୨୪ ଚିନ୍ତନ ବୈଠକ, ବରିଷ୍ଠ ମନ୍ତ୍ର ଫୁଙ୍କିଲେ: ୯ ବର୍ଷରେ ରାଜ୍ୟକୁ ମିଳିଛି ୧୮.୮୩ ଲକ୍ଷ କୋଟି – bajravana
[ad_1]
ରାଉରକେଲା: ସାଧାରଣ ନିର୍ବାଚନକୁ ନେଇ ଚିନ୍ତନ ବୈଠକ ରାଉରକେଲାରେ ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ଓ ଶୁକ୍ରବାର ଦୁଇଦିନ ସ୍ଥାନୀୟ ହୋଟେଲ୍ ମେ’ଫେୟାର୍ରେ ଅନୁଷ୍ଠିତ ବୈଠକରେ ନିର୍ବାଚନ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ ହୋଇଛି। ରାଜ୍ୟ ସଭାପତି ମନମୋହନ ସାମଲ ଏଥିରେ ଅଧ୍ୟକ୍ଷତା କରିଥିଲେ। ରାଷ୍ଟ୍ରୀୟ ସାଧାରଣ ସଂପାଦକ (ସଂଗଠନ) ବିଏଲ୍ ସନ୍ତୋଷ, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ସହ ପ୍ରଭାରୀ ବିଜୟ ପାଲ୍ ସିଂହ ତୋମାର, ସାଂସଦ ଅପରାଜିତା ଷଡଙ୍ଗୀ, ପ୍ରତାପ ଷଡଙ୍ଗୀ, ବସନ୍ତ ପଣ୍ଡା, ଜୁଏଲ ଓରାମ, ବିଧାୟକ ମୋହନ ମାଝି, ମୁକେଶ ମହାଲିଙ୍ଗ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ସମେତ ୪୦ ଜଣିଆ ସଦସ୍ୟ ଉପସ୍ଥିତ ଥିଲେ। ଏମାନଙ୍କ ସହ ରାଜ୍ୟର ବରିଷ୍ଠ ପଦାଧିକାରୀ ଓ ବିଭିନ୍ନ ମୋର୍ଚ୍ଚାର ନେତୃବୃନ୍ଦ ଉପସ୍ଥିତ ଥିଲେ। ରୁଦ୍ଧଦ୍ବାର ବୈଠକରେ ଆଗାମୀ ନିର୍ବାଚନ ପାଇଁ ମାନସମନ୍ଥନ କରାଯାଇଥିଲା। ୨୦୨୪ ନିର୍ବାଚନରେ ବିଜେପି ସରକାର ଗଢ଼ିବାକୁ ସମସ୍ତେ ସଂକଳ୍ପ ନେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ବୈଠକ ପରେ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ ରାଜ୍ୟ ସଭାପତି ଶ୍ରୀ ସାମଲ କହିଲେ, ୨୪ବର୍ଷ ବିଜେଡି ଶାସନରେ ଆଜି ରାଜ୍ୟର ମା, ଭଉଣୀ, ଛାତ୍ରଛାତ୍ରୀ, ଯୁବକ, କୃଷକ ସମସ୍ତେ ଅସୁରକ୍ଷିତ। ରାଜ୍ୟର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ଯୋଜନା, କେନ୍ଦ୍ରୀୟ ଅନୁଦାନ, ଟିକସ ଅଂଶ, କେନ୍ଦ୍ରୀୟ ଉଦ୍ୟୋଗମାନଙ୍କ ବ୍ୟୟବରାଦ ବାବଦରେ ଗତ ୯ବର୍ଷରେ ୧୮ ଲକ୍ଷ ୮୩ ହଜାର କୋଟିରୁ ଅଧିକ ଟଙ୍କାର ଅନୁଦାନ ଓ ସହାୟତା ଓଡ଼ିଶାକୁ ଦେଇଛନ୍ତି। ଏହି ଟଙ୍କାକୁ ରାଜ୍ୟ ସରକାର କେମିତି ଖର୍ଚ୍ଚ କଲେ, ତାର ହିସାବ ଦେଉନାହାନ୍ତି। ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ଆନ୍ତରିକତାର ଅଭାବ ରହିଛି। ମହିଳା ସଶକ୍ତୀକରଣ ନାମରେ ସ୍ୱୟଂସହାୟକ ଗୋଷ୍ଠୀକୁ କେବଳ ଭୋଟବ୍ୟାଙ୍କ ଭାବେ ବ୍ୟବହାର କରାଯାଉଛି। ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ନ ଫେରାଇ ସେମାନଙ୍କ ସହ ପ୍ରତାରଣା କରାଯାଇଛି। ଖଣି, ଖାଦାନ ହରିଲୁଟ କରାଯାଇଛି। ରାଜ୍ୟରେ କୃଷିଭିତ୍ତିକ ଓ ପର୍ଯ୍ୟଟନ ଶିଳ୍ପର ଅଧୋଗତି କାହିଁକି? ଦେଢ଼କୋଟି ଯୁବକ ଦାଦନ ଖଟିବାକୁ କାହିଁକି ଅନ୍ୟ ରାଜ୍ୟକୁ ଯାଉଛନ୍ତି? ଓଡ଼ିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ବିପର୍ଯ୍ୟସ୍ତ । ମହିଳା, ବୃଦ୍ଧବୃଦ୍ଧା, ଶିଶୁମାନେ ଅସୁରକ୍ଷିତ। ରାଜ୍ୟର ଐତିହ୍ୟ, ସଂସ୍କୃତି ଓ ପରଂପରାକୁ ନଷ୍ଟ କରିଦିଆଯାଉଛି।
ଓଡିଶାର ସ୍ୱାଭିମାନକୁ ଭୁଲୁଂଠିତ ହେବାକୁ ଦିଆଯିବ ନାହିଁ। ସାଢ଼େ ଚାରିକୋଟି ଓଡିଶାବାସୀଙ୍କ ସ୍ୱାର୍ଥ ପାଇଁ ବିଜେପି ସଂକଳ୍ପବଦ୍ଧ ଓ ଓଡିଶାର ସାମଗ୍ରିକ ବିକାଶ ହେଉଛି ଆମର ପ୍ରାଥମିକତା ବୋଲି ସେ କହିଛନ୍ତି। ଆଗାମୀ ସାଧାରଣ ନିର୍ବାଚନ ଦୃଷ୍ଟିରୁ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ବିସ୍ତୃତ ଓ ସୁଦୃଢ ରୋଡମ୍ୟାପ୍ ଚୂଡାନ୍ତ ହୋଇଛି। ଆସନ୍ତା ନିର୍ବାଚନରେ ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଗଠନ କରିବ ବୋଲି ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି, ଚାଷୀ, ମହିଳା, ଯୁବ ଓ ଗରିବ ଆଦି ୪ଟି ବର୍ଗ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି। ସେବା, ସୁଶାସନ ଓ ଗରିବଙ୍କ ବିକାଶ ପାଇଁ ବିଜେପି କାମ କରିଆସୁଛି। ୨୦୨୪ ନିର୍ବାଚନରେ ବିଜେପି କୌଣସି ମେଣ୍ଟ କରିବାର ପ୍ରଶ୍ନ ଉଠୁନି। ଓଡ଼ିଶାରେ ୧୬ରୁ ଅଧିକ ଲୋକସଭା ଆସନରେ ବିଜେପି ନିଶ୍ଚିତ ବିଜୟ ହାସଲ କରିବ। ତା ପାଇଁ ବୈଠକରେ ଆବଶ୍ୟକ ଯୋଜନା ଓ ନିଷ୍ପତ୍ତି ହୋଇଛି ବୋଲି କହିଥିଲେ। ଦୁଇଦିନିଆ କୋର କମିଟିରେ ରହିଥିବା ୪୦ ଜଣ ସଦସ୍ୟଙ୍କୁ ନିର୍ବାଚନ ରୂପରେଖ
ଗୁରୁମନ୍ତ୍ର ଦିଆଯାଇଥିଲା।
[ad_2]