ଦୁଇ କାର ମୁହାଁମୁହିଁ ଧକ୍କା; ବାଲେଶ୍ବରରେ ୫ ବଙ୍ଗୀୟ ପର୍ଯ୍ୟଟକ ଗୁରୁତର – bajravana
[ad_1]
ନୀଳଗିରି: ବଡ଼ଦିନରେ ବୁଲିବାକୁ ଆସି ବଙ୍ଗୀୟ ପର୍ଯ୍ୟଟକଙ୍କ ଗାଡ଼ି ଓଡ଼ିଶାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ନୀଳଗିରି ଉଦଳା ରାସ୍ତା ୧୯ ନଂ ରାଜ୍ୟ ରାଜପଥର କଳାକାଦ ଛକ ନିକଟରେ ଦୁଇ କାର ମୁହାଁମୁହିଁ ଧକ୍କା ହେବା ଫଳରେ ୫ ଜଣ ବଙ୍ଗୀୟ ପର୍ଯ୍ୟଟକ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ ବଙ୍ଗୀୟ ପର୍ଯ୍ୟଟକମାନେ ପଞ୍ଚଲିଙ୍ଗେଶ୍ୱର ବୁଲିସାରିବା ପରେ ମୟୂରଭଞ୍ଜ ଜିଲ୍ଲାର ଦେବକୁଂଣ୍ଡ ବୁଲିବାକୁ ଯାଉଥିଲେ। କଳାକାଦ ସ୍କୁଲ ନିକଟରେ ବିପରୀତ ପାର୍ଶ୍ବରୁ ଆସୁଥିବା ଏକ କାର ମୁହାଁମୁହିଁ ଧକା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ମୋଟ ୫ ଜଣ ପର୍ଯ୍ୟଟକ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ନୀଳଗିରି ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁଇଜଣଙ୍କ ଅବସ୍ଥା ସଙ୍କଟପୂର୍ଣ୍ଣ ହୋଇଥିବାରୁ ବାଲେଶ୍ଵର ସ୍ଥାନାନ୍ତର ହୋଇଛନ୍ତି।
ତେବେ ଏହି ରାସ୍ତାର ଅବସ୍ଥା ଅତ୍ୟଧିକ ଖରାପ ହୋଇଥିବା ବେଳେ ୧୫ ଦିନ ଭିତରେ ଦୁଇଟି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହେଲାଣି। ଏଥିରେ ଗୋଟିଏ ଜୀବନ ମଧ୍ୟ ଯାଇଛି।ହେଲେ ନା ପ୍ରଶାସନ ରାସ୍ତା କାମ କରୁଛି ନା ଦୁର୍ଘଟଣା ରୋକାଯାଇ ପାରୁଛି।
[ad_2]