ମନୋରଞ୍ଜନ

ନୂଆବର୍ଷରେ ଦିଶିବେ ନାହିଁ ୩ ଖାନ୍‌: ସିନେ ଜଗତକୁ ସାହା ହେବେ ହ୍ରିତିକ୍‌ ଓ ଅକ୍ଷୟ – bajravana

[ad_1]

ମୁମ୍ବାଇ: ୨୦୨୨ ମସିହାରେ ସାଉଥ ସିନେମା ବଲିଉଡକୁ ଏକ ଚ୍ୟାଲେଞ୍ଜ ଦେଇଥିଲା, କିନ୍ତୁ ୨୦୨୩ ମସିହାରେ ବଲିଉଡ କରିଛି ବାଜିମାତ୍‌। ସିନେ ପ୍ରେମୀଙ୍କୁ ଅନେକ ହିଟ୍‌ ଫିଲ୍ମ ଦେବାରେ ବଲିଉଡ୍‌ ଚଳିତବର୍ଷ ସଫଳ ହୋଇଛି। ଯଦି ଆମେ ୨୦୨୪ର କ୍ୟାଲେଣ୍ଡର ଦେଖିବା ତ ଏଥର ପୁଣି ସାଉଥ୍‌ ସିନେମାର ରାଜ୍‌ ଚାଲିବ। ସାଉଥ୍ ସିନେମା ଅନେକ ବଡ ଚଳଚ୍ଚିତ୍ର ସହିତ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରସ୍ତୁତ।

ଚଳିତବର୍ଷ ରୋଜଗାର ଦୃଷ୍ଟିରୁ ବଲିଉଡ ଯଦିଓ ସାଉଥ ସିନେମାଠାରୁ ପଛରେ ପଡିଛି, ହେଲେ ‘ପଠାନ’, ‘ଗାଦର ୨’, ‘ଜୱାନ’ ଏବଂ ‘ଆନିମଲ୍‌’ ଭଳି ବ୍ଲକବଷ୍ଟର ଚଳଚ୍ଚିତ୍ର ସହିତ ନିଜର ଦମଦାର୍‌ ପ୍ରଦର୍ଶନ କରିଛି। ଏହି ସମସ୍ତ ଚଳଚ୍ଚିତ୍ର ଘରୋଇ ବକ୍ସ ଅଫିସରେ ୫୦୦ କୋଟିରୁ ଅଧିକ ରୋଜଗାର କରି ନୂଆ ରେକର୍ଡ ସୃଷ୍ଟି କରିଛି।
ଯଦି ଆମେ ଆସନ୍ତାବର୍ଷ ରିଲିଜ୍ ହେବାକୁ ଥିବା ଚଳଚ୍ଚିତ୍ରର କାର୍ଯ୍ୟସୂଚୀକୁ ଦେଖିବା, ତେବେ ବଲିଉଡ ଦକ୍ଷିଣ ସିନେମା ଆଗରେ ଏକ କଠିନ ଆହ୍ବାନର ସମ୍ମୁଖୀନ ହେବାକୁ ଯାଉଛି। କାରଣ ଏହି ବର୍ଷ ଅନେକ ବଲିଉଡ୍‌ ସିନେମା ରିଲିଜ୍‌ ହେବାକୁ ଯାଉଥିଲେ ବି ୩ ଖାନ୍‌ ଶାହରୁଖ, ସଲମାନ ଓ ଆମୀରଙ୍କ ମଧ୍ୟରୁ କାହାର ବି ସିନେମା ଆସିବ ନାହିଁ।

ଆଗାମୀ ବର୍ଷର ପ୍ରଥମ ସିନେମା ହେଉଛି ‘କ୍ୟାପ୍ଟେନ ମିଲର୍’; ଯାହାକି ଜାନୁଆରି ୧୩ ତାରିଖରେ ରିଲିଜ ହେବାକୁ ଯାଉଛି। ଏହି ମାସରେ ହ୍ରିତିକ ରୋଶନଙ୍କ ଫିଲ୍ମ ‘ଫାଇଟର୍’ ବି ରିଲିଜ୍‌ ହେବ। ଏହାକୁ ବଲିଉଡର ପ୍ରଥମ ଏରିଆଲ୍ ଆକ୍ସନ୍ ଫିଲ୍ମ କୁହାଯାଉଛି।

ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫଙ୍କ ‘ବଡ଼େ ମିୟାଁ ଛୋଟେ ମିୟାଁ’ ମୁକ୍ତିଲାଭ କରିବା ୨୦୨୪ରେ। ସେହିପରି ‘କେରଳ ଷ୍ଟୋରି’ର ନିର୍ମାତା ନକ୍ସଲବାଦ ଉପରେ ଫିଲ୍ମ’ ବସ୍ତର ‘ଆଣୁଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button