ଘରେ ବସି ବର୍ଷକୁ ୨ କୋଟି ଟଙ୍କା ରୋଜଗାର କରିବେ ମେଗାଷ୍ଟାର୍ ଅମିତାଭ ବଚ୍ଚନ – bajravana
[ad_1]
ମୁମ୍ବାଇ: ବଲିଉଡ ମେଗାଷ୍ଟାର୍ ତଥା କୁଇଜ୍ ସୋ’ ‘କୌନ ବନେଗା କରୋନପତି’ର ହୋଷ୍ଟ୍ ଅମିତାଭ ବଚ୍ଚନ ପୁଣି ଥରେ ଚର୍ଚ୍ଚାର ପରିସର ଭିତରକୁ ଆସିଛନ୍ତି। ନିକଟରେ ସେ ତାଙ୍କ ଘର ‘ଜଲ୍ସା’କୁ ନିଜ ଝିଅ ଶ୍ବେତା ବଚ୍ଚନଙ୍କ ନାମରେ କରିଥିବା ବେଳେ ବର୍ତ୍ତମାନ ଖବର ଆସିଛି ଯେ ବିଗ୍ ବି ତାଙ୍କର ଏକ ବିଳାସପୂର୍ଣ୍ଣ କାର୍ଯ୍ୟାଳୟକୁ ଏକ ମ୍ୟୁଜିକ୍ କମ୍ପାନିକୁ ଭଡ଼ାରେ ଦେଇଛନ୍ତି। ଏହି ଭଡ଼ା ବାବଦରୁ ବିଗ୍ ବି ଘରେ ବସି କୋଟି କୋଟି ଟଙ୍କା ଆୟ କରିବେ।
Sambad is now on WhatsApp
Join and get latest news updates delivered to you via WhatsApp
ଅମିତାଭ ବଚ୍ଚନଙ୍କର କୌଣସି ଅଭାବ ନାହିଁ। ତାଙ୍କର ଅମାପ ଧନ ଅଛି। ବର୍ତ୍ତମାନ ସେ ତାଙ୍କର ମୁମ୍ବାଇର ଓଶିୱାରାସ୍ଥିତ ବିଳାସପୂର୍ଣ୍ଣ କାର୍ଯ୍ୟାଳୟକୁ ଭଡ଼ାରେ ନେଇଛନ୍ତି। କୁହାଯାଉଛି ଯେ ଏହା ଏକ ମ୍ୟୁଜିକ୍ କମ୍ପାନିକୁ ଦିଆଯାଇଛି। ଜାଣିବାକୁ ମିଳିଛି ଯେ ଭଡ଼ା ବାବଦରେ ବିଗ୍ ବିଙ୍କୁ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ କମ୍ପାନି ବର୍ଷକୁ ୨ କୋଟି ଟଙ୍କା ଦେବ। ଫଳରେ ଏହି ବାବଦରେ ମେଗା ଷ୍ଟାର୍ ମାସକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବେ।
ଖବର ଅନୁଯାୟୀ,ସୁରକ୍ଷା ଟଙ୍କା ଭାବରେ ୧.୦୩ କୋଟି ଟଙ୍କା ଜମା ହୋଇଛି। ଏହି କାର୍ଯ୍ୟାଳୟ ଲୋଟସ୍ ସିଗ୍ନେଚର୍ ବିଲଡିଂର ୨୧ତମ ମହଲାରେ ଏହି କାର୍ଯ୍ୟଳୟ ଅବସ୍ଥିତ। ସାଜିଦ ନାଦିଆଡୱାଲା, କାଜଲ, କାର୍ତ୍ତିକ ଆର୍ଯ୍ୟନ, ସାରା ଅଲ୍ଳୀ ଖାନ ଏବଂ ମନୋଜ ବାଜପେୟୀଙ୍କର ମଧ୍ୟ ଗୋଟିଏ ଅଟ୍ଟାଳିକାରେ କାର୍ଯ୍ୟାଳୟ ଅଛି। ମ୍ୟୁଜିକ୍ କମ୍ପାନି ବର୍ତ୍ତମାନ ଏହି ଚୁକ୍ତି ପାଇଁ ୨.୮୮ କୋଟି ଟଙ୍କା ଷ୍ଟାମ୍ପ ଡ୍ୟୁଟି ଦେଇଛି। ଦଲିଲ ଅନୁଯାୟୀ, ମାର୍ଚ୍ଚ ୨୦୨୪ରୁ ଟଙ୍କା କାରବାର ଆରମ୍ଭ ହେବ।
[ad_2]