ମନୋରଞ୍ଜନ

ରାକୁଲଙ୍କ ପାଇଁ ବିବାହରେ ଏହି ‘ରୋମାଣ୍ଟିକ୍‌ ସର୍‌ପ୍ରାଇଜ୍‌’ ଯୋଜନା କରିଛନ୍ତି ଜ୍ୟାକି – bajravana

[ad_1]

ନୂଆଦିଲ୍ଲୀ: ରାକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭାଗ୍ନାନୀଙ୍କ ବିବାହକୁ ନେଇ ବର୍ତ୍ତମାନ ବିଭିନ୍ନ ପ୍ରକାରର ତଥ୍ୟ ସବୁ ହସ୍ତଗତ ହେବାରେ ଲାଗିଛି। ଦକ୍ଷିଣ ଗୋଆରେ ବିବାହ ରୀତିନୀତି ଆରମ୍ଭ ହୋଇ ଯାଇଥିବା ବେଳେ ଅତିଥିମାନେ ମଧ୍ୟ ସେଠାରେ ପହଞ୍ଚି ସାରିଲେଣି।

ତେବେ ବି‌ଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ ବର ଜ୍ୟାକି ଭାଗନାନୀ ତାଙ୍କ ଭବିଷ୍ୟତ ପତ୍ନୀଙ୍କ ପାଇଁ ଏକ ବିଶେଷ ସର୍‌ପ୍ରାଇଜ୍‌ ଯୋଜନା କରିଛନ୍ତି। ବମ୍ବେ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଜ୍ୟାକି ତାଙ୍କ ବିବାହ ଉତ୍ସବରେ ଏକ ଗୀତ ଗାଇ ରାକୁଲଙ୍କୁ ଆଶ୍ଚର୍ଯ୍ୟ କରିବାକୁ ଯାଉଛନ୍ତି। ଏହି ଗୀତ କେବଳ ସେମାନଙ୍କ ପ୍ରେମ କାହାଣୀ ଉପରେ ଆଧାରିତ ହେବ ବୋଲି ଜଣାଯାଇଛି।

ଏକ ସୂତ୍ରରୁ ଜଣାପଡ଼ିଛି ଯେ ଜ୍ୟାକି ରାକୁଲଙ୍କ ପାଇଁ ଏହି ପ୍ରେମ ଗୀତରେ ତାଙ୍କ ହୃଦୟର କଥା କହିବେ ଏବଂ ଏହା ବିବାହର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେବ। ସେ ରାକୁଲଙ୍କ ପାଇଁ ଏହି ସ୍ବତନ୍ତ୍ର ବିବାହକୁ ଅର୍ଥପୂର୍ଣ୍ଣ ଏବଂ ସ୍ମରଣୀୟ କରିବାକୁ ଚାହୁଁଥିଲେ। ଏହି ଗୀତଟି ଗାଇ ଜ୍ୟାକି ତାଙ୍କ ଇଛା ପୂରା କରିବେ।

ଅଭିନେତା ତଥା ନିର୍ମାତା ଜ୍ୟାକି ତାଙ୍କ ଭବିଷ୍ୟତ ପତ୍ନୀଙ୍କୁ ଉତ୍ସର୍ଗ କରୁଥିବା ଗୀତର ନାମ ହେଉଛି ‘ବିନ୍ ତେରେ’ ଏବଂ ଏହାକୁ ମୟୂର ପୁରୀ ଲେଖିଛନ୍ତି।
ଏହି ଦମ୍ପତି ବିଦେଶୀ ସ୍ଥାନ ଛାଡି ଫେବ୍ରୁଆରି ୨୧ ତାରିଖରେ ଦକ୍ଷିଣ ଗୋଆର ଏକ ବିଳାସପୂର୍ଣ୍ଣ ହୋଟେଲରେ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଇଟିସି ଗ୍ରାଣ୍ଡରେ ସମୁଦ୍ର କୂଳରେ କେବଳ ଘନିଷ୍ଠ ବ୍ୟକ୍ତିଙ୍କ ଉପସ୍ଥିତିରେ ସେମାନଙ୍କ ବାହାଘର ହେବ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button