ଓଡିଶା

ଏକଲବ୍ୟ ବିଦ୍ୟାଳୟରେ ରାଜ୍ୟସ୍ତରୀୟ ଦୌଡକୁଦ ପ୍ରତିଯୋଗିତା ଉଦଯାପିତ – bajravana

[ad_1]

ରାଇରଙ୍ଗପୁର/ବାସିଙ୍ଗି: ମୟୂରଭଂଜ ଜିଲ୍ଲା ବହଳଦା ବ୍ଲକ କାଦୁଆଣିସ୍ଥ ଏକଲବ୍ୟ ମଡେଲ ରେସିଡେନସିଆଲ ସ୍କୁଲ ପରିସରରେ ଦୁଇ ଦିନ ଧରି ୪ର୍ଥ ରାଜ୍ୟସ୍ତରୀୟ ଦୌଡକୁଦ ପ୍ରତିଯୋଗିତା ଅନୁଷ୍ଠତ ହୋଇଯାଇଛି। ଚତୁର୍ଥ ଆନ୍ତଃ ଇଏମ୍ ଅର୍ ଏସ ରାଜ୍ୟ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତାର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ରାଇରଙ୍ଗପୁର ପିଏ ଆଇଟିଡିଏ ପରୀକ୍ଷିତ ଦାସ, ମୁଖ୍ୟବକ୍ତା ଭାବେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ବହଳଦାର ଅଧ୍ୟକ୍ଷା ପୁଷ୍ପରାଣୀ ପଣ୍ଡା, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ଅଧ୍ୟକ୍ଷ ଦୁଃଖୀରାମ ସର୍ଦ୍ଦାର ଯୋଗ ଦେଇଥିବା ବେଳେ ସ୍ଥାନୀୟ ଇ ଏମ୍ ଆର୍ ଏସ୍ ର ଅଧକ୍ଷ ବଳରାମ ବାରିକ ସଭାପତିତ୍ବ କରିଥିଲେ।

ଦୁଇ ଦିନ ଧରି ଚାଲି ଥିବା ଏହି ପ୍ରତିଯୋଗିତାରେ ଓଡ଼ିଶାର ୩୨ଟି ଇଏମ୍ ଆର୍ ଏସ୍ ରୁ ୬୦୦ରୁ ଊର୍ଦ୍ଧ୍ବ ପ୍ରତିଯୋଗୀ ଭାଗନେଇ ଥିବାବେଳେ ବାଳକ ବିଭାଗରେ ୧୦୦ ଓ ୨୦୦ମି ଜୁନିଅରରେ ମହେନ୍ଦ୍ର ସିଂ ଧନଘେରା ମୟୂରଭଞ୍ଜ, ୪୦୦ ମିରେ ଅର୍ଜୁନ ଖିଲାର ମାଥିଲି ମାଲକାନଗିରି, ୧୦୦ ମି. ରିଲେ ରେସରେ ପ୍ରଥମ ସିରିଗୁଡ଼ା ରାୟଗଡ଼ା, ଜୁନିୟର ବାଳିକା ବିଭାଗରେ ୧୦୦ ମିଟରରେ ପ୍ରଥମ ଇଏମ୍ ଆର୍ ଏସ୍ ସୁନ୍ଦରଗଡ଼, ୨୦୦ ଓ ୪୦୦ ମି ରେ ଇଏମ୍ ଆର୍ ଏସ୍ ବାଙ୍ଗିରିପୋଷି, ୪୦୦ ଓ ୧୦୦ ମି ରିଲେରେ ଇଏମ୍ ଆର୍ ଏସ୍ ବହଳଦା ପ୍ରଥମ ହୋଇଥିଲେ।

ସେହିଭଳି ବାଳକ ବରିଷ୍ଠ ବିଭାଗରେ ୧୦୦ ମି ପ୍ରଥମ ଇଏମ୍ ଆର୍ ଏସ୍  ନୂଆପଡ଼ା, ଇଏମ୍ ଆର୍ ଏସ୍କ କରଞ୍ଜିଆ ୧୦୦ ମି ପ୍ରଥମ, ୪୦୦ ମିରେ ରମପିଲ ଯାଜପୁର ପ୍ରଥମ , ୪୦୦, ୧୦୦ ମି ଇଏମ୍ ଆର୍ ଏସ୍ ଧାନଘେରା, ମୟୂରଭଞ୍ଜ ପ୍ରଥମ, ୪*୪୦୦ ରେ ଇଏମ୍ ଆର୍ ଏସ୍ ପୁଙ୍ଗାର, କୋରାପୁଟ ପ୍ରଥମ ହୋଇଥିଲେ। ୧୦୦ ମି ବାଳିକାରେ ଇଏମ୍ ଆର୍ ଏସ୍ , ୨୦୦ ମି ଇଏମ୍ ଆର୍ ଏସ୍  ବହଳଦା, ମୟୂରଭଞ୍ଜ, ୪*୪୦୦ ରିଲେରେ ନୂଆପଡ଼ା, ୪*୪୦୦ ମିରେ ବହଳଦା କୃତିତ୍ୱ ଅର୍ଜନ କରିଥିଲେ।

ଅଧ୍ୟକ୍ଷ ବଳରାମ ବାରିକଙ୍କ ସଭାପତିତ୍ବ ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ସ୍ଵଜଲ୍ ନାୟକ, ମୁଖ୍ୟବକ୍ତା ଡାକ୍ତର ଦେବେନ୍ଦ୍ର ନାଥ ଟୁଡୁ ଭାବେ ଓ ସମ୍ମାନିତ ଅତିଥି ଭାବେ ଡାକ୍ତର ହିଲଟନ ମୁର୍ମୁ  ଯୋଗ ଦେଇଥିଲେ। ସମସ୍ତ ପ୍ରତିଯୋଗୀଙ୍କୁ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଉପରୋକ୍ତ ସମସ୍ତ ପର୍ତିଯୋଗି ଆସନ୍ତା ଜାନୁଆରୀ ୮ ତାରିଖରେ କର୍ଣ୍ଣାଟକର ମହୀଶୁର ଠାରେ ହେବାକୁ ଥିବା ଚତୁର୍ଥ ଜାତୀୟ ସ୍ତର ପ୍ରତିଯୋଗୀତା -୨୦୨୪ରେ ଭାଗ ନେବେ। ଉକ୍ତ ପ୍ରତିଯୋଗିତା ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ, ଦୁମଦିହି ବାଳିକା ବିଦ୍ୟାଳୟର ଶିକ୍ଷକ ତଥା ରାଇରଙ୍ଗପୁର ସବ ଡିଭିଜନର ସମସ୍ତ ବିଦ୍ୟାଳୟର ପିଇଟିମାନେ ପରିଚାଳନା କରିଥିଲେ। ଶେଷରେ ଅଧ୍ୟକ୍ଷ ଶ୍ରୀ ବାରିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button