ଜାନବାଇରୁ ୧୭୦ କିମି ପଦଯାତ୍ରା ପରେ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ – bajravana
[ad_1]
ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ
ମାଲକାନଗିରି: ଜିଲ୍ଲା ସିପିଆଇ(ଏମ)ର ଜୋନ ସଂପାଦକ ବ୍ରଜ ମାଝିଙ୍କ ନେତୃତ୍ବରେ ଶହ ଶହ ସଂଖ୍ୟାରେ ଆଦିବାସୀ, ଦଳିତ ଓ ଶ୍ରମଜିବୀ ଲୋକେ ଚିତ୍ରକୋଣ୍ଡା ବ୍ଲକର ଜାନବାଇ ଠାରୁ ମାଲକାନଗିରି ଯାଏ ୧୭୦ କିମି ରାସ୍ତା ପଦଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଥିଲେ। ଏହି ଦାବି ପତ୍ରରେ କେନ୍ଦ୍ର ସରକାର କରିଥିବା ଜଙ୍ଗଲ ଆଇନ ସଂଶୋଧନକୁ ବାତିଲ କରାଯାଉ। ଓଡ଼ିଶାରେ ପେଶା ଆଇନ, ୧୯୯୬ କାର୍ଯ୍ୟକାରୀ ନିମନ୍ତେ ତୁରନ୍ତ ଅଧ୍ୱନିୟମ ପ୍ରଣୟନ କରାଯାଉ ଏବଂ ଗ୍ରାମ ସଭାକୁ ପୂର୍ଣ୍ଣ ଅଧିକାର ପ୍ରଦାନ କରାଯାଉ।
Sambad is now on WhatsApp
Join and get latest news updates delivered to you via WhatsApp
ଜଙ୍ଗଲ ଅଧିକାର ଆଇନ ୨୦୦୬ରେ ପ୍ରତି ଆଦିବାସୀ ପରିବାରକୁ ୧୦ ଏକର ପର୍ଯ୍ୟନ୍ତ ଜମିପଟ୍ଟା ପ୍ରଦାନ କରାଯାଉ। ଆଦିବାସୀମାନଙ୍କୁ ବନ ବିଭାଗ ଦ୍ବାରା ବେଦଖଲ କରିବା ବନ୍ଦ କରାଯାଉ।ଜଙ୍ଗଲ ଅଧିକାର ବଳରେ ପାରମ୍ପାରିକ ଅଧିବାସୀମାନଙ୍କୁ ମଧ୍ୟ ଜମି ଦିଆଯାଉ।ଜଙ୍ଗଲ ଜମି ପାଇଥିବା ଲୋକଙ୍କୁ ଜମି ଚିହ୍ନଟ କରି ଦଖଲ ନେବା ସଙ୍ଗେ ସଙ୍ଗେ ପଟ୍ଟା ଦିଆଯାଉ।ଜମି ଅଧଗ୍ରହଣ ବେଳେ ସାମାଜିକ ପ୍ରଭାବ ଆକଳନକୁ ବାଧ୍ୟତାମୂଳକ କରଯାଉ।
ଅଣ ଆଦିବାସୀ ଲୋକେ ଦଖଲ କରିଥିବା ଆଦିବାସୀଙ୍କ ଜମି ଫେରସ୍ତ ପାଇଁ କଡ଼ା କଡ଼ି ବ୍ୟବସ୍ଥା ଗ୍ରହଣ କରାଯାଉ। ଦଖଲରେ ଥିବା ସବୁ ଗରିବ ଭୂମିହୀନ ଲୋକଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଉ। ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ଯୋଗାଣ ଆଇନ (ଏମଜିଏନଆରଜିଏ) ରେ ଦୈନିକ ମଜୁରୀ ୬୦୦ ଟଙ୍କାକୁ ବୃଦ୍ଧି କରି ବାର୍ଷିକ ୨୦୦ ଦିନର କାମ ଦିଆଯାଉ। ମନରେଗା କାମରେ ମେସିନ ବ୍ୟବହାର ଓ ଠିକାଦାର ଦ୍ବାରା କାର୍ଯ୍ୟକୁ ଅପରାଧିକ କାର୍ଯ୍ୟ ଭାବେ ବିବେଚନା କରାଯାଉ। ଆଗାମୀ ଦିନରେ ଯଦି ଏହି ଦାବିଗୁଡିକ ପୂରଣ ନ କରାଯାଏ ତେବେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ସଂପାଦକ ଶ୍ରୀ ମାଝି ଚେତାବନୀ ଦେଇଛନ୍ତି।
[ad_2]