ଓଡିଶା

କୋଟିଆରେ ତ୍ରିରଙ୍ଗାକୁ ଆନ୍ଧ୍ରର ଅସମ୍ମାନ – bajravana

[ad_1]

ପଟାଙ୍ଗି: କୋଟିଆ ଅକ୍ତିଆର ପାଇଁ ବ୍ୟାକୁଳ ଆନ୍ଧ୍ର ହିତାହିତଜ୍ଞାନ ଭୁଲିଯାଇଛି। ଜାତୀୟ ପତାକାକୁ ଅସମ୍ମାନ କରିବାକୁ ବି ପଛାଇନାହିଁ। ଗୋଟିଏ ଖୁଣ୍ଟିରେ ଜାତୀୟ ପତାକା ସହ ଶାସକ ଦଳ ୱାଇଏସ୍‌ଆର କଂଗ୍ରେସ ପତାକା ଲଗାଇଛି।
ସାଧାରଣ ନିର୍ବାଚନ ପାଇଁ ଆଉ କିଛି ମାସ ରହିଥିଲା ବେଳେ କୋଟିଆରେ ମତଦାନ କରିବାକୁ ଆନ୍ଧ୍ର ଏଜେଣ୍ଟ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏଥିନିମନ୍ତେ ପୂର୍ବରୁ ଜାନୁଆରି ପହିଲାରେ ଶାସକ ଦଳ ୱାଏସ୍‌ଆର କଂଗ୍ରେସ ପକ୍ଷରୁ ଧୂଳିପଦର ଠାରେ ଦଳୀୟ ପତାକା ପୋତା ଯାଇଥିଲା। ଉକ୍ତ ପତାକାରେ ‘ଆମର ଦରକାର ଜଗନ ସରକାର, ଜଗନ ହିଁ ଆମ ନେତା’ ବୋଲି ଉଲ୍ଲେଖ ଥିଲା। ସେହିପରି ବିଜୁ ପକ୍କାଘରେ ଡାକଘର ଖୋଲିବାକୁ ଷଡ଼୍‌ଯନ୍ତ୍ର ହୋଇଥିଲା। ଖବର ପ୍ରକାଶ ପାଇବାରୁ ପଟାଙ୍ଗି ବ୍ଲକ ପ୍ରଶାସନ ଏବଂ ତହସିଲ ପକ୍ଷରୁ ଉକ୍ତ ପତାକାକୁ ହଟାଇ ଦିଆଯାଇଥିଲା। ସେହିପରି ପ୍ରସ୍ତାବିତ ଡାକଘର କାମକୁ ବନ୍ଦ କରିଥିଲେ। କିନ୍ତୁ, ଆଜି ଦେଖିବା ବେଳକୁ ଠିକ୍‌ ସେହି ସ୍ଥାନରେ ନୂଆ ଖୁଣ୍ଟି ପୋତା ଯାଇଛି। ଗୋଟିଏ ଖୁଣ୍ଟିରେ ଜାତୀୟ ପତାକା ସହ ୱାଏସ୍‌ଆର କଂଗ୍ରେସ ଦଳର ପତାକା ଉଡ଼ୁଛି। ଖୋଲାଖୋଲି ଜାତୀୟ ପତାକାକୁ ଅସମ୍ମାନ କରାଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button