ମନୋରଞ୍ଜନ

ମହାରାଜ ଡାକନ୍ତି, ହସିବାକୁ ଭଲ ପାଏ, ହା..ହା.. ହା: ହୃଷୀକେଶ – bajravana

[ad_1]

ବରଗଡ଼: ଦ୍ୱାପର ଯୁଗର ଖଳନାୟକ। କଳିଯୁଗରେ ସାଜିଛନ୍ତି ମହାନାୟକ। ବିଶ୍ୱପ୍ରସଦ୍ଧ ଧନୁଯାତ୍ରାରେ କଂସ ମହାରାଜ ହୋଇ ନିଜ ହସରେ କେତେବେଳେ ମଞ୍ଚ କମ୍ପାଇଛନ୍ତି ତ ଆଉ କେତେବେଳେ ହାତୀ ପିଠିରେ ବସି ନଗର ପରିକ୍ରମା କରିଛନ୍ତି। ସେ ହେଉଛନ୍ତି ବରଗଡ଼ ମଥୁରାନଗରୀରେ ମହାରାଜ କଂସ ଭୂମିକାରେ ଅଭିନୟ କରୁଥିବା ହୃଷୀକେଶ ଭୋଇ। ଆସନ୍ତାକାଲିଠାରୁ ହୃଷୀକେଶ କଂସ ଭୂମିକାରେ ଅଭିନୟ କରି ମଥୁରାନଗରୀରେ ରାଜୁତି କରିବେ। ତାଙ୍କ ସହ ‘ସମ୍ବାଦ’ର କିଛି ବାର୍ତ୍ତାଳାପ।


୧- ଆପଣ କଂସ ଭୂମିକାକୁ ଆସିବାର ଯାତ୍ରା କେମିତି ଥିଲା?
ମୁଁ ସ୍କୁଲ ଯିବା ସମୟରୁ ଅଭିନୟ ପ୍ରତି ରୁଚି ରଖିଥିଲି। ଆମ ପରିବାରରେ ବାପା, କାକା, ଭାଇ ସମସ୍ତେ ଜଣେ ଜଣେ କଳାକାର। କାକାଙ୍କ ସହ ସାଂଗ ହୋଇ ପୌରାଣିକ ନାଟକ ଦେଖିବାକୁ ଯାଉଥିଲୁ। ସେଥିରୁ ଇଚ୍ଛା ହୋଇଥିଲା ନାଟକରେ ଅଭିନୟ କରିବାର। ଆଉ ନାଟକରେ ଅଭିନୟ କରୁ କରୁ ବିଭିନ୍ନ ସ୍ଥାନରେ ହେଉଥିବା ଧନୁଯାତ୍ରାରେ ଅଭିନୟ କରିବାର ସୁଯୋଗ ମିଳିଥିଲା। ତାପରେ ବରଗଡ଼ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାରେ ଅଭିନୟ କରିବାର ସୁଯୋଗ ପାଇଛି। କାରଣ ମୁଁ ଛୋଟ ବେଳୁ ହସିବାକୁ ଭଲ ପାଏ। ବିଭିନ୍ନ ପ୍ରକାର ହସ ହସିଥାଏ। ହା.. ହା.. ହା..। ଯାହାକି ମୋ ପାଇଁ ଗର୍ବର କଥା।
୨-ଆପଣଙ୍କ ପ୍ରଥମ ଅଭିନୀତ ନାଟକ କଣ?
ମୁଁ ପ୍ରଥମ କରି ଐତିହାସିକ ନାଟକ ସଂଯୁକ୍ତା ସ୍ୱୟମ୍ବରରେ ଅଭିନୟ କରିଥିଲି। ପରେ ୧୯୮୭ ମସିହାରେ ପୌରାଣିକ ନାଟକ ରକ୍ତ ମନ୍ଦାର, କାଳ୍ପନିକ ନାଟକ ନଣନ୍ଦ ହାତରେ ଭାଉଜ ଶଙ୍ଖାରେ ଅଭିନୟ କରିଥିଲି। ପରେ ପରେ ବହୁ ନାଟକରେ ଅଭିନୟ କରିଥିଲି।
୩-କେଉଁ ସବୁ ଅଭିନୟ କରିଛନ୍ତି?
ବହୁ ବର୍ଷ ଧରି କରିଥିବା ନାଟକ ସବୁରେ କେଉଁଠି ନାୟକ ତ ଆଉ କେଉଁଠି ଖଳନାୟକ ହୋଇଛି। ଏପରିକି ଗାଁ ନାଟକଗୁଡିକର କିଛି ନିର୍ଦ୍ଦେଶନାର ଦେବାର ବି ବିଗତ ଦିନରେ ସୁଯୋଗ ପାଇଥିଲି।
୪. କଂସ ଭୂମିକାରେ କେତେ ବର୍ଷ ହେଲା ଅଭିନୟ କଲେଣି?
କଂସ ଭୂମିକାରେ ବହୁ ବର୍ଷ ଅଭିନୟ କରିଛି। ବରଗଡ଼ ଧନୁଯାତ୍ରାରେ ଚଳିତ ୨୦୨୪କୁ ମିଶାଇଲେ ୧୧ ବର୍ଷ ହେବ। ଏହାବାଦ ୧୯୯୬ ମସିହାରେ ତାଲପାଲି ଧନୁଯାତ୍ରାରେ ପାର୍ଶ୍ବ ଅଭିନେତା ଥିଲି। ତାପରେ ୧୯୯୮ରୁ ନିଜ ଜନ୍ମ ମାଟି ଚିଚୋଲିରେ କଂସ ଭୂମିକାରେ ୪ ବର୍ଷ ଅଭିନୟ କରିଥିଲି। ତାଲପାଲି ଧନୁଯାତ୍ରାରେ ମଧ୍ୟ ୪ ବର୍ଷ କରିଥିଲି। ସମ୍ବଲପୁର ଭାଲୁପାଲି, ଚିଚିଣ୍ଡା, ଘେଁସ, କଟାପାଲିରେ କଂସ ଓ ରାବଣ ଆଦି ଭୂମିକାରେ ଅଭିନୟ କରିଛି।
୫. ଅଭିନୟ କରି କଣ ପାଇଛନ୍ତି କହିବେ?
କଂସ ଭୂମିକାରେ ଅଭିନୟ କରିବା ପରେ ମୋର ଏକ ସ୍ୱତନ୍ତ୍ର ପରିଚୟଟିଏ ସୃଷ୍ଟି ହୋଇଛି। ମୋତେ ସମସ୍ତେ ମହାରାଜ ଡାକନ୍ତି। ବଜାରକୁ ଗଲେ ମହାରାଜ ସ୍ୱର୍ଣ୍ଣମୁଦ୍ରା ଦିଅନ୍ତୁ କୁହନ୍ତି। ସାଂଗସାଥୀ ବି ମୋ ନା ଡାକିବା ଛାଡିଦେଲେଣି। ସମସ୍ତେ ମୋତେ ମହାରାଜ ହିଁ ଡାକିଥାନ୍ତି। ବରଗଡ଼ରୁ ନେଇ ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତରେ ବି ମୋତେ ଦେଖି ସମସ୍ତେ ମହାରାଜ ବୋଲି ଡାକିଥାନ୍ତି।
୬-ଅନେକ ସ୍ଥାନରୁ ସମ୍ବର୍ଦ୍ଧିତ ହୋଇଛନ୍ତି, କେମିତି ଲାଗେ?
ନିହାତି ଖୁସି ଲାଗେ। ସାରା ଓଡ଼ିଶାର ବିଭିନ୍ନ ଅନୁଷ୍ଠାନଗୁଡିକ ସମ୍ବର୍ଦ୍ଧିତ କରିଛନ୍ତି। ସରକାରୀ ସ୍ତରରେ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ସମ୍ବର୍ଦ୍ଧିତ କରିଥିଲା। ପଡ଼ୋଶୀ ରାଜ୍ୟ ଛତିଶଗଡ଼, ଭାରତ-ଜାପାନ ମିଳିତ ରକ ମହୋତ୍ସବରେ ସମ୍ମାନିତ ହୋଇଛି । ୧୦୦ରୁ ଉର୍ଦ୍ଧ୍ୱ ମହୋତ୍ସବରେ ସମ୍ବର୍ଦ୍ଧିତ ହୋଇସାରିଛି । ଜଣେ କଳାକାରଙ୍କ ପାଇଁ ଏହା ଏକ ବଡ ଉପହାର ସଦୃଶ ।
୭-କଂସ ମହାରାଜଙ୍କ ସାଧାରଣ ଜୀବନ କେମିତି ଚାଲେ?
ଦୈନନ୍ଦିନ ସାଧାରଣ ଜୀବନଚର୍ଯ୍ୟାରେ ମୁଁ ପୁରାଣ ପାଠ ନିୟମିତ କରେ। ବିଭିନ୍ନ ପୁରାଣ ପଢିଥାଏ। ନିଜ କର୍ତ୍ତବ୍ୟ ପେଶା ଡ୍ରାଇଭର ତାହା ଠିକରେ କରେ। ମୋତେ ସେବା କରିବାକୁ ବହୁତ ଭଲ ଲାଗେ। ଡାକ୍ତରଖାନାରେ ଚାକିରି କରୁଥିବାରୁ ଯାହାକୁ ଯେତେ ପାରେ ସହାୟତା କରିଥାଏ। ଘରେ ବି ମୋର ଅଭିନୟ ପାଇଁ ମୋତେ ପ୍ରେରଣା ଦିଅନ୍ତି। ସାଧାରଣ ଜୀବନଯାପନ କରେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button