ଓଡିଶା

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ସେବାୟତ – bajravana

[ad_1]

ଭୁବନେଶ୍ବର: ଆଗାମୀ ଜାନୁଆରୀ ୧୭ ତାରିଖରେ ହେବାକୁ ଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛନ୍ତି ସେବାୟତ। ମୁଖ୍ୟମନ୍ତ୍ରୀ ବି ମୁଠାଏ ଚାଉଳ ଗୁଆ ଦେଇଥିଲେ। ସମସ୍ତେ ଚାଉଳ ଓ ଗୁଆ ଦିଅନ୍ତୁ। ପରିକ୍ରମା ପ୍ରକଳ୍ପ ହାତକୁ ନେଇ ଇତିହାସ ରଚିଲେ ମୂଖ୍ୟମନ୍ତ୍ରୀ। ନବୀନ ପଟ୍ଟନାୟକଙ୍କ ନା ଇତିହାସରେ ଲିପିବଦ୍ଧ ହେବ। ସମସ୍ତେ ଜଗନ୍ନାଥ ପ୍ରେମୀ ଯୋଗ ଦିଅନ୍ତୁ। ଜଗନ୍ନାଥଙ୍କ ବିନା ଏ ପ୍ରକଳ୍ପ ସମ୍ଭବ ନୁହେଁ। ସମସ୍ତଙ୍କ ସହଯୋଗରେ ସଫଳ ହୋଇଛି। ପ୍ରକଳ୍ପରେ ଜଗନ୍ନାଥଙ୍କ ପରୋକ୍ଷ ଓ ପ୍ରତ୍ୟକ୍ଷ ସହଯୋଗ ରହିଛି।

ଏନେଇ ରାମକୃଷ୍ଣ ଦାସ ମହାପାତ୍ର କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲୁ। ଆଗାମୀ ୧୭ ତାରିଖ ପରିକ୍ରମା ପ୍ରକଳ୍ପରେ ସେ ଉପସ୍ଥିତ ରହିବେ। ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୁଠାଏ ଚାଉଳ ଓ ଗୋଟିଏ ଗୁଆ ଦେଲେ। ଜଗନ୍ନାଥ ପ୍ରେମୀ ଭକ୍ତଙ୍କୁ ଅନୁରୋଧ, ଗୋଟେ ଗୁଆ ପଠାନ୍ତୁ। ପରିକ୍ରମା ପ୍ରକଳ୍ପରେ ସାମିଲ ହୁଅନ୍ତୁ। ଜଗନ୍ନାଥଙ୍କ ଇତିହାସରେ ନବୀନ ପଟ୍ଟନାୟକଙ୍କ ନାଁ ଶହେ ବର୍ଷ ପରେ ବି ମନେ ରଖିବେ ଲୋକେ। ଆମେ ଆଶୀର୍ବାଦ କରିଛୁ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button