ଏହି କାରଣରୁ ବିକିଙ୍କୁ ‘ଡଙ୍କି’ର ଅଫର ଦେବାକୁ ଚାହୁଁନଥିଲେ ରାଜକୁମାର – bajravana
[ad_1]
ମୁମ୍ବାଇ: ବଲିଉଡ ନିର୍ଦ୍ଦେଶକ ରାଜକୁମାର ହିରାନୀ ଏବେ ତାଙ୍କ ଫିଲ୍ମ ‘ଡଙ୍କି’ର ସଫଳତାକୁ ଉପଭୋଗ କରୁଛନ୍ତି। ଏହି ଚଳଚ୍ଚିତ୍ରରେ ଶାହରୁଖ ଖାନ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ ପ୍ରଥମ ଥର ପାଇଁ ରାଜକୁମାର ହିରାନୀଙ୍କ ସହ କାମ କରିଛନ୍ତି ଶାହରୁଖ। ଏହି ଚଳଚ୍ଚିତ୍ରରେ ଶାହରୁଖ ଖାନ ଏବଂ ବିକି କୌଶଲଙ୍କ ଅଭିନୟକୁ ଦର୍ଶକମାନେ ଖୁବ ପ୍ରଶଂସା କରିଛନ୍ତି। ଏବେ ଏକ ସାକ୍ଷାତକାରରେ ରାଜକୁମାର ହିରାନୀ ବିକି କୌଶଲଙ୍କୁ ‘ଡଙ୍କି’ରେ କାଷ୍ଟିଂ କରିବା ନେଇ ଏକ ବଡ଼ ଖୁଲାସା କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ରାଜକୁମାର ଜଣାଇଛନ୍ତି ଯେ, “ମୁଁ ବିକି କୌଶଲଙ୍କୁ ପ୍ରଥମେ କୌଣସି ଚରିତ୍ର ଅଫର କରିନଥିଲି। ଯେତେବେଳେ ବିକିଙ୍କ ବାପା ଶ୍ୟାମ ଏବଂ ମୁଁ ‘ଡଙ୍କି’ର କାଷ୍ଟିଂ ବିଷୟରେ ଆଲୋଚନା କରୁଥିଲୁ, ସେତେବେଳେ ଆମକୁ ଫିଲ୍ମରେ ସୁଖୀର ଚରିତ୍ର ପାଇଁ ଆଦର୍ଶ ଯୁବକଙ୍କ ବିଷୟରେ ପଚରାଯାଇଥିଲା। ଏହି ଚରିତ୍ର ପାଇଁ ମୁଁ ବିକି କୌଶଲଙ୍କ ନାମ ନେଇଥିଲି। ହେଲେ ପରେ ମୁଁ ସ୍ପଷ୍ଟ ଭାବରେ ମନା କରି ଥିଲି ଯେ ମୁଁ ତାଙ୍କୁ ଏହି ଭୂମିକା ଦେବି ନାହିଁ, କାରଣ ଏହା ଏକ ଛୋଟ ଚରିତ୍ର ଥିଲା। ବିକି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ତେଣୁ ମୁଁ ତାଙ୍କୁ ଏତେ କମ ସମୟ ପାଇଁ ଫିଲ୍ମରେ କାଷ୍ଟ କରିବି ନାହିଁ ବୋଲି ଶ୍ୟାମଙ୍କୁ କହିଥିଲି। ହେଲେ ବିକି ଏବିଷୟରେ ଜାଣିବା ପରେ ମୋତେ ଆସି ଭେଟିଥିଲେ। ଏହି ଚରିତ୍ର କରିବା ମୋ ପାଇଁ ସୌଭାଗ୍ୟର କଥା ହେବ ବୋଲି ବିକି ମୋତେ କହିଥିଲେ। ଏହା ପରେ ମୁଁ ତାଙ୍କୁ ଫିଲ୍ମରେ କାଷ୍ଟ କରିଥିଲି। କିନ୍ତୁ କମ ସମୟ ପାଇଁ ନଜର ଆସି ବି ବିକି ନିଜର ସ୍ବତନ୍ତ୍ର ଛାପ ଛାଡ଼ିଛନ୍ତି।”
[ad_2]