news

ଭାରତରେ ମଦ୍ୟପାନ କରନ୍ତି ୧୬କୋଟି ଲୋକ

Image result for liquor glass wallpaperନୂଆଦିଲ୍ଲୀ: ଦେଶରେ ୧୦ବର୍ଷରୁ  ଆରମ୍ଭ କରି ୭୫ବର୍ଷ ବୟସ ମଧ୍ୟରେ ପାଖାପାଖି ୧୬କୋଟି ଲୋକ ମଦ୍ୟପାନ କରନ୍ତି ବୋଲି ଏକ ସର୍ବେକ୍ଷଣରୁ ଜଣାପଡିଛି। ଛତିଶଗଡ, ତ୍ରିପୁରା, ପଞ୍ଜାବ, ଅରୁଣାଚଳ ପ୍ରଦେଶ ଏବଂ ଗୋଆରେ ମଦ୍ୟପାନକାରୀଙ୍କ ସଂଖ୍ୟା ସର୍ବାଧିକ। ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍‌ସ) ଏବଂ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟର ମିଳିତ ସହଯୋଗରେ ଏହି ସର୍ବେକ୍ଷଣ କରାଯାଇଥିଲା।  ଏହାର ଶୀର୍ଷକ ଥିଲା ‘ପ୍ରିଭ୍ୟାଲେନ୍ସି ଆଣ୍ଡ ଏକ୍ସଟେଣ୍ଟ ଅଫ୍‌ ସବ୍‌ଷ୍ଟାନ୍ସ ୟୁଜ୍‌ ଇନ୍‌ ଇଣ୍ଡିଆ’। ୩୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ଏ ସମ୍ପର୍କିତ ରିପୋର୍ଟ ସଂଗ୍ରହ କରାଯାଇଥିଲା। ଏମ୍‌ସର ନ୍ୟାଶନାଲ ଡ୍ରଗ ଡିପେଣ୍ଡେନ୍ସ ଟ୍ରିଟମେଣ୍ଟ ସେଣ୍ଟରର ପ୍ରଫେସର ତଥା ଉକ୍ତ ସର୍ଭେର ପ୍ରିନ୍ସିପାଲ୍‌ ଇନ୍‌ଭେଷ୍ଟିଗେଟର ଡକ୍ଟର ଅତୁଲ ଆମ୍ବେଦକରଙ୍କ ନେତୃତ୍ୱରେ ଏହି ଅଧ୍ୟୟନ କରାଯାଇଥିଲା। ପୁରୁଷ ମଦ୍ୟପାନକାରୀଙ୍କ ସଂଖ୍ୟା ମହିଳା ମଦ୍ୟପାନକାରୀଙ୍କ ସଂଖ୍ୟାର ୧୭ଗୁଣ ବୋଲି ଏଥିରୁ ଜଣାପଡିଛି।

Related Articles

Leave a Reply

Your email address will not be published. Required fields are marked *

Back to top button