ଅପରାଧ

ସ୍ତ୍ରୀ ଛାଡ଼ପତ୍ର ମାଗିବାରୁ ସ୍ବାମୀ ଦାନ କରିଥିବା କିଡନି ଫେରାଇ ଦେବାକୁ କରିଛନ୍ତି ଦାବି – bajravana

[ad_1]

ନୂଆଦିଲ୍ଲୀ: ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଛାଡ଼ପତ୍ର ବିଭିନ୍ନ ଘଟଣାକୁ କେନ୍ଦ୍ର କରି ହୋଇଥାଏ। ଛାଡ଼ପତ୍ର ପ‌ରେ ସ୍ବାମୀ/ସ୍ତ୍ରୀ ଭରଣପୋଷଣ ପାଇଁ ଟଙ୍କା ଦାବି କରିଥାଆନ୍ତି। ନିକଟରେ ଜଣେ  ଛାଡ଼ପତ୍ର ପାଇଁ ସ୍ତ୍ରୀ ଦାବି କରିବାରୁ ତାଙ୍କ ସ୍ବାମୀ ଦାନ କରିଥିବା କିଡ଼ନି ମାଗିଛନ୍ତି। ଆମେରିକାରେ ଏମିତି ଏକ ଛାଡ଼ପତ୍ର ଏବେ ଚର୍ଚ୍ଚାର ପରିସରରେ ରହିଛି।

ସୂଚନାଯୋଗ୍ୟ, ରିଚର୍ଡ ବତିସ୍ତା ନାମକ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଦାନ କରିଥିବା କିଡନି ମାଗିଥିବା ଜଣାପଡ଼ିଛି। ଏଥିସହିତ ସେ କହିଛନ୍ତି,‘ ଯଦି ତୁମେ କିଡନି ଦେଇ ପାରିବ ନାହିଁ ତେବେ ୧.୨ ମିଲିୟନ ପାଉଣ୍ଡ ଦିଅ।’

ଡାକ୍ତର ରିଚର୍ଡ ୧୯୯୦ ମସିହାରେ ଡାନେଲଙ୍କୁ ବିବାହ କରିଥିଲେ। ଦୁହିଁଙ୍କ ତିନିଜଣ ସନ୍ତାନ ବି ଅଛନ୍ତି। ବିବାହର କିଛି ବର୍ଷ ପରେ ସ୍ତ୍ରୀ ଡାନେଲଙ୍କ ଦୁଇଟି କିଡନି ଖରାପ ହୋଇଯାଇଥିବା ଜଣାପଡ଼ିଥିଲା। ତେଣୁ ରିଚର୍ଡ ବତିସ୍ତା ସ୍ତ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ ନିଜର ଗୋଟିଏ କିଡନି ଦାନ କରି ଦେଇଥିଲେ।

ଏହି ଘଟଣାର ଚାରିବର୍ଷ ପରେ ଦୁହିଁଙ୍କ ସମ୍ପର୍କ‌ରେ ଫାଟ ସୃଷ୍ଟି ହେବାରୁ ଡାନେଲ ଛାଡ଼ପତ୍ର ପାଇଁ ଦାବି କରିଥିଲେ। ଏହାକୁ ନେଇ ସ୍ବାମୀ ସ୍ତ୍ରୀ ଡାନେଲଙ୍କୁ କହିଛନ୍ତି,‘ ଛାଡ଼ପତ୍ର ଯଦି ଚାହୁଁଛ ତେବେ ତୁମେ ମୋ କିଡନି ଦେଇଦିଅ। ନଚେତ ଟଙ୍କା ଫେରାଅ’।

ମେଡିକାଲ ବିଶେଷଜ୍ଞ ରିଚର୍ଡ ବତିସ୍ତାଙ୍କୁ ବୁଝାଇ କହିଛନ୍ତି, ଡାନେଲଙ୍କ ଅସ୍ତ୍ରୋପଚାର କରି କିଡନି ପ୍ରତିରୋପଣ କରାଯାଇଛି। ତେବେ କିଡନି ବାହାର କରିବାକୁ ହେଲେ ପୁଣିଥରେ ଅସ୍ତ୍ରୋପଚାର କରିବାକୁ ହେବ। ଏହାଦ୍ବାରା ଡାନେଲଙ୍କ ଜୀବନ ପ୍ରତି ବିପଦ ରହିଛି। ଡାନେଲଙ୍କ ଶରୀର ଭିତରେ କିଡନି ରହିବା ଅର୍ଥ ଏବେ ଏହା ତାଙ୍କର। ତୁମେ ଏମିତି ଦାବି କରି ପାରିବ ନାହିଁ। ତେଣୁ ଏହି ଦାବି ଯୁକ୍ତିଯୁକ୍ତ ନୁହେଁ।’



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button