ବିଜେଡି ଛାଡ଼ିଲେ ପୂର୍ବତନ ନଗରପାଳ ଓ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ – bajravana
[ad_1]
ଢେଙ୍କାନାଳ: ଢେଙ୍କାନାଳର ପୂର୍ବତନ ନଗରପାଳ ସୁଧାଂଶୁ କୁମାର ଦଳେଇ ଏବଂ ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ କୋଦଣ୍ଡଧର ସାହୁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଉଭୟ ରାଜ୍ୟ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଇସ୍ତଫାପତ୍ର ପଠାଇଛନ୍ତି। ଏହାର ନକଲ ବିଜେଡି ଜିଲ୍ଲା ସଭାପତି ତଥା ପର୍ଜଙ୍ଗ ବିଧାୟକ ନୃସିଂହ ସାହୁଙ୍କୁ ପଠାଇଥିବା ଦର୍ଶାଇଛନ୍ତି। ପୂର୍ବତନ ନଗରପାଳ ସୁଧାଂଶୁ କୁମାର ଦଳେଇ ୨୦୧୬ ମସିହାରେ ବିଜେପିରୁ ନଗରପାଳ ହୋଇଥିଲେ। ସେ ୧୯୯୫ରୁ ବିଜେପି ସହ ଜଡ଼ିତ ରହି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ। ୨୦୧୯ରେ ସେ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇ ଉପସଭାପତି ଦାୟିତ୍ୱରେ ରହିଥିଲେ। ଗତ ପୌର ନିର୍ବାଚନରେ ତାଙ୍କ ପତ୍ନୀ ଅନିମା ନାୟକ ବିଜେଡିରୁ ପ୍ରାର୍ଥୀ ହୋଇ ବର୍ତ୍ତମାନର ନଗରପାଳ ଜୟନ୍ତୀ ପାତ୍ରଙ୍କଠାରୁ ପରାଜିତ ହୋଇଥିଲେ। ଏହାପରେ ଶ୍ରୀ ଦଳେଇ କଣଠେସା ହୋଇ ରହିଯାଇଥିଲେ। ଦଳରୁ ଇସ୍ତଫା ଦେବା ପରେ ଆସନ୍ତା ୨୯ ତାରିଖରେ ଭୁବନେଶ୍ୱରଠାରେ ବିଜେପିରେ ଯୋଗଦେଇ ପୁନର୍ବାର ପଦ୍ମ ଧରିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସେହିପରି ୨୦୦୪ ମସିହାରୁ କୋଦଣ୍ଡଧର ସାହୁ ବିଜେଡିରେ ଯୋଗ ଦେଇଥିଲେ। ସେ ୨୦୧୭ ନିର୍ବାଚନରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ତା’ପରେ ବିଜେଡିର କୌଣସି ପଦପଦବିରେ ରହି ନଥିଲେ। ସେ ମଧ୍ୟ ଦଳରେ ଏକପ୍ରକାର କଣଠେସା ହୋଇ ରହିଥିଲେ। ଏକଚାଟିଆ ଭାବେ କାର୍ଯ୍ୟ ହେଉଥିବାରୁ ସେ ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଥିଲେ ମଧ୍ୟ ଅସନ୍ତୁଷ୍ଟ ଥିଲେ। ସେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ମାଧ୍ୟମରେ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଜଣାଇଛନ୍ତି। ୧ ତାରିଖରେ ନିଜର ସମର୍ଥକମାନଙ୍କ ସହ ବିଜେପିରେ ସାମିଲ ହେବେ ବୋଲି ସାଧାରଣରେ ଆଲୋଚନା ହେଉଛି।
[ad_2]