୍ରୁକା ବିଜେପିରେ ଯୋଗଦେବା ପରେ ସମୀକରଣ ବଦଳିବା ନେଇ ଚର୍ଚ୍ଚା ହେଉଛି। ଜଗନ୍ନାଥ ନୁଣ୍ଡ୍ରୁକା ଏବେ କେସିସି ବ୍ୟାଙ୍କ ନିର୍ଦ୍ଦେଶକ, ଅମ୍ବାଦଳା ଲ୍ୟାମ୍ପସ୍ ନିର୍ଦ୍ଦେଶକ ଓ ରାଜ୍ୟ ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ଭଳି ଗୁରୁତ୍ବପୂର୍ଣ୍ଣ ପଦବିରେ ଅଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଛାତ୍ର ଜୀବନରୁ ରାଜନୀତିରେ ସକ୍ରିୟ ଜଗନ୍ନାଥ ୨୦୦୨ ପଞ୍ଚାୟତ ନିର୍ବାଚନରେ ମୁନିଗୁଡ଼ା ବ୍ଲକ୍ ଶିବପଦର ସମିତିସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। ଏହା ପରେ ୨୦୦୭ ଓ ୨୦୧୨ ନିର୍ବାଚନରେ ଶିବପଦର ସରପଞ୍ଚ ଭାବେ ବିଜୟୀ ହେବା ସହ ୨୦୧୭ରେ ଶ୍ରଦ୍ଧାପୁର ସମିତି ସଭ୍ୟଭାବେ ନିର୍ବାଚିତ ହୋଇଥିଲେ। ୨୦୧୮ରୁ ସମିତିସଭ୍ୟ ପଦରୁ ଇସ୍ତଫା ଦେଇ ରାୟଗଡ଼ା ସ୍ବତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ୨୦୧୯ ନିର୍ବାଚନରେ ଦଳ ପକ୍ଷରୁ ଟିକେଟ୍ ପାଇଁ ଆଶାୟୀ ଥିଲେ ମଧ୍ୟ ଜଗନ୍ନାଥ ସାରକାଙ୍କୁ ଦଳ ପ୍ରାର୍ଥୀ କରିଥିଲା। ୨୦୨୨ ପଞ୍ଚାୟତ ନିର୍ବାଚନରେ ଜଗନ୍ନାଥଙ୍କ ପତ୍ନୀ ଦୁଃଖିନୀ ନୁଣ୍ଡ୍ରୁକାଙ୍କୁ ଶ୍ରଦ୍ଧାପୁର ସମିତିସଭ୍ୟ ଭାବେ ଜିତାଇ ମୁନିଗୁଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବିରେ ବସାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ଆଜି ପୂର୍ବାହ୍ନ ୧୧ଟାରେ ଜଗନ୍ନାଥଙ୍କ ସହ ପୂର୍ବତନ ସମିତିସଭ୍ୟ ରବି ନୁଣ୍ଡ୍ରୁକା, ତେଲେଙ୍ଗାପଦର ଅଞ୍ଚଳର ବିଜେଡି ନେତା ବେଣୁଧର ଗାରେକା, ପାତ୍ରଗୁଡ଼ା ଅଞ୍ଚଳର ଶୁକଦେବ ବେହେରା ବିଜେପିରେ ସାମିଲ୍ ହୋଇଥିଲେ।
ବିଜେପି ରାଜ୍ୟ ପ୍ରଭାରୀ ବିଜୟପାଲ ତୋମାର, ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ, ଲେଖାଶ୍ରୀ ସାମନ୍ତ ସିଂହାର, କୋରାପୁଟ ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ, କୋରାପୁଟ ଲୋକସଭା ସଂଯୋଜକ ତ୍ରିନାଥ ପଣ୍ଡା, ବିଜେପି ରାଜ୍ୟ ଓବିସି ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ବେହେରା, ପୂର୍ବତନ ଜିଲ୍ଲା ସଭାପତି ତଥା ପୂର୍ବତନ ବିଷମକଟକ ବିଧାନସଭା ପ୍ରାର୍ଥୀ ଶିବଶଙ୍କର ଉଲ୍ଲାକା, ପୂର୍ବତନ ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ରୁଦ୍ର ପ୍ରସାଦ ମୁଗଲି, ପୂର୍ବତନ ଅମ୍ବାଦଳା ମଣ୍ଡଳ ସଭାପତି ଭିକାରୀ ନାୟକ, ଗୌର ମହାନ୍ତି, ମଣ୍ଡଳ ସଭାପତି ପରମେଶ୍ବର ରାଓ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ଜଗନ୍ନାଥ ନୁଣ୍ଡ୍ରୁକା ଦଳ ଛାଡିବା ଦ୍ବାରା କୌଣସି ପ୍ରଭାବ ପଡ଼ିବନାହିଁ ବୋଲି ବିଜେଡି ନେତା କହିଛନ୍ତି।
[ad_2]