news

ଦେଶର ବିଭିନ୍ନ ସ୍ଥାନ ବୁଲି ସହିଦ ହୋଇଥିବା ଯବାନ ପରିବାର ପାଇଁ ପାଣ୍ଠି ସଂଗ୍ରହ କରୁଛନ୍ତି ଅକ୍ଷୟ କୁମାର

Image result for akshay kumar wallpapersମୁମ୍ବାଇ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଚଳଚ୍ଚିିତ୍ର ଜରିଆରେ ହେଉ କିମ୍ବା ବାସ୍ତବ ଜୀବନରେ ହେଉ ସଦା କିଛି ନା କିଛି ଜନକଲ୍ୟାଣ କାର୍ଯ୍ୟ କରି ଚର୍ଚ୍ଚାରେ ରହିଥାନ୍ତି। ଚଳଚ୍ଚିତ୍ର ‘ପ୍ୟାଡ୍‌ମ୍ୟାନ୍‌’ ଓ ‘ଟଏଲେଟ୍‌: ଏକ ପ୍ରେମ କଥା’ ଜରିଆରେ ଅକ୍ଷୟ ଲୋକଙ୍କୁ ପରିଚ୍ଛନତା ସଂପର୍କରେ ସୂଚନା ଦେଇଛନ୍ତି। ସେହିପରି ଏବେ ତାଙ୍କ ଦୃଷ୍ଟି ରହିଛି ସହିଦ ଯବାନଙ୍କ ପରିବାର ଉପରେ। କିପରି ଭାବେ ସହିଦ ହୋଇଥିବା ଯବାନମାନଙ୍କ ପରିବାରକୁ ସାହାଯ୍ୟ କରି ହେବ ସେ ନେଇ ତତ୍ପର ହୋଇ ପଡ଼ିଛନ୍ତି ଅକ୍ଷୟ। ସେ ପୂର୍ବରୁ ଅନେକ ସରକାରୀ ଓ ବେସରକାରୀ ଯୋଜନାରେ କାମ କରିବା ପରେ ଏବେ ଅକ୍ଷୟ ଯବାନମାନଙ୍କ ସକାଶେ ହୋଇଥିବା ‘ଭାରତ କେ ବୀର’ ପାଣ୍ଠି ସଂଗ୍ରହରେ ନିଜକୁ ସାମିଲ୍‌ କରାଇଛନ୍ତି।

ଅକ୍ଷୟ କୁମାର ପୂର୍ବରୁ ଏହି ‘ଭାରତ କେ ବୀର’ ପାଣ୍ଠି ସଂପର୍କରେ ସରକାରଙ୍କୁ ୨୦୧୭ ମସିହାରେ ପରାମର୍ଶ ଦେଇଥିଲେ। ଦେଶ ପାଇଁ ଦିନ ରାତି ସଜାଗ ରହୁଥିବା ଏହି ଯବାନମାନେ ଅନେକ ସମୟରେ ନିଜର ହାତ,ଗୋଡ଼ ହରାଇଥାନ୍ତି ତ ପୁଣି କେବେ ଶତ୍ରୁ ଗୁଳିରେ ଘାଏଲ ହୋଇଥାନ୍ତି। ଦେଶ ପାଇଁ କାମ କରୁ କରୁ ଦିବ୍ୟାଙ୍ଗ ପାଲଟିଥିବା ସହିଦଙ୍କ ସକାଶେ ଏହି ପାଣ୍ଠି କରାଯାଉ ବୋଲି ପୂର୍ବରୁ ଅକ୍ଷୟ ସରକାରଙ୍କୁ କହିଥିଲେ। ଏହି ଯୋଜନା ପୁଲଓ୍ଵାମା ଆକ୍ରମଣ ପରେ ଲାଗୁ ହେବାରୁ ଅକ୍ଷୟ ବିଭିନ୍ନ ସହର ବୁଲି ଯବାନ ପରିବାରଙ୍କ ଲାଗି ପାଣ୍ଠି ବଢ଼ାଇବା ଉଦ୍ୟମରେ ଲାଗି ପଡ଼ିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button