ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ପତ୍ନୀଙ୍କ ମୁଣ୍ଡକାଟ କଲା ସ୍ୱାମୀ – bajravana
[ad_1]
ବାରବାଙ୍କି: ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ପତ୍ନୀଙ୍କ ମୁଣ୍ଡକାଟ କଲା ସ୍ୱାମୀ | ହତ୍ୟା ପରେ ସ୍ତ୍ରୀର କଟା ମୁଣ୍ଡ ଧରି ଯାଉଥିବା ବେଳେ ଗିରଫ କଲା ପୁଲିସ | କୁହାଯାଉଛି ଯେ, ହତ୍ୟା ପରେ ଆତ୍ମସମର୍ପଣ ପାଇଁ ଅଭିଯୁକ୍ତ କଟା ମୁଣ୍ଡ ଧରି ପୁଲିସ ଷ୍ଟେସନ ଯାଉଥିଲା | ହେଲେ ଯିବା ବାଟରେ ହିଁ ପୁଲିସ ତାକୁ ଗିରଫ କରିଥିଲା | ଅଭିଯୁକ୍ତର ନାମ ଅନିଲ କନୋଜିଆ ବୋଲି ଜଣାପଡିଛି |
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସର କହିବା ମୁତାବକ ୮ବର୍ଷ ପୂର୍ବେ ଅନିଲର ବିବାହ ହୋଇଥିବା ବେଳେ ଖୁସିରେ ଜୀବନ ବଞ୍ଚୁଥିଲେ ଅନିଲ | ହେଲେ କିଛି ମାସ ହେବ ପତ୍ନୀଙ୍କର ଅନ୍ୟ କାହା ସହ ସମ୍ପର୍କ ଥିବା ସନ୍ଦେହ କରି ଝଗଡା କରିବା ଆରମ୍ଭ କରିଥିଲେ ଅନିଲ | ଶୁକ୍ରବାର ଏହି ଝଗଡା ଏତେ ବଢି ଯାଇଥିଲା ଯେ, ଅନିଲ ହତ୍ୟା କରିବା ଭଳି ପଦକ୍ଷପ ନେଇଥିଲା | ହତ୍ୟା ପରେ ଆତ୍ମସମର୍ପଣ ପାଇଁ ପୁଲିସ ଷ୍ଟେସନ ଆସିବା ବାଟରେ ଆମେ ତାକୁ ଗିରଫ କରିଥିଲୁ | ପୀଡିତାଙ୍କର କାହା ସହ ସମ୍ପର୍କ ଥିଲା ଓ ହତ୍ୟା ପଛରେ ଆଉ କିଛି କାରଣ ରହିଛି କି ନା ତାହା ଜାଣିବା ପାଇଁ ଆମେ ତଦନ୍ତ ଆରମ୍ଭ କରିଛୁ | ପରିସ୍ଥିତିକୁ ଦେଖି ଅନିଲର ଗାଁରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି |
ଏହା ପୂର୍ବରୁ ପଶ୍ଚିମବଙ୍ଗରେ ଏଭଳି ସମାନ ଘଟଣା ଘଟିଥିଲା | ପାରିବାରିକ ସମସ୍ୟା ହେତୁ ଅଭିଯୁକ୍ତ ସ୍ୱାମୀ ତାଙ୍କ ପତ୍ନୀଙ୍କ ମୁଣ୍ଡ କାଟି ଦେଇଥିବା ପୁଲିସ କହିଥିଲା |
[ad_2]