ଏନଡିଏକୁ ପୁଣି ଫେରିବେ ଚନ୍ଦ୍ରବାବୁ ନାଇଡୁ – bajravana
[ad_1]
ନୂଆଦିଲ୍ଲୀ, ୧୮/୨ : ଆନ୍ଧ୍ର ପ୍ରଦେଶରେ ପୁଣି ଥରେ ତେଲୁଗୁ ଦେଶମ ପାର୍ଟିର ଏନଡିଏରେ ସାମିଲ ହେବା ଏକ ପ୍ରକାର ନିଶ୍ଚିତ ହୋଇଛି । ସିଟ୍ ଭାଗବଣ୍ଟା ଫର୍ମୁଲା ଶେଷ ପର୍ଯ୍ୟାୟରେ ରହିଛି । କୁହାଯାଉଛି ଯେ ଟିଡିପି ବିଜେପିକୁ ୬ ଲୋକସଭା ଏବଂ ବିଧାନସଭାର ୨୦ ଆସନ ଦେବାକୁ ପ୍ରସ୍ତୁତ ଅଛି । ୨୦୧୮ରେ ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଏବଂ ରାଜ୍ୟ ବିଭାଜନରେ ଧାର୍ଯ୍ୟ ପ୍ୟାକେଜ ଦାବି ଜିଦରେ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଏନଡିଏରୁ ବାହାରି ଯାଇଥିଲେ । ସୂତ୍ର ଅନୁସାରେ ଗତ ସପ୍ତାହରେ ଚନ୍ଦ୍ରବାବୁ ନାଇଡୁଙ୍କ ସହ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ବୈଠକରେ ବୁଝାମଣା ଉପରେ ସହମତି ହୋଇଥିଲା । ଆସନ ଭାଗବଣ୍ଟା ଫାଇନାଲ୍ ହେବା ପରେ ଏହା ଉପରେ ଘୋଷଣା କରାଯିବ । ଏନଡିଏକୁ ଟିଡିପି ଫେରିବା ପରେ ବିଜେପିକୁ ଆନ୍ଧ୍ର ପ୍ରଦେଶ ସହ ତେଲେଙ୍ଗାନାରେ ମଧ୍ୟ ଫାଇଦା ହେବା ନେଇ ଅନୁମାନ କରାଯାଉଛି । ଉଲ୍ଲେଖଯୋଗ୍ୟ ଯେ ଟିଡିପି ହେଉଛି ଏନଡିଏର ପୁରୁଣା ସହଯୋଗୀ । ଟିଡିପିର ଏନଡିଏରେ ସାମିଲ ହେବା ପରେ ୱାଇଏସଆର କଂଗ୍ରେସର ଜଗନ ମୋହନ ରେଡ୍ଡିଙ୍କୁ ଆଗାମୀ ନିର୍ବାଚନରେ କଡା ଟକ୍କର ମିଳିପାରେ । ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏନଡିଏ ୪୦୦ ପାର ନାରାକୁ ମଧ୍ୟ ବଳ ମିଳିବ ।
[ad_2]