news

ପରଦାରେ ଗାନ୍ଧୀ

ମୋହନ ଦାସ କରମଚାନ୍ଦ ଗାନ୍ଧୀ। ଏତିକି କହିଲେ ବିଶ୍ୱବାସୀଙ୍କ ମନରେ ଆପଣାଛାଏଁ ଆସିଯାଏ ଏକ ଚରିତ୍ର। ଯିଏ ମହାତ୍ମା ନାମରେ ପରିଚିତ। ଭାରତରେ ତାଙ୍କୁ ‘ଜାତିର ପିତା’  ବୋଲି ଅଭିହିତ କରାଯାଏ। ଭାରତ ସ୍ବାଧୀନତାର କଥା ଆସିଲେ ଆପଣାଛାଏଁ ମନକୁ ଆସେ ଗାନ୍ଧିଜୀଙ୍କ ନାଁ। ଗାନ୍ଧୀଙ୍କ ଚରିତ୍ରକୁ ନେଇ ବଲିଉଡରେ ନିର୍ମିତ ହୋଇଛି କିଛି ଚଳଚ୍ଚିତ୍ର।
ଗାନ୍ଧୀଙ୍କ ଚରିତ୍ରକୁ ନେଇ ପ୍ରଥମେ ୧୯୬୮ରେ ନିର୍ମାଣ କରାଯାଇଥିଲା ଏକ ବୃତ୍ତଚିତ୍ର। ଯାହାର ଟାଇଟଲ ଥିଲା ‘ମହାତ୍ମା: ଲାଇଫ୍‌ ଅଫ୍‌ ଗାନ୍ଧୀ’। ଏହି ବୃତ୍ତଚିତ୍ରରେ ଗାନ୍ଧିଜୀଙ୍କ ଜୀବନୀକୁ ସ୍ଥାନିତ କରାଯାଇଥିଲା। କଳାଧଳା ପରଦାରେ ଦର୍ଶକେ ଏହାକୁ ବେଶ୍‌ ପସନ୍ଦ କରିଥିଲେ। ଏହା ଉଭୟ ଇଂରାଜୀ ଓ ହିନ୍ଦୀ ଭାଷାରେ ନିର୍ମାଣ କରାଯାଇଥିଲା।
Related image୧୯୮୨ରେ ନିର୍ମାଣ କରାଗଲା ଏକ ବ୍ରିଟିଶ-ଇଣ୍ଡିଆନ୍‌ ଫିଲ୍ମ ‘ଗାନ୍ଧୀ’। ଏହାକୁ ବ୍ରିଟିଶ-ଇଣ୍ଡିଆନ୍‌ ଫିଲ୍ମ କହିବାର ତାତ୍ପର୍ଯ୍ୟ ହେଉଛି ଏହା ଗାନ୍ଧୀଙ୍କ ଚରିତ୍ର ଉପରେ ଆଧାରିତ ହୋଇଥିବା ବେଳେ ଏହାର ନିର୍ଦ୍ଦେଶନା ଦେଇଥିଲେ ରିଚାର୍ଡ ଆଟେନବ୍ରୋ ଓ ଏଥିରେ ଗାନ୍ଧୀ ଭୂମିକାରେ ଅଭିନୟ କରିଥିଲେ ହଲିଉଡ୍‌ ଆକ୍ଟର ବେନ୍‌ କିଙ୍ଗସଲେ। ଏଥିରେ ଗାନ୍ଧୀଙ୍କ ସାଉଥ୍‌ ଆଫ୍ରିକା ଜୀବନୀ ସହ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ଘଟଣାବଳୀକୁ ସ୍ଥାନିତ କରାଯାଇଛି। 
Image result for 1993 sardar୧୯୯୩ରେ ପରଦାକୁ ଆସିଲା ‘ସର୍‌ଦାର୍‌’। ଏହା ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ବାୟୋପିକ୍‌। ହେଲେ ଗାନ୍ଧୀଜିଙ୍କ ଜୀବନୀକୁ ଏଥିରେ ସ୍ଥାନିତ କରାଯାଇଥିଲା। 
Image result for 1996 making of mahatma୧୯୯୬ରେ ସାଉଥ୍‌ ଆଫ୍ରିକା ଓ ଭାରତର ସହଯୋଗରେ ‘ମେକିଙ୍ଗ ଅଫ୍‌ ମହାତ୍ମା’ ଏହି ଚଳଚ୍ଚିତ୍ର ତିଆରି କରାଯାଇଥିଲା। ଶ୍ୟାମ ବେନେଗଲଙ୍କ ନିର୍ଦ୍ଦେଶନାରେ ଏହି ଫିଲ୍ମ ପରଦାକୁ ଆସିଥିଲା। 
Image result for 2000 hey ram tamil film୨୦୦୦ମସିହାରେ ଉଭୟ ହିନ୍ଦୀ ଓ ତାମିଲ ଭାଷାରେ ନିର୍ମାଣ ହେଲା ଫିଲ୍ମ ‘ହେ ରାମ’। କମଲ ହାସନଙ୍କ ନିର୍ଦ୍ଦେଶିତ ଏହି କ୍ରାଇମ୍‌ ଡ୍ରାମା ଫିଲ୍ମ ଦର୍ଶକଙ୍କୁ ପସନ୍ଦ ଆସିଥିଲା।
Related image୨୦୦୫ ରେ ପରଦାକୁ ଆସିଥିବା ‘ମେନେ ଗାନ୍ଧିକୋ ନହିଁ ମାରା’ ଫିଲ୍ମରେ ଜଣେ ଅବସର ପ୍ରାପ୍ତ ପ୍ରଫେସର ଗାନ୍ଧୀଙ୍କୁ ହତ୍ୟା କରିଥିବାର କାହାଣୀକୁ ଚିତ୍ରିତ କରାଯାଇଥିଲା। 
Related image୨୦୦୭ରେ ଆସିଥିବା ‘ଗାନ୍ଧୀ ମାଇଁ ଫାଦର’ ଏହି ଫିଲ୍ମରେ ଗାନ୍ଧୀଙ୍କ ବଦଳରେ ତାଙ୍କ ପୁଅ ହୀରାଲାଲ ଗାନ୍ଧୀଙ୍କୁ ଫୋକସ୍‌ କରାଯାଇଥିଲା। ହୀରାଲାଲଙ୍କ ଭୂମିକାରେ ଅକ୍ଷୟ ଖାନ୍ନା ଅଭିନୟ କରିଥିଲେ। 
Image result for 2006 lage raho munna bhai୨୦୦୬ ମସିହାର ‘ଲଗେ ରହୋ ମୁନ୍ନା ଭାଇ’ ଏହି ଚଳଚ୍ଚିତ୍ରଟି ଗାନ୍ଧୀଙ୍କ ଚରିତ୍ରକୁ ଭିନ୍ନ ଢଙ୍ଗରେ ଉପସ୍ଥାପନ କରିଥିଲା। ଏହାର ମୁଖ୍ୟ ଭୂମିକାରେ ଥିଲେ ସଞ୍ଜୟ ଦତ୍ତ। ଗାନ୍ଧିଗିରି ପାଇଁ ଏହା ଦର୍ଶକଙ୍କ ନିକଟରେ ଅନେକ ପ୍ରଶଂସା ସାଉଁଟିଥିଲା। 
Image result for 2011 gandhi to hitler୨୦୧୧ ମସିହାରେ ‘ଗାନ୍ଧୀ ଟୁ ହିଟ୍‌ଲର’ ରିଲିଜ୍‌ ହୋଇଥିଲା। ଦ୍ୱିତୀୟ ବିଶ୍ୱ ଯୁଦ୍ଧର କାହାଣୀକୁ ବଖାଣେ ଏହି ଚିତ୍ର। ମହାତ୍ମା ଗାନ୍ଧୀ ହିଟ୍‌ଲରଙ୍କୁ ଯେଉଁ ଚିଠି ଲେଖିଥିଲେ ସେହି କାହାଣୀ ଉପରେ ଆଧାରିତ। 

Related Articles

Leave a Reply

Your email address will not be published. Required fields are marked *

Back to top button