୩ୟ ଦିନିକିଆ: ସଂଜୁ ସାମସନଙ୍କ ଶତକ, ଦକ୍ଷିଣ ଆଫ୍ରିକା ଆଗରେ ୨୯୭ ରନର ଲକ୍ଷ୍ୟ ରଖିଲା ଭାରତ – bajravana
[ad_1]
ପାର୍ଲ : ପାର୍ଲର ବୋଲାଣ୍ଡ ପାର୍କଠାରେ ଖେଳାଯାଉଥିବା ୩ୟ ଦିନିକିଆରେ ସଂଜୁ ସାମସନଙ୍କ ଆକର୍ଷଣୀୟ ଶତକ ବଳରେ ୨୯୬ ରନ କରିଛି ଭାରତ। ଫଳରେ ଦକ୍ଷିଣ ଆଫ୍ରିକା ଆଗରେ ୨୯୭ ରନର ବିଜୟ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତୀୟ ବ୍ୟାଟ୍ସମ୍ୟାନମାନେ ପ୍ରଥମରୁ ସତର୍କତାର ସହ ଖେଳିଥିଲେ ବି ପରେ ରନଗତି ଧୀମା ହୋଇଯାଇଥିଲା । ତେବେ କେଏଲ ରାହୁଲ ୨୧ ରନ କରି ଆଉଟ ହେବା ପରେ ସଂଜୁ ସାମସନ ଓ ତୀଳକ ବର୍ମାଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ ଦେଖିବାକୁ ମିଳିଥିଲା । ସାମସନ ୧୧୪ ବଲରେ ୧୦୮ ରନ କରିଥିବାବେଳେ ବର୍ମା ୫୨ରନ କରିଥିଲେ । ତେବେ ଶେଷ ଓଭର ଗୁଡ଼ିକରେ ଲଢୁଆ ବ୍ୟାଟିଂର ପ୍ରଦର୍ଶନ କରିଥିଲେ ରିଙ୍କୁ ସିଂ । ଏହି ଧୀମା ପିଚରେ ସେ ୨ ଛକା ୩ ଚୌକା ସହ ୩୮ ରନ କରିଥିଲେ । ଫଳରେ ଭାରତ ୫୦ ଓଭରରେ ୮ ଓ୍ବିକେଟ ହରାଇ ୨୯୬ ରନ କରିଥିଲା ।
ଦକ୍ଷିଣ ଆଫ୍ରିକା ପକ୍ଷରୁ ବ୍ୟୁରାନ ହାଣ୍ଡରିକ୍ସ ୩ଟି ଓ୍ବିକେଟ ନେଇଥିବାବେଳେ ନାନ୍ଦ୍ରେ ବର୍ଗର ୨ଟି ଓ୍ବିକେଟ ନେଇଥିଲେ । ସେହିପରି କେଶବ ମହାରାଜ, ଲିଜାର୍ଡ ଓ୍ବିଲିୟମ ଓ ଓ୍ବିଆନ ମଲଡର ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
[ad_2]