ମେଳା ଦେଖିବାକୁ ଯାଇଥିଲେ ମା’, ସନ୍ଦେହଜନକ ଅବସ୍ଥାରେ ଝିଅର ମୃତଦେହ ଘରୁ ଉଦ୍ଧାର – bajravana
[ad_1]
ବେତନଟୀ ସଦର: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଦାହିବାଡ଼ି ଗ୍ରାମର ଜନୈକ ୨୦ ବର୍ଷୀୟ ଯୁବତୀଙ୍କ ମୃତଦେହ ସନ୍ଦେହଜନକ ଭାବେ ବନ୍ଦ ଘର ଭିତରୁ ଉଦ୍ଧାର ହୋଇଛି। ମୃତ ଯୁବତୀ ହେଲେ ଯମୁନା ମାଝୀ (୨୦)।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରାପ୍ତ ସୂଚନା ଅନୁଯାଇ ଦାହିବାଡ଼ି ଗ୍ରାମର ସୁନାରାମ ମାଝୀଙ୍କ ସ୍ତ୍ରୀ ସହିତ ଆଜି ସକାଳୁ ବାରିପଦାସ୍ଥିତ ଦାମୋଦର ମେଳାକୁ ଯାଇଥିବାବେଳେ ତାଙ୍କ ସାନଝିଅ ଯମୁନା ଘରେ ଏକୁଟିଆ ଥିଲେ। ଯମୁନାଙ୍କ ଅନ୍ୟ ଭାଇଭଉଣୀମାନେ ମଧ୍ୟ ବାହାରକୁ ଯାଇଥିଲେ। ପୂର୍ବାହ୍ନରେ ତାଙ୍କ ଘରକୁ ବାଲେଶ୍ବର ବସ୍ତା ଥାନା ଅଧୀନ ସାର୍ଥା ଗ୍ରାମରୁ ବ୍ରହ୍ମାନନ୍ଦ ହାଁସଦା (୧୮) ନାମକ ଜଣେ ଯୁବକ ଆସିଥିଲା। ସେ ଯମୁନାର ସଙ୍ଗାତ ବୋଲି ପରିଚୟ ଦେଉଥିଲା। ବ୍ରହ୍ମାନନ୍ଦ କହିବା ଅନୁଯାଇ ସେ ଯମୁନା ସହିତ ବେଶ କିଛି ସମୟ ବିତାଇଲା ପରେ ତାକୁ ହୋଟେଲରୁ ବିରିୟାନୀ ଆଣି ଖାଇବାକୁ ଦେଇଥିଲା ଓ ନିଜେ ପଡିଶା ଘରକୁ ବୁଲିବାକୁ ବାହାରି ଯାଇଥିଲା। ପରେ କିଛି ସମୟ ଅନ୍ତରାଳେ ଆସି ଦେଖିବାକୁ ପାଇଥିଲା କି ଯମୁନା ଘର ଭିତରେ ନିଜକୁ ବନ୍ଦ କରି ଭିତର ପଟୁ କବାଟ ଝରକା କିଳି ଦେଇଛି।
ବ୍ରହ୍ମାନନ୍ଦ ସନ୍ଦେହ କରି ଘର ଝରକା ଭାଙ୍ଗି ଭିତରକୁ ପଶିଥିଲା ଓ ଦେଖିବାକୁ ପାଇଥିଲା କି ଯମୁନା ସଂଜ୍ଞାହୀନ ଭାବେ ତଳେ ପଡିଛି। ସଙ୍ଗେ ସଙ୍ଗେ ସେ ଯମୁନାକୁ ନେଇ ବୈଶିଙ୍ଗା ଡାକ୍ତରଖାନାକୁ ଯାଇଥିଲା। ହେଲେ ସେଠାରେ କାର୍ଯ୍ୟରତ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ହେଲେ ଯମୁନାର ବେକରେ ଥିବା ଏକ ଦାଗକୁ ଦେଖିବା ପରେ ମୃତ୍ୟୁର କାରଣ ସନ୍ଦେହଜନକ ହୋଇପଡ଼ିଛି। ଖବର ପାଇ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଁଛି ତଦନ୍ତ ଆରମ୍ଭ କରିଛି।
[ad_2]