ମନୋରଞ୍ଜନ

ଶୀତ ସକାଳେ ସ୍ବାମୀ ସୈଫଙ୍କ ସହ ମିଶି ଏହି ସବୁ ଖାଦ୍ୟ ଖାଉଛନ୍ତି କରୀନା – bajravana

[ad_1]

ମୁମ୍ବାଇ: ସେଲିବ୍ରିଟିମାନଙ୍କ ଜୀବନର ଛୋଟ ଛୋଟ କଥା ଜାଣିବାକୁ ବି ପ୍ରଶଂସକମାନେ ଇଛା ପ୍ରକଟ କରିଥାନ୍ତି। ଅଧିକାଂଶ ଲୋକ ସେମାନଙ୍କର ଡାଏଟ୍ ବିଷୟରେ ସୂଚନା ଚାହାଁନ୍ତି, ନିଜକୁ ଏତେ ଫିଟ୍ ଏବଂ ସୁସ୍ଥ ରଖିବା ପାଇଁ ସେମାନେ କଣ ଖାଆନ୍ତି ଜାଣିବାର ଉତ୍ସୁକତା ରହିଥାଏ। କାରଣ ୫୦-୬୦ ବର୍ଷ ବୟସରେ ପାଦ ଦେବା ପରେ ବି ସେମାନେ ଏକଦମ ଯୁବା ଦିଶନ୍ତି।

ସୋସିଆଲ ମିଡିଆର ଯୁଗରେ, ସେଲିବ୍ରିଟିମାନଙ୍କ ଖାଦ୍ୟ ଏବଂ ପାନୀୟ ସମ୍ବନ୍ଧୀୟ  ଅନେକ କଥା ଇଣ୍ଟରନେଟରେ ଉପଲବ୍ଧ। ନିକଟରେ ବଲିଉଡର ବେବୋ କରୀନା କପୁର ଖାନ କିଛି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଆମକୁ ତାଙ୍କ ଖାଦ୍ୟର ଝଲକ ଦେଖିବାକୁ ମିଳିଛି। ସୈଫ୍‌ ଅଲି ଖାନ ଏବଂ କରୀନା କପୁର ଖାନ ଶୀତଦିନେ ସବୁଜ, ହଳଦିଆ ଏବଂ ଧଳା ରଙ୍ଗର ଖାଦ୍ୟ ଖାଉଥିବାର ଦେଖାଯାଏ, ଆସନ୍ତୁ ଜାଣିବା ଏହାର ଉପକାରିତା ବିଷୟରେ।
ସୋରିଷ ଶାଗ: ଏହା  ଆପଣଙ୍କ ଚର୍ମ ଏବଂ ଶରୀର ପାଇଁ ବହୁତ ଭଲ। ସାଇନ୍ସ ଡାଇରେକ୍ଟ ଅନୁଯାୟୀ ଏଥିରେ ସଲଫର, ବିଟା କାରୋଟିନ ଏବଂ ଆଣ୍ଟିଅକ୍ସିଡାଣ୍ଟ ଥାଏ, ଯାହା ଚର୍ମରେ ବାର୍ଦ୍ଧକ୍ୟର ଲକ୍ଷଣକୁ ରୋକିଥାଏ। ଏହା  ଆଖି ଏବଂ ମସ୍ତିଷ୍କକୁ ତୀକ୍ଷ୍ଣ ରଖେ।
ମକା ରୁଟି: ଏହି ମକା ରୁଟି ଅନେକ ମାରାତ୍ମକ ରୋଗରୁ ରକ୍ଷା କରିପାରିବ। ଏହା ଆପଣଙ୍କ କୋଲେଷ୍ଟ୍ରଲକୁ ହ୍ରାସ କରିଥାଏ ଏବଂ ସେଲେନିୟମ ନାମକ ଏକ ଉପାଦାନ ଧାରଣ କରିଥାଏ, ଯାହା ହୃଦରୋଗର ଆଶଙ୍କା ହ୍ରାସ କରିଥାଏ। ଏହି ରୁଟି ଖାଇବା ଦ୍ବାରା ଆପଣ ଓଜନ ହ୍ରାସ କରିପାରିବେ ଏବଂ ଅନେକ ଭିଟାମିନ୍ ଏବଂ ମିନେରାଲ୍ସ ନେଇପାରିବେ।

ମୂଳା: ଶୀତଦିନେ ମୂଳା ଖାଇବାକୁ ନିହାତି ଦରକାର। ଏହା ଆପଣଙ୍କୁ ଭିଟାମିନ୍ ସି, କ୍ୟାଲସିୟମ୍, ରାଇବୋଫ୍ଲାଭିନ, ନିୟାସିନ୍, ଥିଆମିନ୍, ଭିଟାମିନ୍ ବି ୬, ଫୋଲେଟ୍, ପୋଟାସିୟମ୍, ଆଇରନ୍ ଦେଇଥାଏ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button