ଇତିହାସ ରଚିଲା ଭାରତ: ରାଜକୋଟରେ ଇଂଲଣ୍ଡର ଆତ୍ମସମର୍ପଣ – bajravana
[ad_1]
ଗୋଟିଏ ଶୃଙ୍ଖଳାରେ ସର୍ବାଧିକ ଛକା ମାରିବାର ବିଶ୍ବ ରେକର୍ଡ, ଜୟସ୍ବାଲଙ୍କ ରେକର୍ଡ ଦ୍ବିଶତକ
ରାଜକୋଟ: ରାଜକୋଟରେ ଭାରତୀୟ କ୍ରିକେଟ୍ ଦଳ ଧମାକାଦାର ବିଜୟ ହାସଲ କରିଛି। ଜବରଦସ୍ତ ପ୍ରଦର୍ଶନ ସହ ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ୍କୁ ୪୩୪ ରନ୍ରେ ଜିତି ନେଇଛି। ତା’ ସହିତ ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୨-୧ରେ ଆଗୁଆ ହୋଇଯାଇଛି। ଏହାସହିତ ସର୍ବାଧିକ ରନ୍ ବ୍ୟବଧାନରେ ନିଜର ସର୍ବବୃହତ୍ ଟେଷ୍ଟ୍ ବିଜୟ ହାସଲ କରିଛି। ଏହା ପୂର୍ବରୁ ନ୍ୟୁଜିଲାଣ୍ଡକୁ ୩୭୨ ରନ୍ରେ ହରାଇଥିବା ଟିମ୍ ଇଣ୍ଡିଆର ସର୍ବବୃହତ୍ ବିଜୟ (ରନ୍ ବ୍ୟବଧାନରେ) ଥିଲା। ଅନ୍ୟପକ୍ଷରେ ଚତୁର୍ଥ ଦିନରେ ଆତ୍ମସମର୍ପଣ କରିଥିବା ଇଂଲଣ୍ଡ ନିଜ ଟେଷ୍ଟ୍ ଇତିହାସର ଦ୍ବିତୀୟ ସର୍ବବୃହତ୍ ପରାଜୟ ବରଣ କରିଛି। ଦୁଇ ଯୁବ ଖେଳାଳି ଯଶସ୍ବୀ ଜୟସ୍ବାଲ ଓ ସର୍ଫରାଜ ଖାନ୍ ନିଜର ଅସାଧାରଣ ଏକାଗ୍ରତା ଓ ଆକ୍ରମଣାତ୍ମକ ବ୍ୟାଟିଂ ଶୈଳୀରେ ବ୍ୟକ୍ତିଗତ ମାଇଲଖୁଣ୍ଟ ଛୁଇଁଥିଲେ। ଭାରତୀୟ କ୍ରିକେଟ୍ର ନୂ୍ଆ ରନ୍ ମେସିନ୍ ଜୟସ୍ବାଲ (୨୧୪*)ଙ୍କ କୀର୍ତ୍ତିମାନଭରା ଦ୍ବିତୀୟ ଦ୍ବିଶତକ ସହ ପଦାର୍ପଣକାରୀ ସର୍ଫରାଜ ଖାନ୍ (୬୮*)ଙ୍କ ଲଗାତାର ଦ୍ବିତୀୟ ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ସମ୍ମୁଖରେ ରବିବାର ୫୫୭ ରନ୍ର ଅସମ୍ଭବ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା ରୋହିତ ବାହିନୀ। ତଥାପି ତାରକା ଖଚିତ ଇଂଲଣ୍ଡ ବ୍ୟାଟିଂ ବହିନୀ କିଛିଟା ଲଢ଼ିବ ବୋଲି ଆଶା କରାଯାଉଥିଲା। ହେଲେ ଭାରତୀୟ ବୋଲରଙ୍କ ଶାଣିତ ତଥା ଅଗ୍ନିବର୍ଷୀ ବୋଲିଂ ଆଗରେ ଇଂଲଣ୍ଡ ବ୍ୟାଟିଂ ବାହିନୀ ତାସ୍ ଘର ଭଳି ଭୁଶୁଡ଼ି ଯାଇଥିଲା। ଇଂଲଣ୍ଡ ସ୍କୋର୍ ହଠାତ୍ ୨୫ ଓଭରରେ ୫୦/୭ରେ ପହଞ୍ଚିଯାଇଥିଲା। ଏପରିକି ଜଣେ ହେଲେ ବି ଇଂଲଣ୍ଡ ବ୍ୟାଟର୍ ୪୦ରୁ ଅଧିକ ବଲ୍ ପର୍ଯ୍ୟନ୍ତ କ୍ରିଜ୍ରେ ତିଷ୍ଠି ପାରି ନଥିଲେ। ସ୍ଥାନୀୟ ତାରକା ରବୀନ୍ଦ୍ର ଜାଡ଼େଜାଙ୍କ ନେତୃତ୍ବରେ ଭରତୀୟ ବୋଲରମାନେ ଏଭଳି ବୋଲିଂ କରିଥିଲେ ଯେ ଇଂଲଣ୍ଡ ପାଳି ମାତ୍ର ୧୨୨ ରନ୍ରେ ଶେଷ ହୋଇଯାଇଥିଲା। କ୍ୟାରିୟରର ତ୍ରୟୋଦଶ ପାଞ୍ଚ ୱିକେଟ୍ ସଫଳତା ପାଇଥିବା ଜାଡ଼େଜା ମ୍ୟାଚ୍ରେ ୧୧୨ ରନ୍ ସହ ୯୨ ରନ୍ ବିନିମୟରେ ମୋଟ ୭ ୱିକେଟ୍ ନେଇ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଜୟସ୍ବାଲ ଗୋଟିଏ ପାଳିରେ ସର୍ବାଧିକ ଛକା, ପ୍ରଥମ ଭାରତୀୟ ଭାବେ ୨୩ ବର୍ଷ ବୟସ ପୂର୍ବରୁ ତିନିଟି ୧୫୦ରୁ ଅଧିକ ସ୍କୋର ଭଳି କୀର୍ତ୍ତିମାନ କରିଥିଲେ। ଭାରତ ଦଳଗତ ଭାବେ ଗୋଟିଏ ଶୃଙ୍ଖଳାରେ ସର୍ବାଧିକ ଛକା ମାରିବାର ବିଶ୍ବ ରେକର୍ଡ ମଧ୍ୟ ନିଜ ସଫଳତା ଫର୍ଦ୍ଦରେ ଯୋଡ଼ିଥିଲା। ପଦାର୍ପଣ ଟେଷ୍ଟ୍ର ଉଭୟ ପାଳିରେ ଅର୍ଦ୍ଧଶତକ ହାସଲ କରିବାରେ ସର୍ଫରାଜ ଚତୁର୍ଥ ଭାରତୀୟ ହୋଇଥିଲେ। ପୂର୍ବରୁ ଦିଲାୱର ହୁସେନ (୧୯୩୪), ସୁନୀଲ ଗାଭାସ୍କର (୧୯୭୧) ଓ ଶ୍ରେୟସ୍ ଆୟର୍ (୨୦୨୧) ଏଭଳି ବିରଳ ଯୁଗଳ ପାଇଥିଲେ। ପୂର୍ବରୁ ଟିମ୍ ଇଣ୍ଡିଆ ତା’ର ପ୍ରଥମ ପାଳିରେ ୪୪୫ ରନ୍ କରିବା ପରେ ଇଂଲଣ୍ଡକୁ ୩୧୯ ରନ୍ରେ ଅଲଆଉଟ୍ କରି ୧୨୬ ରନ୍ର ଅଗ୍ରଣୀ ଲାଭ କରିଥିଲା। ଦ୍ବିତୀୟ ପାଳିରେ ୪୩୦/୪ରେ ପାଳି ଘୋଷଣା କରିଥିଲା। ଦୁଇ ଦଳ ମଧ୍ୟରେ ପରବର୍ତ୍ତୀ ମୁକାବିଲା ରାଞ୍ଚିଠାରେ ଆସନ୍ତା ୨୩ରୁ ୨୭ ତାରିଖ ପର୍ଯ୍ୟନ୍ତ ଖେଳାଯିବ।
[ad_2]