‘ଆପଣମାନଙ୍କୁ ଅନୁରୋଧ ନାରୀଙ୍କୁ ପୁରୁଷଙ୍କ ସହିତ ସମାନ କରନ୍ତୁ ନାହିଁ’: ନୀନା ଗୁପ୍ତା – bajravana
[ad_1]
ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତା ନିଜର ଅଭିନୟ ଯାଦୁ ପାଇଁ ଲୋକପ୍ରିୟ ହୋଇଛନ୍ତି। ଏଥିସହିତ ନୀନା ଯେକୌଣସି ପ୍ରସଙ୍ଗ ହେଉ ଖୋଲାଖୋଲି ଭାବେ ଆଲୋଚନା କରିଥାଆନ୍ତି।
ନିକଟରେ ନୀନା ଏକ ସାକ୍ଷାତକାରରେ କହିଛନ୍ତି, ‘ନାରୀବାଦ ଭଳି ଚିନ୍ତାଧାରା ଉପରେ ମୁଁ ବିଶ୍ବାସ କରେ ନାହିଁ। ମୋ ମତରେ ମହିଳା ଓ ପୁରୁଷ ସମାନ ନୁହନ୍ତି। ଫେମିନିଜ୍ମ ଉପରେ ଆଲୋଚନା କରିବା ଅପେକ୍ଷା ଆମେ ଆର୍ଥିକ ଦିଗରେ କିଭଳି ଶକ୍ତିଶାଳୀ ହେବା ସେଦିଗରେ ଚିନ୍ତା କରିବା ଉଚିତ। ଯେଉଁ ମହିଳାମାନେ ଘର ସମ୍ଭାଳୁଛନ୍ତି ସେମାନେ ନିଜକୁ କବେ ନିଚ ମନେ କରନ୍ତୁ ନାହିଁ। କାରଣ ଆପଣମାନେ ଏକ ବଡ଼ ଭୂମିକା ନିଭାଉଛନ୍ତି।
ମୁଁ କେବଳ ଏତିକି କହିବି କେହିବି ପୁରୁଷ ଓ ମହିଳାଙ୍କ ତୁଳନା କରନ୍ତୁ ନାହିଁ। ଯେଉଁଦିନ ପୁରୁଷ ଅନ୍ତସତ୍ତ୍ବା ହେବେ ମୁଁ ସେହିଦିନ କହିବି ପୁରୁଷମାନେ ନାରୀମାନଙ୍କ ସହ ସମାନ ହେଲେ। ମୁଁ ଏମିତି ଜଣେ ମଣିଷ ହେବାକୁ ଚାହୁଁଛି କି ନିଜର କାମ ନିଜେ କରି ପାରେ, କାହା ଉପରେ ଆତ୍ମନିର୍ଭରଶୀଳ ନହୁଏ। ଆପଣମାନେ ବି ଅନ୍ୟ ଉପରେ ନିର୍ଭର ନକରି ନିଜର କାମ ନିଜେ କରିବାକୁ ଚେଷ୍ଟା କରନ୍ତୁ। ଏହାଦ୍ବାରା ଜୀବନରେ ଖୁସିରେ ରହିବେ।
[ad_2]