ଓଡିଶା

କରୋନା ଡ୍ୟୁଟି ପାଇଁ ବାହାଘର ଘୁଞ୍ଚାଇ ଚର୍ଚ୍ଚାରେ ବାରିପଦା ପୋଲିସ ର ଦୁଇ ଯୋଦ୍ଧା

ବାରିପଦା-.୨୨.୦୪.୨୦୨୦-ସାରା ବିଶ୍ୱକୁ କବଳିତ କରିଥିବା କରୋନା ମୁକାବିଲା ପାଇଁ ନିଜକୁ ଜନସାଧାରଣଙ୍କ ସେବାରେ ନିୟୋଜିତ କରିଛନ୍ତି ପୋଲିସ ବାହିନୀ । ନିଜର ପରିବାର କୁ ପଛକୁ ପକାଇ ଖରାବର୍ଷାକୁ ଖାତର ନ କରି ଜନସେବାରେ ନିଜକୁ ନୟୋଜିତ କରିଛନ୍ତି ପୋଲିସ କର୍ମଚାରୀ ମାନେ । କେବଳ ସେତିକି ନୁହେଁ, ଜନସେବା ପାଇଁ ନିର୍ଦ୍ଧାରିତ ହୋଇଥିବା ନିଜ ବିବାହ କାର‌୍ୟ୍ୟକୁ ଘୁଞ୍ଚାଇଦେଇ ଏବେ ରାଜ୍ୟରେ ଚର୍ଚ୍ଚିତ ହୋଇଛନ୍ତି । ଭିଓ – ମୟୂରଭଞ୍ଜ ଜିଲ୍ଲା ପୋଲିସ ରେ କାର‌୍ୟ୍ୟରତ ୨ କର୍ମଚାରୀ ହେଲେ ଏଲ୍‌.ଏନ୍‌.କେ ବିକାଶ କୁମାର ବାରିକ୍ ଏବଂ କନେଷ୍ଟବଳ ଆଶିଷ କୁମାର ଦେ । ହୋଲି ସମୟରେ ନିର୍ବନ୍ଧ କାର‌୍ୟ୍ୟ ସରିଥିବା ବେଳେ ମଇ ମାସ ୮ ତାରିଖରେ ବିବାହ କାର‌୍ୟ୍ୟ ହେବାର ସ୍ଥିରୀକୃତ ହୋଇଥିଲା । ହେଲେ ବିଶ୍ୱବ୍ୟାପୀ କରୋନା ପାଇଁ ଦେଶରେ ଜରୁରୀ ପରିସ୍ଥିତି ସୃଷ୍ଟି ହୋଇଛି । ଯାହାକୁ ତ୍ୱରାନ୍ୱିତ କରିବାକୁ ପୋଲିସ ର ଭୂମିକା ଗୁରୁତରବ ବହନ କରିଛି । ଏହାକୁ ନଜର ରେ ରଖି ନିଜର କର୍ତ୍ତବ୍ୟ କୁ ପ୍ରାଧାନ୍ୟ ଦେଇ ନିଜର ବୈବାହିକ କାର‌୍ୟ୍ୟକୁ ସ୍ଥଗିତ ରଖିଛନ୍ତି ଏହି ଦୁଇ ମହାନ କରୋନା ଯୋଦ୍ଧା । କେବଳ ଏ ଦୁହେଁ ନୁହନ୍ତି ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ରେ କାର‌୍ୟ୍ୟରତ ସବ୍‌ଇନ୍ସପେକ୍ଟର ମମତା ମିଶ୍ର ୮ ମାସର ଗର୍ଭବତୀ ଥିବା ସତ୍ତ୍ୱେ ନିଜର କର୍ତ୍ତବ୍ୟ ସମ୍ପାଦନ ପାଇଁ ଛୁଟି ନ ନେଇ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ନିଜକୁ ସାମିଲ କରାଇଥିବାରୁ ତାଙ୍କୁ ମଧ୍ୟ ଅନ୍ୟ ଏକ ଟ୍ୱୀଟ୍ ମାଧ୍ୟମରେ ଶୁଭେଚ୍ଛା ପ୍ରଧାନ କରିଛନ୍ତି ଡିଜିପି ଅଭୟ । ଡିଜିପିଙ୍କ ଏହି ଶୁଭେଚ୍ଛା ପାଇଁ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ଏସ୍‌.ଆଇ. ମମତା । ଏମାନଙ୍କର ଏଭଳି ମହାନ କାର‌୍ୟ୍ୟକୁ ଟ୍ୱିଟ୍ କରି ଭୁରି ଭୁରି ପ୍ରଶଂସା କରିଛନ୍ତି ରାଜ୍ୟ ପୋଲିସ ମହା ନିର୍ଦ୍ଦଶକ ଶ୍ରୀ ଅଭୟ । ଗତକାଲି କରୋନା ସମ୍ପର୍କିତ ସମୀକ୍ଷା କରିବାକୁ ମୟୂରଭଞ୍ଜ ଗସ୍ତରେ ଅତିରିକ୍ତ ଡିଜି ସୌମ୍ୟେନ୍ଦ୍ର ପ୍ରିୟଦର୍ଶୀଙ୍କ ସହ ପୋଲିସ ଡିଜି ଶ୍ରୀ ଅଭୟ ଆସିଥିବା ଅବସରରେ ଏମାନଙ୍କ ବିଷୟରେ ଜାଣିବା ପରେ ସରମାନଙ୍କୁ ଭେଟିଥିଲେ । ସେଠାରୁ ଫେରିଯିବା ପରେ ଟ୍ୱୀଟ୍ କରି ମୟୂରଭଞ୍ଜ ପୋଲିସ ର ଏଲ୍‌.ଏନ୍‌.କେ ବିକାଶ କୁମାର ବାରିକ୍ ଏବଂ କନେଷ୍ଟବଳ ଆଶିଷ କୁମାର ଦେ ଙ୍କର ଏହି କାର‌୍ୟ୍ୟ ପାଇଁ ପ୍ରଶଂସା କରିବା ସହିତ ଏମାନଙ୍କୁ ଶୁଭେଚ୍ଛା ଅର୍ପଣ କରିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button