ଓଡିଶା

ଭଦ୍ରକ ଲୋକସଭା ଆସନ: ପୁଣି ମହିଳା କାର୍ଡ ଖେଳିପାରେ ବିଜେଡି – bajravana

[ad_1]

ସୂର୍ଯ୍ୟବଂଶୀ ସୂରଜ ବିଜେପି ପ୍ରାର୍ଥୀ ହେବାନେଇ ଚର୍ଚ୍ଚା, କଂଗ୍ରେସରୁ ଆବେଦନ କରିଛନ୍ତି ମଧୁମିତା

ଭଦ୍ରକ: ଭଦ୍ରକ ଲୋକସଭା ନିର୍ବାଚନରେ ବିଜେଡି ପୁଣିଥରେ ‘ମହିଳା କାର୍ଡ’ ଖେଳିବ ବୋଲି ଚର୍ଚ୍ଚା ହେଉଛି। ଅର୍ଥାତ୍‌, ଏବେ ସାଂସଦ ଥିବା ମଞ୍ଜୁଲତା ମଣ୍ଡଳଙ୍କୁ ପ୍ରାର୍ଥୀ କରିବା ପାଇଁ ସୁଯୋଗ ଦେବ। ନିର୍ବାଚନମଣ୍ଡଳୀରେ ଏହିଭଳି ଏକ ଆଲୋଚନା ଦାନ‌ା ବାନ୍ଧିବାରେ ଲାଗିଛି। ତେବେ, ନିର୍ବାଚନ ଏକ ଅନିଶ୍ଚିତତାର ଦୃଶ୍ୟ ହୋଇଥିବାରୁ କେତେବେ‌ଳେ କ’ଣ ଘଟିବ ତାର ସ୍ପଷ୍ଟ ପୂର୍ବାନୁମାନ କରିବା କଷ୍ଟ। ଗତ ୨୦୧୯ ମସିହା ନିର୍ବାଚନରେ ୨୦୧୯ ସାଧାରଣ ନିର୍ବାଚନରେ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ଚରଣ ସେଠୀ ଦଳୀୟ ଟିକେଟରୁ ବଞ୍ଚିତ ହୋଇଥିଲେ। ଶେଷ ମୁହୂର୍ତ୍ତରେ ତାଙ୍କ ପୁତ୍ର ଅଭିମନ୍ୟୁ ସେଠୀ ବିଜେପିରେ ଯୋଗଦେଇ ଭଦ୍ରକ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। ସେପଟେ ଏହି ଆସନରୁ ବିଜେଡି ମହିଳା କାର୍ଡ ଖେଳି ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ପତ୍ନୀ ମଞ୍ଜୁଲତା ମଣ୍ଡଳଙ୍କୁ ପ୍ରାର୍ଥୀ କରି ବାଜି ମାରି ନେଇଥିଲା। ମଞ୍ଜୁଲତା ମୋଟ୍‌ ୫ ଲକ୍ଷ ୧୨ ହଜାର ୩୦୫ ଭୋଟ୍‌ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଅଭିମନ୍ୟୁ ସେଠୀ ପାଇଥିଲେ ୪ ଲକ୍ଷ ୮୩ ହଜାର ୫୦୨ ଭୋଟ୍‌। ମାତ୍ର, ୨୮ ହଜାର ୮୦୩ ଭୋଟ୍‌ରେ ଜିତିଥିଲେ ମଞ୍ଜୁଲତା। ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ ପୂର୍ବତନ ସାଂସଦ ଅନନ୍ତ ସେଠୀଙ୍କ ଝିଅ ମଧୁମିତା ସେଠୀଙ୍କୁ ମିଳିଥିଲା ୨ ଲକ୍ଷ ୭ ହଜାର ୮୧୧ ଭୋଟ୍‌।

ପୂର୍ବ ସ୍ଥିତି ବଜାୟ ରଖିବାକୁ ବିଜେଡି ପ୍ରାର୍ଥୀ ଚୟନ ଉପରେ ସର୍ବାଧିକ ଗୁରୁତ୍ବ ଦେଉଥିବା ବେଳେ ଏଥର ପୁଣି ମହିଳା କାର୍ଡ ଖେଳି ସାଂସଦ ମଞ୍ଜୁଲତା ମଣ୍ଡଳଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି। ତାଙ୍କ ବ୍ୟତୀତ ଭଦ୍ରକ ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଜେନା ଓ ବିଜେଡି ଯୁବନେତା ରାଜେନ୍ଦ୍ର ପ୍ରସାଦ ଜେନା‌ଙ୍କ ନାଁ ମଧ୍ୟ ଶୁଣିବାକୁ ମିଳୁଛି। ଏମାନଙ୍କ ଛଡ଼ା ଅନ୍ୟ କେତେଜଣ ମଧ୍ୟ ଟିକେଟ୍‌ ଲବିରେ ଅଛନ୍ତି। ଅନ୍ୟପକ୍ଷରେ ଗତ ନିର୍ବାଚନରେ ଅଳ୍ପ ଭୋଟ୍‌ରେ ପରାଜିତ ହୋଇଥିବା ଅଭିମନ୍ୟୁ ସେଠୀଙ୍କୁ ବିଜେପି ପୁଣି ପ୍ରାର୍ଥୀ କରିବ ନା ନୂଆ ଚେହେରା ଆଗକୁ ଆଣିବ; ତାହା ବର୍ତ୍ତମାନ ମୁଖ୍ୟ ପ୍ରସଙ୍ଗ ପାଲଟିଛି। ଏମିତି ସମୟରେ ଧାମନଗରର ଯୁବ ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କ ନାଁ ସବୁଠୁ ବେଶି ଚର୍ଚ୍ଚାରେ ରହିଛି। ତେବେ ଏମାନଙ୍କ ମଧ୍ୟରୁ ଯିଏ ବି ପ୍ରାର୍ଥୀ ହୁଅନ୍ତୁ, ଆଗାମୀ ନିର୍ବାଚନରେ ବିଜେଡି-ବିଜେପି ମଧ୍ୟରେ କଡ଼ା ଟକ୍କର୍‌ ହେବ; ତାହା ନିଶ୍ଚିତ ବୋଲି ରାଜନୀତି ସମୀକ୍ଷକଙ୍କ ଆକଳନ କହୁଛି। ଏମିତି ପରିସ୍ଥିତିରେ ୧୦୦ ବର୍ଷର ଜାତୀୟ ଦଳ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ? ଝିଅ ମଧୁମିତା ଓ ବାପା ଅନନ୍ତ ସେଠୀଙ୍କୁ ବାଦ୍‌ ଦେଇ ଅନ୍ୟ କାହାକୁ ପ୍ରାର୍ଥୀ କରାଯିବା ସମ୍ଭାବନାକୁ ଏଡ଼ାଇ ଦେଇ ହେବନି ବୋଲି କହୁଛନ୍ତି ଦଳୀୟ କର୍ମୀ। ତେବେ ଭଦ୍ରକ ଲୋକସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ କେବଳ ମଧୁମିତା ସେଠୀ ଆବେଦନ କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଯାହା ସୂଚନା ମିଳିଛି, ୪ରୁ ଅଧିକ ବ୍ୟକ୍ତି ବର୍ତ୍ତମାନ କଂଗ୍ରେସ ଟିକେଟ୍‌ ଆଶାରେ ଅଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button