ଦୃଷ୍ଟିଶକ୍ତି କମିଯାଇଥିବା କ୍ରିକେଟରଙ୍କୁ ଚାପମୁକ୍ତ ରହିବାକୁ ଡାକ୍ତର ଦେଲେ ପରାମର୍ଶ – bajravana
[ad_1]
ନୂଆଦିଲ୍ଲୀ: ବାଂଲାଦେଶର ସାକିବ ଉଲ୍ ହାସନ ୨୦୨୩ ବିଶ୍ବକପରେ ନିଜର ଦମଦାର ବଲିଂ ଦେଖାଇ ପାରି ନଥିଲେ। କ୍ରିକେଟ ପ୍ରେମୀ ହସନଙ୍କ ଖେଳ ଦେଖି ଅସନ୍ତୋଷ ହୋଇଯାଇଥିଲେ। ଦମଦାର ବଲିଂ କରୁଥିବା ବଲର ହଠାତ କାହିଁକି ଏମିତି ଧିମେଇ ଯାଇଛନ୍ତି ସେନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
୨୦୨୩ ବିଶ୍ବକପରେ ନିଜର ଖେଳକୁ ନେଇ କ୍ରିକେଟର ସାକିବ ଅଲ ହସନ ନିକଟରେ ଏକ ସାକ୍ଷାତକାର ସମୟରେ କହିଛନ୍ତି, ‘ବିଶ୍ବକପ ସମୟରେ ମୋର ଆଖିରେ ସମସ୍ୟା ଥିଲା। ମୁଁ ଦୂରକୁ ଦେଖିଲେ ସବୁକିଛି ଜାଲି ଜାଲି ଦିଶୁଥିଲା। ପଡ଼ିଆରେ ବଲର ସାମ୍ନା କରିବା ପାଇଁ ମୋତେ ବହୁତ ଅସୁବିଧା ହେଉଥିଲା।
ମୁଁ ଏମିତି ସମସ୍ୟାର ପୂର୍ବରୁ କେବେ ସାମ୍ନା କରି ନଥିଲି। ହଠାତ ମୋ ସହ ଏମିତି ହେଲା। ମୁଁ ଚିକିତ୍ସା ପାଇଁ ଡାକ୍ତରଙ୍କ ପାଖକୁ ଯିବାରୁ ସେ କହିଥିଲେ ମୋ ରେଟିନାରେ ପାଣି ଅଛି। ଏଥିପାଇଁ ଆଖିରେ ଏକ ଡ୍ରପ ପକାଇବାକୁ ଡାକ୍ତର ମୋତେ ପରାମର୍ଶ ଦେଇଥିଲେ।
ଡାକ୍ତର କହିଲେ ଚାପମୁକ୍ତ ରୁହ। ଚାପଗ୍ରସ୍ତ ହେତୁ ଏଭଳି ଅସୁବିଧା ଦେଖା ଦେଉଛି। କିନ୍ତୁ ମୋତେ ଆଶ୍ଚର୍ଯ୍ୟ ଲାଗିଲା ଯେତେବେଳେ ମୁଁ ଆମେରିକାରେ ଦ୍ବିତୀୟଥର ଆଖି ପରୀକ୍ଷା କରାଇଲି ସେମିତି କିଛି ଅସୁବିଧା ପରିଲକ୍ଷିତ ହୋଇ ନଥିଲା।’
[ad_2]