ଅପରାଧ

ବାନ୍ଧବୀଙ୍କୁ ଶହେ କୋଟିର ବଙ୍ଗଳା ଉପହାର ଦେଇଥିଲା କବାଡ଼ି ମାଫିଆ – bajravana

[ad_1]

ନୂଆଦିଲ୍ଳୀ: ଦିଲ୍ଲୀରେ ଏବେ ଜଣେ ଯୁବତୀଙ୍କୁ ନେଇ ଚର୍ଚ୍ଚା। ‌ସେ ହେଉଛନ୍ତି କାଜୋଲ ଝା। ସେ ରହୁଥିବା ଘରେ ଦିଲ୍ଲୀ ପୁଲିସର ଚଢ଼ାଉ ପରେ ଚର୍ଚ୍ଚାକୁ ଆସିଛନ୍ତି। ଚଢ଼ଉ ପୂର୍ବରୁ ସେ ‌ତାଙ୍କର ସହଯୋଗୀଙ୍କ ସହିତ ଫେରାର ହୋଇଯାଇଛନ୍ତି। ‌ସେ ଯେଉଁ ତିନି ମହଲା ବଙ୍ଗଳାରେ ରହୁଥ‌ିଲେ ତାର ମୂଲ୍ୟ ହେଉଛି ଶହେ କୋଟି ଟଙ୍କା। ଏହି ବଙ୍ଗଳା ତାଙ୍କୁ ତାଙ୍କର ଜଣେ ପୁରୁଷ ବନ୍ଧୁ ଉପହାର ଦେଇଥିଲେ। ସେହି ପୁରୁଷ ବନ୍ଧୁ ଆଉ କେହି ନୁହେଁ, ସେ ହେଉଛି କୁଖ୍ୟାତ କବାଡ଼ି ମାଫିଆ ତଥା ଗ୍ୟାଙ୍ଗଷ୍ଟର ରବି କାଣା।

କାଜୋଲ ଝା ଚାକିରି ଅନ୍ବେଷଣରେ ଦିଲ୍ଲୀ ଆସିଥିଲେ। ଏହି ସମୟରେ ତାଙ୍କର ଦେଖା ହୋଇଥିଲା ଗ୍ୟାଙ୍ଗଷ୍ଟର ରବି କାଣା ସହିତ। ଚାକିରି ଦେବା ନାଁରେ ସେ କାଜୋଲଙ୍କୁ ତାର ଗ୍ୟାଙ୍ଗ୍‌ରେ ସାମିଲ କରାଇଥିଲା। ତାର ସମସ୍ତ ବେନାମୀ ସଂପତ୍ତିର କାଗଜପତ୍ର କାମ ପାଇଁ ସେ କାଜୋଲଙ୍କୁ ନିୟୋଜିତ କରିଥିଲା। ଇତିମଧ୍ୟରେ ଦୁଇ ଜଣଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଯାଇଥିଲା। ଏହ‌ାପରେ ସେ ଶହେ କୋଟି ଟଙ୍କାର ଏହି ବିଳାସପୂର୍ଣ୍ଣ ବଙ୍ଗଳାକୁ କାଜୋଲଙ୍କୁ ଉପହାରରେ ଦେଇଥିଲା। କ‌ାଜୋଲ ଏଠାରେ ରହୁଥିଲେ ଏବଂ କାଣା ମଧ୍ୟ ଅନେକ ସମୟରେ ଏଠାକୁ ଆସୁଥିଲା। ସାଉଥ୍ ଦିଲ୍ଲୀର ନ୍ୟୁ ଫ୍ରେଣ୍ଡସ କଲୋନୀ‌ରେ ଥିବା ଏହି କୋଠା ଉପରେ ପୁଲିସ ଚଢ଼ଉ ବେଳେ ଏହିସବୁ ତଥ୍ୟ ସାମନାକୁ ଆସିଛି। ଏହି କୋଠାକୁ ପୁଲିସ ସିଲ୍ କରିଦେଇଛି। ଦିଲ୍ଲୀ-ଏନ୍‌ସିଆର ଅଞ୍ଚଳରେ ଥିବା କାଣାର ୨୦୦ କୋଟି ଟଙ୍କାର ସଂପତ୍ତିକୁ ମଧ୍ୟ ପୁଲିସ ସିଲ୍ କରିଦେଇଛି। କାଣା ତାର ବାନ୍ଧବୀ କାଜୋଲ ଏବଂ ଅନ୍ୟ ସହଯୋଗୀମାନଙ୍କୁ ନେଇ ଫେରାର ହୋଇଯାଇଛି।

ରବି କାଣାର ପ୍ରକୃତ ନାମ ହେଉଛି ରବୀନ୍ଦ୍ର ନାଗର। ତାର ଭାଇ ହରେନ୍ଦ୍ର ପ୍ରଧାନ ଥିଲା କୁଖ୍ୟାତ ଗ୍ୟାଙ୍ଗଷ୍ଟର। ୨୦୧୪‌ରେ ସେ ଗ୍ୟାଙ୍ଗୱାରରେ ପ୍ରାଣ ହରାଇଥିଲା। ଏହାପରେ କାଣା ତା’ ଭାଇର ବେଆଇନ କାରବାର ଚଳାଉଥିଲା। ୧୬ ଜଣଙ୍କୁ ନେଇ ସେ ତାର ଗ୍ୟ‌ାଙ୍ଗ ଗଠନ କରିଥିଲା। ସ୍କ୍ରାପ ଡିଲରରୁ ଅପରାଧିକ ଜୀବନ ଆରମ୍ଭ କରିଥିବା କାଣା ତାର ଗ୍ୟାଙ୍ଗ ଗଠନ କରିବା ଦିନ ଠାରୁ କୋଟିପତି ପାଲଟି ଯାଇଥିଲା। ସେ ତାର ଏହି ଗ୍ୟାଙ୍ଗ ସାହାଯ୍ୟରେ ବେଆଇନ କବାଡ଼ି କାରବାର ଚଳାଇବା ସହିତ ବ୍ୟବସାୟୀମାନଙ୍କୁ ଧମକଚମକ ଦେଇ ଟଙ୍କା ଆଦାୟ କରୁଥିଲା। ତା ନାଁରେ ଅପହରଣ ଅଭିଯୋଗ ମଧ୍ୟ ରହିଛି। ତାକୁ ଏବଂ କାଜେଲକୁ ଧରିବା ଲାଗି ଦିଲ୍ଳୀ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button