କାର୍କୁ ହେଲିକପ୍ଟର ବନାଇ ପୁଲିସ୍ ହାତରେ ଧରାପଡ଼ିଲେ ଈଶ୍ବର, ନିୟମ ନମାନିଥିବାରୁ ଦେଲେ ଜରିମାନା – bajravana
[ad_1]
ଆମ୍ବେଦକରନଗର: ଉତ୍ତରପ୍ରଦେଶର ଜଣେ ବ୍ୟକ୍ତି ନିଜ କାର୍କୁ ହେଲିକପ୍ଟରର ରୂପ ଦେଇଥିବା ବେଳେ ନିୟମ ଉଲ୍ଲଂଘନ କରିିଥିବାରୁ ପୁଲିସ୍ ହାତରେ ଧରାପଡ଼ିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଈଶ୍ବର ଦେନ୍ ନାମକ ବ୍ୟକ୍ତି ଜଣକ ନିଜର ଏହି ‘ଜୁଗାଡ଼’ ପାଇଁ ୨.୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ବି ତାହା ଏବେ ପାଣିରେ ପଡ଼ିଯାଇଛି। ଖଜୁରୀ ବଜାରର ବାସିନ୍ଦା ଈଶ୍ୱର ନିଜର ‘କାର୍ କପ୍ଟର’କୁ ରଙ୍ଗ କରିବା ପାଇଁ ଯାଉଥିବା ବେଳେ ଟ୍ରାଫିକ୍ ପୁଲିସ୍ ତାଙ୍କୁ ଅଟକାଇ ଅନଧିକୃତ ପରିବର୍ତ୍ତନ ପାଇଁ ଜରିମାନା ଲଗାଇଛି। ତାଙ୍କର ଅନନ୍ୟ ଗାଡି ମଧ୍ୟ ପୁଲିସ ଜବତ କରିଥିଲା ଏବଂ ପରେ ଜରିମାନା ଆଦାୟ ପରେ ତାଙ୍କୁ ଛଡ଼ା ଯାଇଥିଲା।
ଈଶ୍ବର କହିଛନ୍ତି ଯେ ବାହାଘର ବେଳେ ବରମାନଙ୍କ ପାଇଁ କିମ୍ବା ଅନ୍ୟାନ୍ୟ ଉତ୍ସବ ପାଇଁ ସ୍ବତନ୍ତ୍ର କରିବାକୁ ଚାହୁଁଥିବା ଲୋକଙ୍କୁ ଦୃଷ୍ଟିରେ ରଖି ସେ ଏପରି ଏକ ପରିକଳ୍ପନା କରିଥିଲେ। ବାହାଘର ଋତୁରେ ଏହାକୁ ବୁକିଂ ପାଇଁ ବ୍ୟବହାର କରିବାକୁ ଈଶ୍ବର ଏପରି କରିଥିଲେ, ଯାହାଦ୍ବାରା ତାଙ୍କ ପରିବାରର କିଛି ଅତିରିକ୍ତ ଟଙ୍କା ରୋଜଗାର ହୋଇପାରିବ।
ଏହାକୁ ରାସ୍ତାରେ ଚଲାଇବାର ତାଙ୍କର କୌଣସି ଉଦ୍ଦେଶ୍ୟ ନଥିଲା। ସେ ଏହି ଯାନକୁ କେବଳ ବିବାହ ଋତୁରେ ବ୍ୟବହାର କରିଥାନ୍ତେ। ସେ ଆହୁରି ମଧ୍ୟ ସୂଚାଇ ଦେଇଛନ୍ତି ଯେ ବିହାର ଏବଂ ପ୍ରତାପଗଡ ଭଳି ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ସମାନ ଯାନ ଚଳାଚଳ କରୁଛି। ହେଲେ ବି ପୁଲିସ୍ ତାଙ୍କ ଉପରେ ଜରିମାନା ଲାଗୁ କରିଛି।
ସୁରକ୍ଷା ଚିନ୍ତା କରି ଗାଡ଼ି ଜବତ କରାଯାଇଥିଲା ପୁଲିସ୍ ସୂଚନା ଦେଇଛି। ମୋଟର ଯାନ ଅଧିନିୟମ ଅନୁଯାୟୀ ଉପଯୁକ୍ତ ଅନୁମତି ବିନା କାରକୁ ଉଡ଼ନ୍ତା ଯାନରେ ପରିବର୍ତ୍ତନ କରାଯାଇଥିବା ପୁଲିସ୍ କହିଛି।
[ad_2]