ମନୋରଞ୍ଜନ

ଭୂକମ୍ପ ବେଳେ ପୂରା ପରିବାର ସହ ଜାପାନରେ ଥିଲେ ‌ଜୁନିୟର ଏନଟିଆର ! – bajravana

[ad_1]

ଟୋକିଓ: ନୂଆବର୍ଷରେ ଜାପାନରେ ଶକ୍ତିଶାଳୀ ଭୂକମ୍ପ ହୋଇଥିବା ବେଳେ ଏପର୍ଯ୍ୟନ୍ତ ୩୦ଜଣକର ମୃତ୍ୟୁ ଘଟିଛି। କୁହାଯାଉଛି ଯେ, ପ୍ରଥମେ ୭.୬ ତୀବ୍ରତା ବିଶି‌ଷ୍ଟ ଭୂକମ୍ପ ଅନୁଭୂତ ହୋଇଥିଲା ଓ ପରେ ଅଳ୍ପ ସମୟ ବ୍ୟବଧାନରେ ୧୫୫ଥର ଥରିଥିଲା ଜାପାନ।ବାରମ୍ବାର ଭୂକମ୍ପ ଝଟ୍‌କା ଲାଗିବାରୁ ସମୁଦ୍ରରେ ୫ ଫୁଟର ସୁନାମୀ ସୃଷ୍ଟି ନେଇ ସତର୍କତା ଜାରି ହୋଇଥିଲା।

ଏହି ସମୟରେ ଜାପାନକୁ ଛୁଟି କଟାଇବା ପାଇଁ ସାଉଥ୍ ସୁପରଷ୍ଟାର ଜୁନିୟର ଏନଟିଆର ଯାଇଥିବା ନେଇ ସୂଚନା ମିଳିବା ପରେ ତାଙ୍କ ପ୍ରଶଂସକ ଚିନ୍ତାରେ ପଡ଼ିଯାଇଥିଲେ। ସୂଚନା ମିଳିଥିଲା ‌ଯେ, ଜୁନିୟର ଏନଟିଆର ପରିବାର ସହିତ ଛୁଟି କଟାଇବା ପାଇଁ ଜାପାନ ‌ଯାଇଛନ୍ତି। ତେବେ ଭୂକମ୍ପ ଓ ପରେ ସୁନାମୀ ନେଇ ସତର୍କତା ଜାରି ହେବାରୁ ଜୁନିୟର ଏନଟିଆର ସୁରକ୍ଷିତ ଅଛନ୍ତି କି ନାହିଁ ଭାବି ଚିନ୍ତିତ ହୋଇପଡ଼ିଥିଲେ ତାଙ୍କ ପ୍ରଶଂସକ। ହେଲେ ପ‌ରେ ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ଜୁନିୟର ଏନଟିଆର ନିଜ ପରିବାର ସହ ହାଇଦ୍ରାବାଦ ବିମାନବନ୍ଦରରେ ନଜର ଆସିଥିଲେ।

ଏହି ଭିଡିଓ ଦେଖିବା ପ‌ରେ ଜୁନିୟର ଏନଟିଆର ସୁରକ୍ଷିତ ଜାପାନରୁ ଫେରି ଆସିଥିବା ଜାଣି ତାଙ୍କ ପ୍ରଶଂସକ ଆଶ୍ବସ୍ତ ହୋଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଭାରତ ଆସିବା ପରେ ଏକ୍ସରେ ପୋଷ୍ଟ କରି ସୁରକ୍ଷିତ ଘରକୁ ଫେରିଥିବା ଲେଖିଛନ୍ତି ଜୁନିୟର ଏନଟିଆର । ସେ ଲେଖିଛନ୍ତି ଯେ, ଆଜି ଜାପାନରୁ ଘରକୁ ଫେରିଲି ଏବଂ ଭୂକମ୍ପ ବିଷୟରେ ଜାଣି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଛି। ଗତ ସପ୍ତାହ ଆମେ ସେଠାରେ ବିତାଇଥିଲୁ। ସେଠାକାର ଲୋକଙ୍କ କଥ‌ା ଭାବି ମୁଁ ଚିନ୍ତିତ। ଦୃଢ଼ ରୁହ, ଜାପାନ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button