ଅପରାଧ

ପୁଲିସ ପହଞ୍ଚିବା ଆଗରୁ ପୋଖରୀ ଚୋରାଇ ନେଇ ପଳାଇଲେ ଜମି ମାଫିଆ – bajravana

[ad_1]

ପାଟନା: ବିହାରର ଦରଭଙ୍ଗା ଜିଲ୍ଲାରେ ଜମି ମାଫିଆମାନେ ଗୋଟାଏ ପୋଖରୀ ଚୋରାଇ ନେଇ ସେ ଜାଗାରେ କୁଡ଼ିଆଟିଏ ତିଆରି କରି ଫେରାର୍‌ ହୋଇଯାଇଥିବା କଥା ‘ଏନ୍‌ଡିଟିଭି’ ରିପୋର୍ଟ କରିଛି।

ରିପୋର୍ଟରେ ଉଲ୍ଲେଖ ଅଛି, ପୋଖରୀ ସ୍ଥାନରେ କୁଡ଼ିଆ ଦେଖି ଆଚମ୍ବିତ ହୋଇଯାଇଥିବା ସ୍ଥାନୀୟ ଲୋକେ ତୁରନ୍ତ ଏ ବିଷୟରେ ପୁଲିସକୁ ଖବର ଦେଇଥିଲେ। କିନ୍ତୁ, ଘଟଣାସ୍ଥଳରେ ପୁଲିସ ପହଞ୍ଚିବା ଆଗରୁ ପୋଖରୀ ପୋତି କୁଡ଼ିଆ ନିର୍ମାଣ କରିଥିବା ଅଭିଯୁକ୍ତମାନେ ଖସି ପଳାଇଥିଲେ।

ସ୍ଥାନୀୟ ବାସିନ୍ଦାମାନେ କହିଛନ୍ତି, ଉକ୍ତ ପୋଖରୀଟି ଥିଲା ସର୍ବସାଧାରଣଙ୍କ ସମ୍ପତ୍ତି। ସେଥିରେ ମାଛଚାଷ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ କରାଯାଉଥିଲା। କିନ୍ତୁ, ଦରଭଙ୍ଗାରେ ଜମି ଦର ବୃଦ୍ଧି ପାଉଥିବା ସେ ପୋଖରୀ ଉପରେ ଜମି ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡ଼ିଥିଲା।

Image Courtesy of India.com

ସେମାନେ ଉକ୍ତ ପୋଖରୀ ପୋତା ଆରମ୍ଭ କରିବାରୁ ସ୍ଥାନୀୟ ବାସିନ୍ଦାମାନେ ସରକାରୀ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କଲେ। ଆଞ୍ଚଳିକ ସରକାରୀ ଅଧିକାରୀମାନେ କିଛି ସାମଗ୍ରୀ ଜବତ କରି ପୋଖରୀ ପୋତା କାମ ବନ୍ଦ କରିଥିଲେ। କିନ୍ତୁ, ମାଫିଆମାନେ ଅନ୍ଧାର ରାତିରେ ଗୁପ୍ତରେ ଆସି ଉକ୍ତ ପୋଖରୀକୁ ପୋତି ଆଖପାଖ ଭୂମି ସହିତ ସମାନ କରିଦେଲେ। ଦେଖିଲେ, ସେଠାରେ ପୋଖରୀ ଥିଲା ବୋଲି କେହି କହିବେ ନାହିଁ।

‘ସବ୍‌-ଡିଭିଜିନାଲ୍‌ ପୋଲିସ୍‌ ଅଫିସର୍‌’ (ଏସ୍‌ଡିପିଓ) ଅମିତ କୁମାର କହିଛନ୍ତି, ଲୋକେ କହୁଛନ୍ତି ୧୦/୧୫ ଦିନ ଭିତରେ ମାଟି ପକାଇ ଉକ୍ତ ପୋଖରୀ ପୋତାଯାଇଛି। ପୋତା କାମ କେବଳ ରାତିରେ କରାଯାଉଥିଲା। ଏହା ପୂର୍ବରୁ ଅଭିଯୋଗ ପାଇ ସରକାରୀ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି କିଛି ଜିନିଷପତ୍ର ଜବତ ମଧ୍ୟ କରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button