ଅପରାଧ

ନାଗପୁର କେନ୍ଦ୍ର ସମବାୟ ବ୍ୟାଙ୍କ ଜାଲିଆତି ମାମଲା: କଂଗ୍ରେସ ବିଧାୟକଙ୍କ ସମେତ ୫ ଦୋଷୀ ସାବ୍ୟସ୍ତ – bajravana

[ad_1]

ବିଧାୟକ ପଦରୁ ଅଯୋଗ୍ୟ ହେଲେ କେଦାର

ମୁମ୍ବାଇ: ବହୁଚର୍ଚ୍ଚିତ ନାଗପୁର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଜାଲିଆତି ମାମଲାରେ କୋର୍ଟ କଂଗ୍ରେସ ବିଧାୟକ ସୁନୀଲ କେଦାର ଓ ଅନ୍ୟ ୪ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛି। ବିଧାୟକଙ୍କୁ ୫ ବର୍ଷ ଜେଲ ଦଣ୍ଡ ଏବଂ ୧୨.୫ ଲକ୍ଷ ଟଙ୍କାର ଜରିମାନା ଆଦେଶ କୋର୍ଟ ଦେଇଛନ୍ତି। ଗତକାଲି ଏହି ମାମଲାରେ ରାୟ ପ୍ରକାଶ କରି କୋର୍ଟ ଅଭିଯୁକ୍ତଙ୍କୁ କଠୋର ଭାଷାରେ ସମାଲୋଚନା କରିଛନ୍ତି। ନିଜର ରାୟରେ କହିଛନ୍ତି ଯେ ବ୍ୟାଙ୍କରେ ଜମା ହୋଇଥିବା ଟଙ୍କା ଅନେକଙ୍କ ବିଶେଷତଃ ଗରିବ ଚାଷୀଙ୍କ କଷ୍ଟାର୍ଜିତ ଅର୍ଥ। ଏହାର ଜାଲିଆତି କରି ଅଭିଯୁକ୍ତ ସେମାନଙ୍କ ପ୍ରତି ବିଶ୍ବାସଘାତକତା କରିଛନ୍ତି।

ଏହି ମାମଲାରେ କୋର୍ଟ ବିଭିନ୍ନ ସାକ୍ଷ୍ୟ ଓ ପ୍ରମାଣ ଆଧାରରେ କଂଗ୍ରେସ ବିଧାୟକ କେଦାର, ବ୍ୟାଙ୍କର ତତ୍‌କାଳୀନ ସାଧାରଣ ପରିଚାଳକ ଅଶୋକ ଚୌଧୁରୀ, ମୁଖ୍ୟ ହିସାବରକ୍ଷକ ସୁରେଶ ପେଶକରଙ୍କ ସମେତ ୫ଜଣଙ୍କ ବିରୋଧରେ ଆପରାଧିକ ବିଶ୍ବାସଘାତ କରିବା, ଆପରାଧିକ ଷଡ଼ଯନ୍ତ୍ର, ଠକାମିରେ ଦୋଷୀ ସାବ୍ୟସ୍ତ କରିବା ସହ ୧୨ଲକ୍ଷ ୫୦ ହଜାର ଟଙ୍କା ଜରିମାନା ଅର୍ଥ ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାର ଏହି ମାମଲାର ରାୟ ପ୍ରକାଶ କରି ଅତିରିକ୍ତ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ ଜେଭି ପେଖାଲେପୁରକର ନିଜ ରାୟରେ କହିଛନ୍ତି ଯେ ସମବାୟ କ୍ଷେତ୍ରର ମୌଳିକ ଆଭିମୁଖ୍ୟ ହେଉଛି ସମାଜର ଗରିବ ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବା। ଏଥିପାଇଁ ସମବାୟ ବ୍ୟାଙ୍କ ସ୍ଥାପନ ହୋଇଥିଲା। ଏହି ବ୍ୟାଙ୍କର ସମସ୍ତ ସମ୍ପତ୍ତି ସେଇ ଗରିବ ଚାଷୀଙ୍କର ଅଟେ। କେଦାର ଓ ଚୌଧୁରୀ ବ୍ୟାଙ୍କର ଅର୍ଥକୁ ଆଇନାନୁସାରେ ବିନିଯୋଗ କରିବା କଥା, କିନ୍ତୁ ସେମାନେ ତାହା ନକରି ନିଜର ଦାୟିତ୍ବର ଦୁରୁପଯୋଗ କରି ଲୋକଙ୍କ ପ୍ରତି ବିଶ୍ବାସଘାତ କରିଛନ୍ତି।

ଦୋଷୀ ସାବ୍ୟସ୍ତ ହୋଇଥିବା କେଦାର ୧୯୯୯ରୁ ୨୦୦୨ ମଧ୍ୟରେ ବ୍ୟାଙ୍କର ଅଧ୍ୟକ୍ଷ ଥିଲେ। ବ୍ୟାଙ୍କରେ ହିତାଧିକାରୀଙ୍କ ଜମା ଅର୍ଥର ଜାଲିଆତି ଘଟଣା ନାବାର୍ଡ ଦ୍ବାରା କରାଯାଇଥିବା ଅଡିଟ୍‌ରେ ଧରାପଡ଼ିଥିଲା। ଏହାପରେ ୨୦୦୨ରେ ସମବାୟ ଆୟୁକ୍ତ ଏହାର ଆଉଥରେ ଅଡିଟ୍‌ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯାଞ୍ଚରେ ବ୍ୟାଙ୍କର ୧୫୩ କୋଟି ୪୦ ହଜାର ଟଙ୍କାର ଜାଲିଆତି କରାଯାଇଥିବା ଧରାପଡ଼ିଥିଲା। ନିର୍ଦ୍ଦେଶକ ବୋର୍ଡର ଅନୁମତି ବିନା ବ୍ୟାଙ୍କର ଅର୍ଥରେ ସରକାରୀ ବଣ୍ଡ୍‌ କିଣାଯାଇଥିଲା। କେବଳ ଏହାନୁହେଁ ଏହି କିଣାବିକାର କୌଣସି ପ୍ରକୃତ ରସିଦ ମଧ୍ୟ ବ୍ୟାଙ୍କରେ ଦାଖଲ ହୋଇନଥିଲା। ଦୋଷୀ ସାବ୍ୟସ୍ତ ହେବା ପରେ ବିଧାୟକ କେଦାର ମହାରାଷ୍ଟ୍ର ବିଧାନସଭାର ସଦସ୍ୟ ପଦରୁ ଅଯୋଗ୍ୟ ହୋଇଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button