ଦେଶ ବିଦେଶ

ଅଖଣ୍ଡ ଭାରତ ସ୍ୱପ୍ନ ଆଉ କମ୍ ଦିନରେ ପ୍ରତିଫଳନ ହେବ

ଖିର ଉତୁରିଲେ ଚୂଲିକୁ । ଏହି ଲୋକ କଥାର ତାତ୍ପର୍ଯ୍ୟ ବାସ୍ତବରେ ଗୁରୁତ୍ୱ ପୂର୍ଣ୍ଣ । ଖିର ନ ଉତୁରିବା ପାଇଁ ହାଣ୍ଡିକୁ ନିଆଁରୁ ଓହ୍ଲାଇ ଅଣାଯାଇ ପାରେ କିମ୍ବା ନିଆଁକୁ ଲିଭାଇ ଦିଆ ଯାଇ ପାରେ । ଯଦି ନିଆଁକୁ ଅଧିକ ପ୍ରଜ୍ଜଳିତ କରାଯାଏ, ତେବେ ଖିରକୁ ରକ୍ଷା କରିବାର ସ୍ୱପ୍ନ ଦିବା ସ୍ୱପ୍ନ ପରି ହୋଇଯିବ । ଦୁଇ ଦେଶ ମଧ୍ୟରେ ଏବେ ସମର ଚାଲିଛି । ଏହାକୁ ବିଶ୍ୱ ସମୁଦାୟ ଦେଖୁଛି । ଭାରତ ବନାମ ପାକିସ୍ଥାନ ।ପାକିସ୍ଥାନ ଚୂଲିରେ ଖିରହାଣ୍ଡି ବସାଇଛି । ଖିର ଉତୁରିଲାଣି । ନା ହାଣ୍ଡି ଓହ୍ଲାଉଛି ନା ନିଆଁ ଲିଭାଉଛି । ଏକ ପକ୍ଷରେ ଭାରତ ଗୈାରବ ବୀର ଯବାନ ଅଭିନନ୍ଦନଙ୍କୁ ଇମ୍ରାନ ସରକାର ଶାନ୍ତି ଦୂତ ନିଜକୁ କହି ଭାରତକୁ ଛାଡୁଛନ୍ତି ସେପଟରେ ପାକିସ୍ଥାନୀ ସୈନ୍ୟ ସୀମାରେ ଆତଙ୍କବାଦୀଙ୍କ ସହ ମିଳିତ ଆକ୍ରମଣ କରି ଭାରତ ସୈନିକଙ୍କୁ ହତ୍ୟା କରୁଛି ।
ତେଣୁ ଏହି ଧାରାରେ ଇମ୍ରାନଙ୍କୁ ଶାନ୍ତି ପାଇଁ ନୋବେଲ ପୁରସ୍କାର ଦେବାକୁ ପାକିସ୍ଥାନ ପାର୍ଲିଆମେଣ୍ଟରେ ପ୍ରସ୍ଥାବ ଆଗତ ହେଉଛି । ସ୍ୱଚ୍ଛତା ଆଉ ସାମ୍ୟବାଦର ଦେଶ ଭାରତ । ବହୁ ଭିନ୍ନତା ମଧ୍ୟରେ ଏକତାର ନିଦର୍ଶନ ଭାରତ ବର୍ଷ । ଯାହା ବିଶ୍ୱରେ ଅଦ୍ୱିତୀୟ ସଂସ୍କୃତିର ଗାଥା ବହନ କରେ । ବିଶ୍ୱ ସମୁଦାୟ ଭାରତ ସପକ୍ଷରେ ଅଛନ୍ତି । ଏହାମଧ୍ୟ ସେମାନଙ୍କର ଭାରତ ପ୍ରତି ଦୟାନୁହଁ । ଏହା ଭାରତର ହକ । ଭାରତ ଆଜି ବିକାଶନ୍ମୁଖି ରାଷ୍ଟ୍ରରୁ ବିକାଶ ଶୀଳ ରାଷ୍ଟ୍ରରେ ପରିଣତ ହେବାକୁ ଯାଉଛି । ଏହାମଧ୍ୟ କାହାର ଦୟୁାନୁହଁ । ନିଜର ଐକାନ୍ତିକ ପ୍ରଚେଷ୍ଠା ତାକୁ ଏହିପରି ଉନ୍ନତିର ଚରମ ସୀମାକୁ ନେବାରେ ସାହାଯ୍ୟ କରିଛି । ପାକିସ୍ଥାନର ଏହିପରି ଉଗ୍ରଚେତନା ତାକୁ ଧୂଳିସାତ କରିବ ଏଥିରେ ସନ୍ଦେହ ନାହିଁ । ଦିନ ଥିଲା ପାକିସ୍ଥାନ ଭାରତର ଅବିଚ୍ଛେଦ୍ୟ ଅଙ୍ଗଥିଲା ।ଯାହାକୁ ମହାନ ଯୋଗୀ ତଥା ଭାରତ ସ୍ୱାଧୀନତା ଆନ୍ଦୋଳନର ଅନ୍ୟତମ ଦିବ୍ୟ ପୁରୁଷ ଶ୍ରୀ ଅରବିନ୍ଦ ସେବେ ସ୍ୱୀକାର କରିନଥିଲେ କିମ୍ବା ତାଙ୍କର ଅନୁଗାମୀ ମାନେ ମଧ୍ୟ ଏବେ ସ୍ୱିକାର କରିବାକୁ ରାଜି ନୁହଁନ୍ତି । ସେମାନେ ବିଶ୍ୱାସର ସହ କୁହନ୍ତିଯେ , ପୁିଣି ଶ୍ରୀଅରବିନ୍ଦଙ୍କ ଆବିର୍ଭାବ ହେବ ତାହା ପୁଣି ପୂର୍ଣ୍ଣାଙ୍ଗ ଭାରତରେ ।
ଯାହା ଏକ ସର୍ବେକ୍ଷଣରୁ ଜଣାଯାଇଛି , ଭାରତ ବର୍ଷର କୋଟିଏରୁ ଅଧିକ ଲୋକ ମୃତ୍ୟୁ ମୁଖରେ ପଡିବେ , କିନ୍ତୁ ପାକିସ୍ଥାନ ମାନଚିତ୍ର ମାତ୍ର ୨ ମିନିଣ୍ଟରେ ବିଶ୍ୱ ମାନଚିତ୍ରରୁ ହଜିଯିବ । ତେବେ ସେହି ମାନଚିତ୍ର ଯାହାର ଥିଲା ତାହାର ହିଁ ହେବ । ସେଦିନ ପୁଣି ଶ୍ରୀ ଅରବିନ୍ଦଙ୍କ ଅଖଣ୍ଡ ଭାରତର ସ୍ୱପ୍ନ ସାକାର ହେବ । ଅନ୍ୟ ଖଣ୍ଡିତ ରାଷ୍ଟ୍ରମାନେ ଏକତ୍ରିତ ହୋଇ ପୁନଶ୍ଚ ଭାରତ ସହିତ ରହିବେ ଅବଶ୍ୟ ତାଙ୍କର ନିଜସ୍ୱ ସ୍ୱାଧିନତା ରହିବ । ଭାରତ ବର୍ଷ ପୁନଶ୍ଚ ଅଖଣ୍ଡତାର ରୁପରେ ରୂପାନ୍ତରୀତ ହେବ । ରାଷ୍ଟ୍ରନେତୃତ୍ୱ ନରେନ୍ଦ୍ର ମୋଦିଙ୍କ ପାଇଁ ଏହା ଏକ ଆହ୍ୱାନ । ଅବଶ୍ୟ ସେ ଘୋଷଣା କରି ସାରିଛନ୍ତିଯେ, ମୋଦି ଆସିବ ଯିବ କିନ୍ତୁ ଦେଶ ରହିବ । ଏହି ଜାତୀୟ ଚେନତାରେ ଅଭିମନ୍ତ୍ରିତ ନରେନ୍ଦ୍ର ମୋଦି । ଦେଶର ସ୍ୱାଧିନତା ଉପରେ ଆଞ୍ଚ ଆଣିାବାକୁ ସେ କେବେ ବି ଦେବେ ନାହିଁ ଏହିକଥା ଦେଶର ମୋଦି ବିରୋଧିଙ୍କର ମଧ୍ୟ ଭରଷା ଅଛି । ଯେତେ ଶିଖାଇଲେ କଣ ଯେତେ ବୁଝାଇଲେ କଣ ପାକିସ୍ଥାନ ଚାଉଳ କହି ପାରିବ ନାହିଁ ସେହି ଚାଉର । କୁକୁର ଲାଙ୍ଗୁଡକୁ ସୁନା ଖୋଳରେ ପୁରାଇଲେ କଣ ସେ ସିଧା ହେବ । ପାକିସ୍ଥାନକୁ ଯେଉଁ ସନ୍ତ୍ରାସୀ ଶକ୍ତି ବେଢି ପକାଇ ରଖିଛନ୍ତି ପାକିସ୍ଥାନ ଚାହିଁଲେ ମଧ୍ୟ ତହିଁରୁ ମୁକ୍ତି ହୋଇ ପାରିବ ନାହିଁ , ସେ ନିଆଁ ଜାଳିବେ ହିଁ ଜାଳିବେ , ଏହା ତାଙ୍କର ଧର୍ମ । ତେଣୁ ଖିର ଚୁଲିକୁ ଯିବା ଥୟ ।

Related Articles

Leave a Reply

Your email address will not be published. Required fields are marked *

Back to top button