ଓଡିଶା

ଯାଜପୁର ରେ ବି ଜେ ଡି ର ୩ ଟି ବିଧାନ ସଭା ଆସନ କାହିଁକି ଝୁଲିକି ରହିଛି ??

 

ଓଡିଶାର କେତେଗୋଟି ପ୍ରମୁଖ ଜିଲ୍ଲା ମଧ୍ୟରୁ ଯାଜପୁର ଅନ୍ୟତମ । ଏହି ଜିଲ୍ଲାରେ ବି ଜେ ପି ଆଉ କଂଗ୍ରେସ ତାଙ୍କର ଦଳୀୟ ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ , ବିଜୁ ଜନତା ଦଳ ୪ ଗୋଟି ଆସନରେ ପ୍ରାର୍ଥୀ ଙ୍କ ନାମ ଘୋଷଣା କରି ସାରିଥିଲା ବେଳେ ବରୀ, କୋରେଇ ଆଉ ଯାଜପୁର ଆସନ ବର୍ତ୍ତମାନ ସୁଦ୍ଧା ସନ୍ଦେହ ମଧ୍ୟରେ ରହିଛି । ଏହାର କାରଣ ସ୍ପଷ୍ଟନହେଲେ ମଧ୍ୟ ବିଭିନ୍ନ ଦିଗରୁ ଆଲୋଚନା କଲେ ଜଣାଯାଏ ପ୍ୟାରୀ ମହାପାତ୍ରଙ୍କ ପରି ଯାଜପୁର ବିଧାୟକ ପ୍ରଣବ ପ୍ରକାସ ଦାସ ଓ ତୃତୀୟ ମହଲାର ଅନ୍ୟତମ ସୁପ୍ରିମୋ ପାଣ୍ଡିଆନ ସାର ପୁରୁଣା ଖେଳ ଖେଳିବାକୁ ଯାଉଛନ୍ତି ।ଏହି ଆସନର ନାମଘୋଷଣା ଶେଷ ସମୟରେ ହେବ ଯାହାକି ସାପ ମରିବ ନାହିଁ କି ବାଡି ଭାଙ୍ଗିବ ନାହିଁ । ଦେବାଶିଷ ନାୟକ, ବରୀ ବିଧାୟକଙ୍କ ନାମ କୁ କାଟିବାକୁ ଦ୍ୱୟ ନେତୃତ୍ୱ ଆପ୍ରାଣେ ଉଦ୍ୟମ ଚାଲୁ ରଖି ଥିବା ବେଳେ , ନବୀନଙ୍କ ପାରିବାରିକ ସଂପର୍କନେଇ ତାଙ୍କୁ କିଛିଟା ଅସୁବିଧାରେ ସମ୍ମୁଖିନ ହେବାକୁ ପଡୁଛି ବୋଲି ଯାହା ଆଲୋଚନାରୁ ଜଣାଯାଏ । ଅପର ପକ୍ଷେ ନବୀନଙ୍କ ପରିବାରକୁ ଧରି କୈାଣସି ପ୍ରକାରେ ଦେବାଶିଷଙ୍କ ଟିକେଟ କାଟିବାକୁ ସମସ୍ତ ଉଦ୍ୟମ ମଧ୍ୟ ଚାଲୁ ରହିଛି ।ତେବେ ତା ପରେ ମଧ୍ୟ ଦୁଇ ନେତା ପାଣ୍ଡିଆନ ଓ ବବି ବାବୁଙ୍କ ମଧ୍ୟରେ ଛକା ପଞ୍ଝା ଚାଲିଛି । ପାଣ୍ଡିଆନ ରାଜ୍ୟ ସଂପାଦକ ବିଜୟ ନାୟକଙ୍କୁ ଚାହୁଁଥିବା ବେଳେ ବବି ବାବୁ ବରୀ ବ୍ଲକ ଅଧ୍ୟକ୍ଷା ସୁନନ୍ଦାଦାସଙ୍କୁ କେଉଁ ଆଡେ ଉଠାଇ ନେଇଯାଇଥିବାର କଥା ରାସ୍ଥାଘାଟରେ ଆଲୋଚନା ହେଉଛି ।ତେବେ ସେ ସୁନନ୍ଦାଙ୍କୁ ପ୍ରାର୍ଥୀ କଲେ ଯାଜପୁରରେ ପ୍ରମିଳା ମଲ୍ଲିକଙ୍କ ପରେ ଆଉ ଗୋଟିଏ ମହିଳା ଆସନ ପୁରଣ ହୋଇ ପାରିବ ।ଯଦି ସୁନନ୍ଦା ବିଜୟ ଲାଭ କରନ୍ତି ତାଙ୍କୁ ବରୀ ଦାୟିତ୍ୱ ଦେବା ପାରେ ସେ ରସୁଲପୁର ଓ ଯାଜପୁର ନିର୍ବାଚନ ମଣ୍ଡଳିର ମିଶିଥିବା ୧୦ ଗୋଟି ପଂଚାୟତ କଥା ନିଜ ଅକ୍ତିଆରରେ ରଖିବେ ।ବିଜୟ ମହାପାତ୍ର ସୁନନ୍ଦା ଓ ଦେବବାଶିଷ କିଏ ବି ଜେ ଡିର ପ୍ରାର୍ଥୀ ହେବ ଅବଧି ତାହା ଅସ୍ପଷ୍ଟ ।ଅପରପକ୍ଷେ କେତେକ ଆଲୋଚନା କରୁଛନ୍ତି ବବି ନିଜେ ବରୀ ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ହୋଇ ପାରନ୍ତି ।ତାଙ୍କର ଭିଣୋଇ ଅରିନ୍ଦମ୍ ଙ୍କୁ ଯାଜପୁର ଆସନ ଦେଇ ପାରନ୍ତି । ଆକାଶ ଦାସ ମହାପାତ୍ରଙ୍କ ସପକ୍ଷରେ କୋରେଇ ସାରା ବହୁ ହୋ ହାଲ୍ଲା ହେଉଥିବାରୁ ସେ ଆସନରେ ଅ।।ଉ ପରିବର୍ତ୍ତନ ନକରିବାକୁ ବବି ମସୁଧା କରୁଥିବାର ଶୁଣିବାକୁ ମିଳୁଛି । ତେବେ ବରୀ ଆସନ ବବି ବାବୁଙ୍କ ପାଇଁ ମୁଖ୍ୟ ସମସ୍ୟା ହୋଇ ଛିଡା ହୋଇଛି ।ଅବଶ୍ୟ ଯଦି ସେ ବରୀ ବ୍ଲକ ଅଧ୍ୟକ୍ଷା ସୁନନ୍ଦା ଦାସଙ୍କୁ ଟିକେଟ ଦେବାକୁ ସକ୍ଷମ ନହୁଅନ୍ତି ତେବେ ସେ ସେହି ଅଧ୍ୟକ୍ଷା ଭାବେ ରହିବେ ଓ କେବଳ ବରୀ ବ୍ଲକର ବିଧାୟକଙ୍କ ପରି ସମସ୍ତ କ୍ଷମତା ଉପେଭାଗ କରିବାର ନାଶ ସୁଙ୍ଘାଇ ପାରନ୍ତି । ଅନ୍ୟ ପକ୍ଷରେ ସ୍ୱାଭିମାନୀ ନେତା ଦେବାଶିଷ ପ୍ୟାରିଙ୍କ ସମୟରେ ତାଙ୍କୁ ପ୍ରତ୍ୟେହ ସକାଳୁ ଅନ୍ୟ ବିଧାୟକଙ୍କ ପରି ଗୁଡ ମର୍ଣ୍ଣିଂ ଅଙ୍କଲ କହୁ ନଥିଲେ ତେଣୁ ପ୍ୟାରିଙ୍କର ଏକ ନମ୍ବର ଶତ୍ରୁଥିଲେ ଦେବାଶିଷ । ବର୍ତ୍ତମାନ ପାଣ୍ଡିଆନ ସାରଙ୍କ ଅମଳରେ ମଧ୍ୟ ସମାନ ଅବସ୍ଥା ରହିଚି , ପ୍ୟାରିଙ୍କ ପ୍ରିୟ ଶିଷ୍ୟ ବବୁବାବୁ ସେହି ପଲିସିକୁ ଧରିଛନ୍ତି ।ସେବେ ଠାରୁ ଦେବାଶିଷଙ୍କ ପ୍ରତି ବବିବାବୁଙ୍କର ମଧ୍ୟ ଅସୁୟା ମନୋଭାବ ରହିଛି ବୋଲି ଦାଣ୍ଡରେ ଘାଟରେ ଆଲୋଚନା ହେଉଛି ।ଯଦି ବବି-ପାଣ୍ଡିଆନଙ୍କ ପଲିସ କାମ କରୁଥାଏ ତେବେ ବିଜୟ ମହାପାତ୍ରଙ୍କ ଟିକେଡ ଶେଷସମୟରେ କାଟି ତାଙ୍କର ପକ୍ଷ ଛେଦନ କଲାପରି ଦେବାଶିଷ ଙ୍କ ଟିକେଟ କାଟିବାକୁ ହେଲେ ଶେଷ ସମୟ ଯାଏ ପ୍ରତୀକ୍ଷା କରିବାକୁ ହେବ । ଏହି ଧାରାର ପ୍ରୟୋଗ ପାଇଁ ଯାଜପୁର ର ଏହି ୩ ଟି ବିଧାନ ସଭା ଆସନ ବିଜେଡି ଘୋଷଣା କରୁ ନାହିଁ ନୁହଁ ଉଦ୍ଦ୍ୟେଶ୍ୟ ମୂଳକ ଭାବେ ତାହାର ଯୋଜନା କରାଯାଇଛି ବୋଲି ଧରିବାକୁ ହେବ ।ସମୟ ତ ଆଉ ନାହିଁ ଆଉ କିଛି ଘଣ୍ଟା ପରେ ସବୁକିଛି ସ୍ପଷ୍ଟ ହୋଇ ଯିବ । ଜନମତ ସେର୍ଭ ପରେ ବଜ୍ରବାଣ ଏହି ପ୍ରକାର ଆକଳନ କରିବାର ପ୍ରୟାସ କରିଛି । କିନ୍ତୁ ଏହାଦ୍ୱାରା ବିଜେଡିକୁ ଯାଜପୁରେ ମହଙ୍ଗା ପଡିବ ଏହା ସୁସ୍ପଷ୍ଟ ।

Related Articles

Leave a Reply

Your email address will not be published. Required fields are marked *

Back to top button