୪ବର୍ଷ ହେବ ଖାକି ପୋଷାକ ପିନ୍ଧି ଲୋକଙ୍କୁ ନାଲି ଆଖି ଦେଖାଉଥିବା ନକଲି ପୁଲିସ ଗିରଫ – bajravana
[ad_1]
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଆଗ୍ରାରେ ଜଣେ ନକଲି ପୁଲିସ ଇନ୍ସପେକ୍ଟର ପୁଲିସ ହାତରେ ଧରାପଡ଼ିଛନ୍ତି। ଗିରଫ ହୋଇଥିବା ବ୍ୟକ୍ତି ଜଣକ ପୁଲିସ ପୋଷାକ ପିନ୍ଧି ଲୋକଙ୍କୁ ନାଲି ଆଖି ଦେଖାଉଥିଲେ। ଗତ ଚାରିବର୍ଷ ହେବ ସେ ଏପରି କରି ଆସୁଥିବା ବେଳେ କେହିବି ଏହାର କୌଣସି ପ୍ରକାର ସୂଚନା ପାଇ ନଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ଗିରଫ ଅଭିଯୁକ୍ତ ଜଣକଙ୍କ ନାମ ଦେବେନ୍ଦ୍ର ଓରଫ ରାଜୁ। ସେ ମାତ୍ର ୫ମ ଶ୍ରେଣୀ ପର୍ଯ୍ୟନ୍ତ ପାସ କରିଛନ୍ତି। କରୋନା ସମୟରେ ୪ହଜାର ଟଙ୍କା ଦେଇ ପୁଲିସ ପୋଷାକ ସିଲେଇ କରିଥିଲେ। ଏହି ପୋଷାକ ପ୍ରସ୍ତୁତ ହୋଇଯିବା ପରେ ସେ ଖାକି ପୋଷାକ ପିନ୍ଧି ରାସ୍ତାରେ ବୁଲିଥିଲେ। ପୁଲିସ ବି ତାଙ୍କୁ ଚିହ୍ନ ପାରି ନଥିଲା। ଏହାପରେ ତାଙ୍କର ସାହାସ ବଢ଼ି ଯାଇଥିଲା। ଏପରି ଭାବେ ସେ ଦୀର୍ଘ ୪ବର୍ଷ ହେବ ଖାକି ପୋଷାକ ପିନ୍ଧି ରାସ୍ତାରେ ବୁଲିବୁଲି ଗାଡ଼ି ତନଖି କରି ଲୋକଙ୍କୁ ନାଲି ଆଖି ଦେଖାଇ ଟଙ୍କା ଆଦାୟ କରିଥାଆନ୍ତି।
ନିକଟରେ ଦେବେନ୍ଦ୍ର ଗାଡ଼ି ତନଖି କରୁଥିବାର ପୁଲିସକୁ ସୂଚନା ମିଳିଥିଲା। ପୁଲିସ ସନ୍ଦେହ କରି ଘଟଣାସ୍ଥଳରେ ପହଞ୍ଚି ପଚରାଉଚରା କରିବାରୁ ଜଣାପଡ଼ିଲା କି ଦେବେନ୍ଦ୍ର ହେଉଛନ୍ତି ନକଲି ପୁଲିସ ଇନ୍ସପେକ୍ଟର। ଏହାପରେ ପୁଲିସ ତାଙ୍କୁ ଗିରଫ କରି ଥାନାକୁ ନେଇ ପଚରାଉଚରା ଜାରି ରଖିଛି। ଦେବେନ୍ଦ୍ରଙ୍କ ଠାରୁ ପୁଲିସ ନଗଦ ୨ହଜାର ଟଙ୍କା ଜବତ କରିଛି। ଏହି ଟଙ୍କାକୁ ସେ ଲୋକଙ୍କ ଠାରୁ ଆଦୟ କରିଥିବା ଜଣାପଡ଼ିଛି।
[ad_2]